• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

FNN WEB by FNN WEB
March 6, 2026
in ଓଡ଼ିଶା, ମୁଖ୍ୟ ଖବର
0
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍
0
SHARES
2
VIEWS


କଟକ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଓଡ଼ିଶାର ମୁଣ୍ଡୁଳିଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି. ଆଇ. ଏସ୍. ଏଫ୍.) ର ୫୭ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ୮୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସି. ଆଇ. ଏସ୍. ଏଫ୍. ର ତିନୋଟି ଆବାସିକ କମ୍ପ୍ଲେକ୍ସ (କାମରୂପ, ନାସିକ ଏବଂ ସିହୋର) ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦୁଇଟି ଆବାସିକ କମ୍ପ୍ଲେକ୍ସ (ରାଜାରହାଟ ଏବଂ ଦିଲ୍ଲୀ) ର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଗୃହ ସଚିବ, ସି. ଆଇ. ଏସ୍. ଏଫ୍. ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ୫୬ ବର୍ଷ ପୂରଣ କରିବା ପରେ ସି. ଆଇ. ଏସ୍. ଏଫ୍. ଶିଳ୍ପ ସୁରକ୍ଷା କ୍ଷେତ୍ରରେ ଶୂନ୍ୟରୁ ଶୀର୍ଷରେ ପହଞ୍ଚିଛି, ଯାହା ସେନାର ସମର୍ପଣ ଏବଂ ବୀରତ୍ୱର ଏକ ଗାଥା। ସେ କହିଥିଲେ ଯେ ଏକ ସୁଦୃଢ଼ ଜାତୀୟ ଅର୍ଥବ୍ୟବସ୍ଥା ନିର୍ମାଣ କରିବା ଏବଂ ଭାରତକୁ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ଶିଳ୍ପ ବିକାଶ ବିନା ସାକାର ହୋଇପାରିବ ନାହିଁ ଏବଂ ଶିଳ୍ପ ବିକାଶ ପାଇଁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ପାଇଁ ଏକ ଜାତୀୟ ସ୍ତରର ଶିଳ୍ପ ସୁରକ୍ଷା ବଳର ଆବଶ୍ୟକତା ରହିଛି।

