• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

FNN WEB by FNN WEB
May 17, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର
0
SHARES
2
VIEWS


ସମ୍ୱଲପୁର ଓ ଢେଙ୍କାନାଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଏହି ସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, ୫ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ଥିଲେ ଏସବୁ ଯୋଜନା ଭଲ କି ? ଜନତାଙ୍କ ସମୂହ ଉତ୍ତର ଥିଲା ‘ହଁ’ । ଯେତେବେଳେ ସେ ପଚାରିଲେ ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ ।

ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଜୁଲାଇରୁ ଆଉ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ । ଆପଣମାନେ ଖୁସି ତ ? ତା’ପରେ ସେ ପୁଣି କହିଲେ ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଜନତା ଉତ୍ତର ଦେଲେ । କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ପ୍ୟାକେଜ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହାପରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଜନସଭାକୁ ସମ୍ଭୋଧନ କରି କହିଥିଲେ ବିଜେପିର ସମସ୍ତେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ସେମାନେ ପ୍ରଥମେ ଆଗେ ତାଙ୍କ ପାର୍ଲାମେଣ୍ଟାରି ପାର୍ଟିର ବୈଠକ କରି ନିଷ୍ପତ୍ତି କରନ୍ତୁ – କେଉଁ ରାଜ୍ୟକୁ ଏକ ନମ୍ୱର କରିବେ ? ତା’ପରେ ଓଡ଼ିଶା ଆସି ଆମର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ତେଣୁ ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ ? କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ କହୁଛନ୍ତି, କର୍ଣ୍ଣାଟକକୁ, ତେଲେଙ୍ଗାନାକୁ ଏକ ନମ୍ୱର କରିବେ । କିନ୍ତୁ ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ? ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋସ୍‍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ ସମ୍ବଲପୁରକୁ କୋରିଅର କରିଦେଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ତା’ପରେ ସେ କହିଥିଲେ ଯେ ଓଡ଼ିଶା ୧ ନମ୍ବର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସହଯୋଗରେ ଓଡ଼ିଶାକୁ ଏକ ନମ୍ୱର କରିବେ । ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା । ସବୁ ବନ୍ଦ ହୋଇଗଲାଣି । ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‍ ଛାଡ୍‍, ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଜୁଲାଇରୁ ବିଜୁଳି ବିଲ ଆସିବନାହିଁ, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ନବୀନ ବାବୁଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଲାଣି । କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ମାଗଣା ବିଜୁଳି ଦେବେ । ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ତା’ପରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ୬୦ ବର୍ଷରେ ଭତ୍ତା ବ୍ୟବସ୍ଥା ହେବ । ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ଏହାପରେ ସେ ପଚାରିଥିଲେ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍‍ କିଏ ଡବଲ କରିଛନ୍ତି ? ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିପୀଠ ଓ ଜନ୍ମସ୍ଥାନର କିଏ ରୂପାନ୍ତରଣ କରିଛନ୍ତି ? ରେଢ଼ାଖୋଲରେ ବ୍ୟାପକ ଜଳସେଚନର ସୁବିଧା କିଏ କରିଛନ୍ତି ? ପାଣ୍ଡିଆନଙ୍କ ପ୍ରଶ୍ନରେ ଲୋକଙ୍କ ଠାରୁ ଉତ୍ତର ଆସିଥିଲା ‘ମୁଖ୍ୟମନ୍ତ୍ରୀ’ ଓ ମୁଖ୍ୟମନ୍ତ୍ରୀ ।

ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଗଲାଣି । ତେଣୁ ବାହାରୁ ଆସି ସେମାନଙକ ନେତାମାନେ ନବୀନ ବାବୁଙ୍କୁ ଅସମ୍ମାନିତ କରୁଛନ୍ତି । ଆପଣମାନେ ସେହିବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ । ସମ୍ୱଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ଗୋଟିଏ ପଟେ ବିରୋଧୀଙ୍କ ମିଥ୍ୟା ପ୍ରଚାର ଚାଲିଛି, ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକମତକୁ ସମ୍ମାନ ଦେଇ କାମ କରିବାର ଚିନ୍ତାଧାରା । ଏବେ ସମୟ ଆସିଛି ବିଚାର କରିବା ପାଇଁ, ଆମେ କାହାକୁ ବାଛିବା ।

କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଳ, ଢେଙ୍କାନାଳ ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲୀକ, ପରଜଙ୍ଗ ବିଧାୟକ ପ୍ରାର୍ଥୀ ଡଃ ନୃସିଂହ ସାହୁ ଏବଂ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ସେମାନଙ୍କ ଅଭିଭାଷଣ ରଖିଥିଲେ ।

Previous Post

ଜୁଲାଇରୁ ବିଜୁଳି ବିଲ ଛାଡ଼, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍ : ମୁଖ୍ୟମନ୍ତ୍ରୀ

Next Post

ଦୁଇ ଲୋକସଭା କ୍ଷେତ୍ରର ୪ ବିଧାନସଭା ମଣ୍ଡଳୀରେ ନବୀନଙ୍କ ଦମଦାର ପ୍ରଚାର: କମ କହି ଲୋକଙ୍କ ମନ ଜିଣିଲେ

FNN WEB

FNN WEB

Next Post
ଦୁଇ ଲୋକସଭା କ୍ଷେତ୍ରର ୪ ବିଧାନସଭା ମଣ୍ଡଳୀରେ ନବୀନଙ୍କ ଦମଦାର ପ୍ରଚାର: କମ କହି ଲୋକଙ୍କ ମନ ଜିଣିଲେ

ଦୁଇ ଲୋକସଭା କ୍ଷେତ୍ରର ୪ ବିଧାନସଭା ମଣ୍ଡଳୀରେ ନବୀନଙ୍କ ଦମଦାର ପ୍ରଚାର: କମ କହି ଲୋକଙ୍କ ମନ ଜିଣିଲେ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.