ଜଟଣୀ: କେରଳମ୍ ରାଜ୍ୟର କାଲିକଟ୍ ସହରରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କିଶୋରୀ ସୁନ୍ଦରୀ ପ୍ରତିଯୋଗିତାରେ (୧୮ ବର୍ଷରୁ କମ୍) ଜଟଣୀର ୧୩ ବର୍ଷିୟା ସିଦ୍ଧିକ୍ସା ପ୍ରିୟଦର୍ଶିନୀ ୧୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଭାରତର ସର୍ବଶ୍ରେଷ୍ଠ କିଶୋରୀ ସୁନ୍ଦରୀ ଭାବେ ବିଜୟିନୀ ହୋଇ ମୁକୁଟ ପରିଧାନ କରିଛନ୍ତି। ଆଗାମୀ ଅଗଷ୍ଟ ମାସରେ ମିସ୍ ଟିନ୍ ସୁପର ଗ୍ଲୋବ୍ରେ ଅଂଶ ଗ୍ରହଣ କରିବା ପାଇଁ ସେ ବ୍ୟାଙ୍କକ୍ ଯିବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବ୍ୟାଙ୍କ୍କରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ବିଜୟିନୀ ହେବ ବୋଲି ଆଶା ପୋଷଣ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ସିଦ୍ଧିକ୍ସା ପ୍ରିୟଦର୍ଶିନୀଙ୍କ ବୟସ ମାତ୍ର ୧୩ ବର୍ଷ ହେଉଥିବା ବେଳେ ସେ ୭ମ ଶ୍ରେଣୀର ଛାତ୍ରୀ। ଜଟଣୀସ୍ଥ ରାଜାବଜାରରେ ବସବାସ କରୁଥିବା ସିଦ୍ଧିକିଙ୍କ ପିତାଙ୍କ ନାମ ଶକ୍ତି ସାହୁ ଓ ମା ରଞ୍ଜିତା ସାହୁଙ୍କ ପ୍ରେରଣାରେ ସେ ଏତେବାଟ ଆସିପାରିଛନ୍ତି ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ସୁନ୍ଦରୀ ପ୍ରତିଯୋଗିତା ମାନଙ୍କରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରି ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇସାରିଛନ୍ତି।