ଶ୍ରୀ ଶାହ କହିଥିଲେ ଯେ ବିଗତ ୫୬ ବର୍ଷ ମଧ୍ୟରେ ସି. ଆଇ. ଏସ୍. ଏଫ୍. କେବଳ ସେହି ଲକ୍ଷ୍ୟଗୁଡ଼ିକୁ ପୂରଣ କରିନାହିଁ, ଯାହା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା, ବରଂ ପ୍ରତ୍ୟେକ ପ୍ରକାରର ଆହ୍ୱାନରୁ ଶିକ୍ଷା ଗ୍ରହଣ କରି ସମୟ ସହିତ କ୍ରମାଗତ ଭାବେ ବିକଶିତ ମଧ୍ୟ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସି. ଆଇ. ଏସ୍. ଏଫ୍. ନିଜର ପରମ୍ପରାକୁ ଜୀବନ୍ତ ରଖି ଆଧୁନିକତାକୁ ଗ୍ରହଣ କରିଛି। ଗୃହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଇତିହାସର ସମୃଦ୍ଧ ପରମ୍ପରା ସହିତ ସାହସ, ବଳିଦାନ ଏବଂ ସମର୍ପଣକୁ ମିଶାଇ ଏବଂ ନିଜକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ସିଆଇଏସଏଫ ପ୍ରତ୍ୟେକ ପ୍ରକାରର ଆହ୍ୱାନର ମୁକାବିଲା କରିବାର ସଂକଳ୍ପ ପ୍ରଦର୍ଶନ କରିଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବିନା ଭାରତର ଶିଳ୍ପ ବିକାଶର ପରିକଳ୍ପନା କରାଯାଇପାରିବ ନାହିଁ। ସେ କହିଥିଲେ ଯେ ସି. ଆଇ. ଏସ୍. ଏଫ୍. ସର୍ବଦା ରାଷ୍ଟ୍ରର ଢାଲ ଭାବେ ଦୃଢତାର ସହ ଛିଡ଼ା ହୋଇଛି। ଶ୍ରୀ ଶାହ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ନିକଟରେ ସମସ୍ତ ବନ୍ଦରର ସୁରକ୍ଷା ଦାୟିତ୍ୱ ସି. ଆଇ. ଏସ୍. ଏଫ୍. କୁ ଦେବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କ ସମ୍ମୁଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ରଖିଛନ୍ତି-୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବା ଏବଂ ୨୦୨୭ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା। ଶ୍ରୀ ଶାହ କହିଥିଲେ ଯେ ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ସି. ଆଇ. ଏସ୍. ଏଫ୍. ଏକ ଉତପ୍ରେରକ ଭୂମିକା ନିର୍ବାହ କରୁଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର କର୍ମଚାରୀମାନଙ୍କ ବଳିଦାନ ସର୍ବଦା ଦେଶକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଥିଲେ ଯେ ସି. ଆଇ. ଏସ୍. ଏଫ୍. କେବେ ବି ନିଜ କର୍ତ୍ତବ୍ୟରୁ ପଛକୁ ହଟିନାହିଁ। ସେ କହିଥିଲେ ଯେ ୯ଟି ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ, ୨ଟି ଶ୍ରେଷ୍ଠ ବାଟାଲିଅନ୍ ଟ୍ରଫି ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ସେମାନଙ୍କ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ପ୍ରଦାନ କରାଯାଉଥିବା ପଦକ ଏହି କଥାର ପ୍ରମାଣ ଯେ ସି. ଆଇ. ଏସ୍. ଏଫ୍. ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି। ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଗତ ୫୬ବର୍ଷ ମଧ୍ୟରେ ସିଆଇଏସଏଫ ସାହସିକତା ଏବଂ ବିଶିଷ୍ଟ ସେବା ପାଇଁ ୧୩,୬୯୩ ପଦକ ଗ୍ରହଣ କରି ଏକ ଶକ୍ତି ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆଜି ଏଠାରେ ୮୯୦ କୋଟି ଟଙ୍କାର ୫ଟି ଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରାଯାଇଛି। ସେ କହିଥିଲେ ଯେ ରାଜାରହାଟ ଏବଂ ମୟଦାନଗଡ଼ିରେ ଆବାସିକ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ହୋଇଛି, ଯାହା ଆମର ଯବାନ ଏବଂ ସେମାନଙ୍କ ପରିବାରକୁ ସୁବିଧା ପ୍ରଦାନ କରିବ। ସେ କହିଥିଲେ ଯେ ଆଜି ଏଠାରେ ସି. ଆଇ. ଏସ୍. ଏଫ୍. ର ବାର୍ଷିକ ପତ୍ରିକା ‘ସେଣ୍ଟିନେଲ୍ ’ମଧ୍ୟ ଉନ୍ମୋଚିତ ହୋଇଛି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜି