ଜଟଣୀ: ଜଟଣୀ ସହରର ସୀତାରାମ ଛକରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ଜନସାଧାରଣଙ୍କ ତୃଷା ମେଣ୍ଟାଇବା ପାଇଁ ଥଣ୍ଡା ଦହିପଣା ଏବଂ ଗ୍ଲୁକୋଜ ପାଣି ବଣ୍ଟନ ବ୍ୟବସ୍ଥା ହୋଇଥିଲା। ଯାହା ଫଳରେ ପ୍ରାୟତଃ ୨୦୦୦ରୁ ଉର୍ଦ୍ଧ ପଥଚାରୀ ତଥା ସ୍ଥାନୀୟ ଜନସାଧାରଣଙ୍କୁ ଏହି ପଣା ବଣ୍ଟନ ବ୍ୟବସ୍ଥାକୁ ଜାତୀୟ ମାନବାଧିକାର ପକ୍ଷରୁ ଆୟୋଜନ କରାଯାଇଥିଲା। ଜାତୀୟ ମାନବାଧିକାର ଉପସଭାପତି ସମିମ୍ ମୁସ୍ତଫା, ବାସୁଦେବ ସେଠୀ, ସୁକାନ୍ତ କୁମାର ଆଚାର୍ଯ୍ୟ , ଶ୍ରଦ୍ଧାଞ୍ଜଳି ଦାସ, ସୁନିତା ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ହବିବୁର ରେହେମାନ, ଗୀତାଞ୍ଜଳି ସେଠୀ, ସନ୍ତୋଷି ଜାଲୀ, ରଶ୍ମିତା ଦାସ, ଦେବବ୍ରତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ, ଗୀତିକାର ବିଶ୍ବନାଥ ପଟ୍ଟନାୟକ, ସାମ୍ୱାଦିକ ତଥା ମୋ ପରିବାରର ପ୍ରତିଷ୍ଠାତା ଶୁଭେନ୍ଦୁ ଶତପଥୀ, କାଉନସିଲର ଶଶାଙ୍କ ଶେଖର ରାୟ, ହରେ କୃଷ୍ଣ ପ୍ରସାଦ, ଯୁବ ଆଇନଜୀବୀ ସମାଜସେବୀ ଚିତ୍ତ ରଂଜନ ସେଠୀ ପ୍ରମୁଖ ଉପସ୍ଥିତିରେ ଶୁଭାରମ୍ଭ ଦିନ ଦଶଟା ରୁ ଆରମ୍ଭ ହୋଇ ଦିନ ଦୁଇଟା ଯାଏଁ ଦହିପଣା ଏବଂ ଗ୍ଲୁକୋଜ ପାଣି ଜାତୀୟ ମାନବାଧିକାର ସଦସ୍ୟଙ୍କ ଦ୍ୱାରା ବଣ୍ଟନ ବ୍ୟବସ୍ଥା ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ସାଦରରେ ପଣା ପିଇଥିଲେ। ତତସହିତ ରାସ୍ତା ପାର୍ଶ୍ବରେ ବସିଥିବା କୃଷ୍ଠରୋଗୀ ତଥା ଗରିବ ଅସହାୟ ଲୋକମାନଙ୍କୁ ଦଶଟା ଛତା ଉପସ୍ଥିତ ଅତିଥି ମାନଙ୍କ ହାତରେ ପ୍ରଦାନ କରାଯାଇଥିଲା।














