ଜଟଣୀ : ଖୋର୍ଦ୍ଧାରୋଡ ରେଳମଣ୍ଡଳର ୨୦୨୫-୨୦୨୬ ଆର୍ଥିକ ବର୍ଷରେ ବିନା ଟିକେଟ୍ ରେଳଯାତ୍ରୀମାନଙ୍କ ଠାରୁ ଜରିମାନା ବାବଦକୁ ୩୮ କୋଟି ୮୮ ଲକ୍ଷ ଟଙ୍କା ଆଦାୟ କରି ସର୍ବକାଳୀନ ରେକର୍ଡ କରିଥିବାରୁ ଖୋର୍ଦ୍ଧାରୋଡ ମଣ୍ଡଳର ବରିଷ୍ଠ ମୁଖ୍ୟ ଟିକେଟ୍ ନିରୀକ୍ଷକ ଅନୀଲ କୁମାର ମିଶ୍ର ଓ ତାଙ୍କର ସହଯୋଗୀ ନିଷ୍ଠାପର ଭାବ କାର୍ଯ୍ୟ କରିଥିବାରୁ ସ୍ଥାନୀୟ ରେତଙ୍ଗ କଲୋନୀସ୍ଥ ରେଳ କଲ୍ୟାଣମଣ୍ଡପରେ ୭୦ ତମ ରେଳ ପୁରସ୍କାର-୨୦୨୫ ଉତ୍ସବରେ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଡି ସୁନୀଲ ପୁରସ୍କାର ପ୍ରଦାନ ସହ ସମ୍ମାନ ପ୍ରଦାନ କରିଛନ୍ତି।
ଏହି ରେକର୍ଡ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା ଓ ଏନେଇ ଆଗାମୀ ଦିନରେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବା ସହ ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ସମୟରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାରେ ସହଯୋଗ ଜାରି ରହିବ ବୋଲି ପୁରସ୍କାର ପାଇବା ପରେ ଅନୀଲ କୁମାର ମିଶ୍ର ନିଜର ପ୍ରତିକ୍ରିୟା ପ୍ରଦାନ କରିଛନ୍ତି।














