• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜୁଲାଇରୁ ବିଜୁଳି ବିଲ ଛାଡ଼, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍ : ମୁଖ୍ୟମନ୍ତ୍ରୀ

FNN WEB by FNN WEB
May 17, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଜୁଲାଇରୁ ବିଜୁଳି ବିଲ ଛାଡ଼, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍ : ମୁଖ୍ୟମନ୍ତ୍ରୀ
0
SHARES
3
VIEWS

ସମଲେଇ ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି: ପାଣ୍ଡିଆନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ। ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ ଜନତା ଉଚ୍ଛ୍ୱସିତ ସ୍ୱରରେ ବହୁତ ଭଲ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା । କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିରୋଧି ଦଳର ନେତାମାନେ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ଶାଣିତ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ଆପଣ ଏ ଅଞ୍ଚଳ ପାଇଁ, ମହାନଦୀ ପାଇଁ ମା ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳୀ ଭାଷା । ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଥର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇପାରିବେ କି ? କାହିଁକି ଅନ୍ତର୍ଭୁକ୍ତ ହେଲା ନାହିଁ ?

ସେ ଆହୁରି ମଧ୍ୟ ପଚାରିଥିଲେ, ସମ୍ୱଲପୁରୀ ଶାଢ଼ୀ ଏ ଅଞ୍ଚଳର ମୁଖ୍ୟ ପରିଚୟ। ସମ୍ୱଲପୁରୀ ଶାଢ଼ୀର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାଭୂମିଠାରେ ମ୍ୟୁଜିୟମ୍‍ କରିଛନ୍ତି । ସେ କ’ଣ କରିଛନ୍ତି ? ସମ୍ୱଲପୁରୀ ଶାଢ଼ୀ ଡିଜାଇନରେ ଭୁବନେଶ୍ୱର ଠାରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି । ଏହି ଭବନ ସାରା ବିଶ୍ୱରେ ଏକ ନମ୍ୱର ହୋଇ ଆୱାର୍ଡ ପାଇଛି, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ୱଲପୁରୀ ଶାଢ଼ୀ ପାଇଁ।

ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ଉନ୍ନତି ପାଇଁ ଗୁଡ଼ାଏ ପ୍ୟାକେଜ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ? ଚାହିଁଥିଲେ ଟେକ୍‍ସଟାଇଲ ପାର୍କ କରିପାରିଥାନ୍ତେ ? ରପ୍ତାନୀ ପାଇଁ ଉଦ୍ୟମ କରିପାରିଥାନ୍ତେ । କିଛି କଲେ ନାହିଁ। ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଂଗାଧର ମେହେର, ପାର୍ବତୀ ଗିରିଙ୍କ ପରି ବରପୁତ୍ରମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି ? ଆମ ସରକାର ଏହି ବରପୁତ୍ରମାନଙ୍କ ସ୍ମୃତି ପୀଠର ଉନ୍ନତି କରୁଛନ୍ତି। ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି। ମହାନଦୀ ଆମ ଓଡ଼ିଆଙ୍କ ଅସ୍ମିତା। ଓଡ଼ିଶାର ମହାନଦୀ ଆନ୍ଦୋଳନ ବେଳେ ବିଜେପି ସରକାର ଛତିଶ୍‍ଗଡ଼ ସହିତ ଠିଆ ହେଲା, ଅଥଚ ଓଡ଼ିଶାକୁ ଭୁଲିଗଲା। ମହାନଦୀ ଟ୍ରିବୁନାଲ ଗଠନକୁ ବିରୋଧ କଲା। ଓଡ଼ିଶାବାସୀ ଓ ଓଡ଼ିଶାର ଚାଷିକୁଳଙ୍କୁ ସେ ସମୟରେ ବିଜେପି ସରକାର ଭୁଲିଗଲା।