ସି. ଆଇ. ଏସ୍. ଏଫ୍. ଦେଶର ୩୬୧ଟି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହିତ ସମଗ୍ର ଭାରତର ୭୦ଟି ବିମାନବନ୍ଦରକୁ ସୁରକ୍ଷା ପ୍ରଦାନ କରୁଛି। ସେ କହିଥିଲେ ଯେ ଡ୍ରୋନ ସୁରକ୍ଷାରେ ସିଆଇଏସଏଫକୁ ମଧ୍ୟ ନୋଡାଲ ଏଜେନ୍ସିର ଭୂମିକା ଦିଆଯାଇଛି। ସେ କହିଥିଲେ ଯେ ଗତ ୧ ବର୍ଷ ମଧ୍ୟରେ ସି. ଆଇ. ଏସ୍. ଏଫ୍. କୁ କର୍ତ୍ତବ୍ୟ ଭବନ, ସେବା ତୀର୍ଥ, ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର, ନଭି ମୁମ୍ବାଇ ବିମାନ ବନ୍ଦର, ଲେଙ୍ଗପୁଇ ବିମାନ ବନ୍ଦର, ଜବାହରପୁର ତାପଜ ବିଦ୍ୟୁତ ପ୍ରକଳ୍ପ, ଭାକ୍ରା ଡ୍ୟାମ୍ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ବର୍ତ୍ତମାନ ବନ୍ଦର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ପରେ ସି. ଆଇ. ଏସ୍. ଏଫ୍. ଦେଶର ବିଶାଳ ସାମୁଦ୍ରିକ ସୀମାରେ ଥିବା ବନ୍ଦରଗୁଡ଼ିକୁ ମଧ୍ୟ ସୁରକ୍ଷିତ କରିବ। ସେ କହିଥିଲେ ଯେ ଚାରି ବର୍ଷ ପୂର୍ବେ, ଆମେ ସି. ଆଇ. ଏସ୍. ଏଫ୍. କୁ ହାଇବ୍ରିଡ୍ ମୋଡରେ ଏକ ମଡେଲ୍ ବିକଶିତ କରିବାକୁ ଏବଂ ଘରୋଇ ଶିଳ୍ପ ଗୋଷ୍ଠୀମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାକୁ କହିଥିଲୁ, ଯାହା ସବୁଠାରୁ ଆଧୁନିକ ଉପକରଣ ସହିତ ପ୍ରସ୍ତୁତ ହୋଇଛି। ଶ୍ରୀ ଶାହ କହିଥିଲେ ଯେ ଆଗାମୀ ଦିନରେ ସି. ଆଇ. ଏସ୍. ଏଫ୍. ହାଇବ୍ରିଡ୍ ମୋଡରେ ଘରୋଇ ଶିଳ୍ପ ଗୋଷ୍ଠୀମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଏହା ମୋଦୀ ସରକାରଙ୍କ ସଂକଳ୍ପ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆମେ ଦେଶକୁ ନକ୍ସଲବାଦରୁ ମୁକ୍ତ କରାଇବୁ ଏବଂ ଏଥିରେ ସି. ଆଇ. ଏସ୍. ଏଫ୍. ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସେ କହିଥିଲେ ଯେ ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାରେ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନରେ ସି. ଆଇ. ଏସ୍. ଏଫ୍. ନିଜର ଭୂମିକା ନିର୍ବାହ କରିଛି। ଗୃହ ମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ ହୋଇଯିବ ଏବଂ ଯେଉଁମାନେ ତିରୁପତିରୁ ପଶୁପତିନାଥ ପର୍ଯ୍ୟନ୍ତ ଏକ ରେଡ୍ କରିଡରର ସ୍ୱପ୍ନ ଦେଖୁଛନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହେବେ ଏବଂ ଆମର ସୁରକ୍ଷା ବାହିନୀ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବେ।

ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା ଆମ ସୁରକ୍ଷା ବାହିନୀର ଏକ ବହୁତ ବଡ଼ ସଫଳତା। ଶ୍ରୀ ଶାହ କହିଥିଲେ ଯେ ଆଜି ଆମେ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାର ଦ୍ୱାରଦେଶରେ ଅଛୁ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଲକ୍ଷ୍ୟ ହେଉଛି ସମଗ୍ର ଦେଶର ବିକାଶ କରିବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ଏବଂ ଏଥିପାଇଁ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଉଭୟ ସୀମା ବାହାରେ ଏବଂ ସୀମା ମଧ୍ୟରେ ନିଜର ଭୂମିକା ନିର୍ବାହ କରିବା ଲାଗି ଗୃହ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

Previous Post

ଆସନ୍ତା ୮ରୁ ହରିରାଜପୁର ମେଳନ

Next Post

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

FNN WEB

FNN WEB

Next Post
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.