• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

FNN WEB by FNN WEB
March 6, 2026
in ଓଡ଼ିଶା, ମୁଖ୍ୟ ଖବର
0
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ
0
SHARES
2
VIEWS


ଦୁନିଆର ସବୁଠାରୁ ବୃହତ ସମବାୟ ସଂସ୍ଥା ଇଫକୋ: ଅମିତ୍ ଶାହା

ପାରାଦୀପ: ୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀ ଠାରୁ ଇଫକୋ ଯେତେବେଳେ ଏହି ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର୭.୫ମିଲିୟନ ଟନ୍। ଏବେ ବାର୍ଷିକ ଉତ୍ପାଦନ କ୍ଷମତା ୨୨ ଲକ୍ଷ ମେଟ୍ରିକ ଟନ୍ ହେଉଛି।ଏବଂ ବିଶ୍ବର ପ୍ରଥମ ନାନୋ ତରଳ ସାର ଏହି କାରଖାନାରୁ ଉତ୍ପାଦନ ହୋଇଛି।ଏବେ ବିଶ୍ବର ଅନେକ ଦେଶକୁ ଇଫକୋ ଏହି ନାନୋ ତରଳ ସାର ରପ୍ତାନୀ କଲାଣି। ସମବାୟ ସଂସ୍ଥା ଭାବେ ଏହା ଦୁନିଆର ସବୁଠାରୁ ବୃହତ ବୋଲି ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ପାରାଦୀପ ଇଫକୋ କାରଖାନା ପରିସରରେ ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ଶାହା ସଲଫୁରିକ୍ ଏସିଡ୍ କାରଖାନା ୩ ର ଲୋକାର୍ପଣ କରିବା ଅବସରରେ ଏହା କହିଥିଲେ।ଶାହାଙ୍କ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ ହୋଇଥିଲା।ସାଧାରଣ ନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ସାର୍ବଜନିକ ଗସ୍ତ ବୋଲି କହିଥିଲେ।ସେ କହିଥିଲେ ଏବେ ଡବଲ ଇଞ୍ଜିନ୍ ସରକାର ବିକାଶ ପଥରେ ଆଗେଇ ଚାଲିଛି।ମୁଁ କଥା ଏବଂ ଭରସା ଦେଉଛି ଓଡିଶା ଦେଖୁଦେଖୁ ବିକଶିତ ହେବ।ଓଡ଼ିଶାର ମାଟି ତଳେ ଅନେକ ସମ୍ପଦ ରହିଛି।ମହାନଦୀ ପାଖରେ ଉର୍ବର ଜମି, ବିସ୍ତିର୍ଣ୍ଣ ସମୁଦ୍ର ଊପକୂଳ,ଚିଲିକା ଅଛି।ନୂଆ ସରକାର ଏହାର ଭିତ୍ତିଭୂମି ବିକାଶ ପାଇଁ ଖସଡ଼ା କଲେଣି।ଆସନ୍ତା ଦିନରେ ଗୁଜରାଟ ଭଳି ଓଡିଶା ବିକାଶ ହେବ।ସମବାୟ ଜରିଆରେ ଗ୍ରାମୀଣ ମହିଳା, ଜନଜାତି, ଓବିସି,ମତ୍ସ୍ୟଜୀବୀ ଙ୍କୁ ସାମିଲ କରାଯିବ।ଏହି ବ୍ୟବସ୍ଥାରେ ପ୍ରତି ଗାଁରେ ଡାଏରୀ ପହଞ୍ଚିବ।ଗୁଜରାଟ ଅମୁଲ୍ ଉଦାହରଣ ଦେଇ କହିଥିଲେ,୩୬ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି ଏବଂ ବାର୍ଷିକ ୧ଲକ୍ଷ୩୦ହଜାର କୋଟି ଟଙ୍କାର ବେପାର କରୁଛି।ସେହିଭଳି ଓଡ଼ିଶାର ଗ୍ରାମୀଣ ବର୍ଗଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥିଲେ।