ସେ ଆହୁରି ମଧ୍ୟ କହିଲେ ଯେ, ମା ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ସ୍ୱପ୍ନର କାର୍ଯ୍ୟକ୍ରମ ଥିଲା। ସେତେବେଳେ ମଧ୍ୟ ଏହାକୁ ବିରୋଧ କଲେ। ବିରୋଧ କରି ସୁପ୍ରିମ୍‍ କୋର୍ଟ ପର୍ଯନ୍ତ ଗଲେ। ମା ସମଲେଇଙ୍କ କୃପାରୁ ସେମାନେ ଏଥିରେ ସଫଳ ହେଲେ ନାହିଁ। ସୁରୁଖୁରୁରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେଲା। ଏହି ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି। ସମ୍ୱଲପୁର ଅଞ୍ଚଳର ବହୁ ଗରିବ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି। କେନ୍ଦୁପତ୍ର ତୋଳାଳୀ ଉପରେ କେନ୍ଦ୍ରସରକାର ଜି.ଏସ୍‍.ଟି. ଲାଗୁ କଲେ। ବଡ଼ ବଡ଼ କମ୍ପାନୀ ଓ ପୁଞ୍ଜୀନିବେଶକାରୀଙ୍କ ଠାରୁ ସିନା ଜି.ଏସ୍‍.ଟି. ନେବେ, ଜଙ୍ଗଲ ଉପରେ ନିର୍ଭର କରୁଥିବା ଗରିବ ଲୋକଙ୍କ ଠାରୁ ଜି.ଏସ୍‍.ଟି. ନେବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରୁ ରାଜ୍ୟ ଜି.ଏସ୍‍.ଟି. ଫେରାଇ ନେଇଛନ୍ତି। ସେମାନଙ୍କ ପାଇଁ ବହୁତ ବଡ଼ ବଡ଼ ପ୍ୟାକେଜ କରିଛନ୍ତି। ଏ ବାବଦରେ କେବେ ସ୍ୱର ଉତ୍ତୋଳନ କରିଛନ୍ତି କି, କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ।

କହିଥିଲେ ଏମ୍‍.ଏସ୍‍.ପି. ଦୁଇଗୁଣ ହେବ, ହେଲା କି ? ଏବେ ଇଲେକ୍‍ସନ ୧୦ ଦିନ ଅଛି, ପୁଣି ମନେ ପଡ଼ୁଛି, ୧୦ ବର୍ଷ ହେଲା କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ସମ୍ୱଲପୁରର ସବୁ ହାଇସ୍କୁଲକୁ ୫ଟି ରୂପାନ୍ତରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଗୋଟିଏ ସ୍କୁଲ କରିଛନ୍ତି କି ? ଅଞ୍ଚଳ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଆଣିଛନ୍ତି କି ? ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ସମ୍ୱଲପୁର କିମ୍ୱା ଦେଗଗଡ଼ରେ ଦକ୍ଷତା ବିକାଶ କେନ୍ଦ୍ର ଗୋଟିଏ ଖୋଲିଲେ କି ? ଏ ଅଞ୍ଚଳକୁ କାହିଁକି ଅବହେଳା କଲେ ? ତୈଳମନ୍ତ୍ରୀ ଥିବା ବେଳେ ୨ ମାସକୁ ଥରେ ତାଙ୍କ ଦସ୍ତଖତରେ ପେଟ୍ରୋଲ, ଡିଜେଲ ଓ ଏଲ୍‍.ପି.ଜି. ଦର ବଢ଼ୁଥିଲା। ସାଧାରଣ ଖାଉଟିର କଷ୍ଟକୁ ସେତେବେଳେ ସେ କ’ଣ ଅନୁଭବ କରିପାରୁନଥିଲେ । କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ, ଲୋକଙ୍କ ପାଖରେ ଉତ୍ତରଦାୟୀ ହୁଅନ୍ତୁ।

ମୁଖ୍ୟମନ୍ତ୍ରୀ ୩ ବର୍ଷ ମଧ୍ୟରେ ବିଜୁ ଏକ୍‍ସପ୍ରେସ୍‍ ୱେ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ଅଥଚ କଟକ-ସମ୍ୱଲପୁର ରାସ୍ତା ୧୦ ବର୍ଷ ହେଲା ହୋଇପାରୁନାହିଁ। ଲୋକଙ୍କ ଯିବାଆସିବା ଅସୁବିଧା ଠାରୁ ଆରମ୍ଭ କରି ବହୁ ଧନଜୀବନ ଏଥିପାଇଁ କ୍ଷୟକ୍ଷତି ଘଟୁଛି। କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି ସେ ପୁଣି କହିଥିଲେ ଯେ, ଏମ୍‍.ସି.ଏଲ୍‍. ପ୍ରତିବର୍ଷ କୋଇଲା ବାବଦକୁ ଓଡ଼ିଶାରୁ ୨୭ ହଜାର କୋଟି ଟଙ୍କା ପାଉଛି। କିନ୍ତୁ ଓଡ଼ିଶାବାସୀ ପାଉଛନ୍ତି ପ୍ରଦୂଷଣ ଏବଂ ଓଡ଼ିଶା ପାଉଛି ମାତ୍ର ୪ ହଜାର କୋଟି ଟଙ୍କା। ଏଇଟା କ’ଣ ଉଚିତ ହେଉଛି କି ?

ସମ୍ୱଲପୁର ଓ ରେଙ୍ଗାଲୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ବହୁତ ବଡ଼ ମାଷ୍ଟର ପ୍ଲାନ ରହିଛି ବୋଲି ସେ ସୂଚନା ଦେଇ ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ।

Previous Post

ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର: ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଚାଷୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ

Next Post

ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

FNN WEB

FNN WEB

Next Post
ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.