ଇଫକୋ ପ୍ରସଙ୍ଗରେ କହିଥିଲେ,ଇଫକୋ ହେଉଛି ଦୁନିଆର ସବୁଠାରୁ ବଡ଼ ସମବାୟ ସଂସ୍ଥା।ଏହା ଅଧିନରେ ୩୬ ହଜାର ସମବାୟ ୟୁନିଟ୍ ଓ ୫ କୋଟି କୃଷକ ଏହାର ଅସଲ ମାଲିକ।ବାର୍ଷିକ ୩୮ଶହ କୋଟି ଟଙ୍କାର ଲାଭାଂଶ ଦେଶର ୫ କୋଟି କୃଷକ ପାଇଥାନ୍ତି।ଯାହା ଇଫକୋର ଅସଲି ଶକ୍ତି। ଏବେ ଇଫକୋ ସଲଫୁରିକ୍ ଆବଶ୍ୟକତା ପାଇଁ ଆଉ ବିଦେଶ ଉପରେ ନିର୍ଭରଶୀଳ ହେବନାହିଁ।ଆଶା କରୁଛି ଆଗାମୀ ଦିନରେ ଇଫକୋ ସମସ୍ତ ସାର କାରଖାନାର ସଲଫୁରିକ୍ ଆବଶ୍ୟକତା ପୁରଣ କରିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ ଗୃହ ମନ୍ତ୍ରୀ ଶାହାଙ୍କୁ ପାରାଦୀପ ପୋର୍ଟ ସହର ସ୍ବାଗତ କରୁଛି।ପାରାଦୀପ ହେଉଛି ଉଦୀୟମାନ ସହର, ଓ ସମୃଦ୍ଧିର ପ୍ରତିବିମ୍ବ।ଦେଶର ପଣ୍ୟ କାରବାର କ୍ଷେତ୍ରରେ ଏବେ ପ୍ରଥମ ସ୍ଥାନ ପାଇଛି।ଆଗକୁ ଏସିଆ ମହାଦେଶର ଗେଟ୍ ଓ୍ବେ (ପ୍ରବେଶ ପଥ)ହେବାକୁ ଯାଉଛି।ଓଡ଼ିଶା ବିକାଶର ପ୍ରୟୋଗଶାଳା ପାରାଦୀପ ବୋଲି ସେ କହିଥିଲେ।ୟୁରିଆ ସାର ଉତ୍ପାଦନ କ୍ଷେତ୍ରରେ ଇଫକୋ ଦେଶର ଅଗ୍ରଣୀ ଭୂମିକା ନେଉଛି।ଆଗକୁ ସମବାୟ ଯୁଗର ଆରମ୍ଭ ହେବାକୁ ଯାଉଛି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ, ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ତଳେ ପାରାଦୀପ ଗସ୍ତ ଅବସରରେ କହିଥିଲେ ଏହା ପୂର୍ବ ଭାରତର ବିକାଶ ପଥ ହେବ।ଯାହା ଏବେ ସାକାର ହେବାକୁ ଯାଉଛି।ପାରାଦୀପରୁ ତାଳଚେର ପର୍ଯ୍ୟନ୍ତ ନଦୀ ପଥ ବିକାଶ ଠାରୁ ଅନେକ ଯୋଜନା ଏବେ ହାତକୁ ନିଆଯାଇଛି।ସମବାୟ ଜରିଆରେ ସବୁ ବର୍ଗର ଲୋକଙ୍କୁ ଯୋଡାଯିବାକୁ ଯୋଜନା ରହିଛି।ଆଗକୁ ସେହି ଗ୍ରାମୀଣ ଲୋକ ସମବାୟ ମାଧ୍ୟମରେ ମାଲିକ ହେବେ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ଏମପି ବିଭୁପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ, କେନ୍ଦ୍ର ସମବାୟ ସଚିବ ଆଶିଷ କୁମାର ଭୁଟାନୀ ପ୍ରମୁଖ ଉପସ୍ଥିତ ଥିଲେ।ଆରମ୍ଭରେ ଇଫକୋ ପରିଚାଳନା ନିର୍ଦ୍ଦେଶକ କେ ଜେ ପଟେଲ ସ୍ବାଗତ ବକ୍ତବ୍ୟ ରଖିବା ସହ ଇଫକୋ ସଲଫୁରିକ୍ ଏସିଡ୍ କାରଖାନା ସମ୍ପର୍କରେ ସୂଚନା ଦେଇଥିଲେ।ଇଫକୋ ଅଧ୍ୟକ୍ଷ ଦିଲ୍ଲୀପ ସାଂଘାନୀ ତାଙ୍କ ବକ୍ତବ୍ୟରେ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ।ଏବଂ ଶେଷରେ ପାରାଦୀପ ୟୁନିଟ୍ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।ଏହି ସମାବେଶରେ ଇଫକୋ ନିର୍ଦ୍ଦେଶକ ମଣ୍ଡଳୀ ଉପସ୍ଥିତ ଥିଲେ।

Previous Post

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

Next Post

ଆସନ୍ତା ୮ରୁ ହରିରାଜପୁର ମେଳନ

FNN WEB

FNN WEB

Next Post
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.