• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ପାଇକ ବିଦ୍ରୋହ ସ୍ମାରକୀ’ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର, ଖୁବ୍‌ଶୀଘ୍ର ଦ୍ବିତୀୟ ଟେଣ୍ଡର

FNN WEB by FNN WEB
May 19, 2026
in ଓଡ଼ିଶା, ମୁଖ୍ୟ ଖବର
0
‘ପାଇକ ବିଦ୍ରୋହ ସ୍ମାରକୀ’ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର, ଖୁବ୍‌ଶୀଘ୍ର ଦ୍ବିତୀୟ ଟେଣ୍ଡର
0
SHARES
1
VIEWS

ଭୁବନେଶ୍ୱର/ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଖୋର୍ଦ୍ଧା ଜିଲ୍ଲା ବରୁଣେଇଠାରେ ନିର୍ମାଣାଧୀନ ପାଇକ ବିଦ୍ରୋହ ସ୍ମାରକୀ ପ୍ରକଳ୍ପ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ପ୍ରକଳ୍ପର କଂକ୍ରିଟ୍ କାମ ଗତି ଉପରେ ଆଲୋକପାତ ହୋଇଥିଲା। ପ୍ରକଳ୍ପର ସିଭିଲ୍ ଟେଣ୍ଡର୍‌ ସମୟ ସୀମା ୨୦୨୭ ଜାନୁଆରି ମାସ ପର୍ଯ୍ୟନ୍ତ ରହିଛି। ହାତରେ ଆଉ ଆଠ ମାସ ଥିବା ବେଳେ ନିର୍ଧାରିତ ସମୟ ମଧ୍ୟରେ କେମିତି ପ୍ରକଳ୍ପ ଶେଷ ହେବ ତା’ ଉପରେ ଗୁରୁତ୍ବାରୋପ କରାଯାଇଛି। ସେହିପରି ସିଭିଲ୍ କାମ ଶେଷ ପୂର୍ବରୁ ଇଣ୍ଟେରିୟର ଓ ଡିଜାଇନିଂ କାମର ଦ୍ବିତୀୟ ଟେଣ୍ଡର୍‌ ଖୁବଶୀଘ୍ର ଡକାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶ୍ବସନା ଦେଇଛନ୍ତି। ପ୍ରକଳ୍ପ ପାଇଁ ଆଇଓସିଏଲ୍ ପ୍ରାୟ ୯୦କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ସିଭିଲ୍ କାମ, ବୃକ୍ଷସ୍ଥାନାନ୍ତର, ଜମି ହସ୍ତାନ୍ତର, ବିଦ୍ୟୁତ୍‌ ଯୋଗାଣ ଆଦି କାମରେ ପାଖାପାଖି ୪୦କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ହାତରେ ଆଉ ଅଳ୍ପ ଟଙ୍କା ଥିବା ବେଳେ ସେତିକି ଟଙ୍କାରେ ଦ୍ବିତୀୟ ଟେଣ୍ଡର୍‌ କରାଯିବ। ଦ୍ବିତୀୟ ଟେଣ୍ଡର୍‌ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ଟଙ୍କା ଯୋଗାଇ ଦେବା ଉପରେ ଆଜି ଗୁରୁତ୍ବାରୋପ କରାଯାଇଛି। ଜୁଲାଇ ମାସରେ ପୁଣି ଥରେ ଏହି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ହୋଇଥିବା ଏହି ସଶସ୍ତ୍ର ଗଣବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ଏହା ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ଏକ ଅନନ୍ୟ ପ୍ରତୀକ। ଏହି ମାଟିର ବୀରମାନଙ୍କ ବଳିଦାନ ସମଗ୍ର ଦେଶକୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରିତ କରିଥିଲା। ବରୁଣେଇ ପାହାଡ଼ ପାଦଦେଶରେ ନିର୍ମାଣ ହେଉଥିବା ଏହି ସ୍ମାରକୀ ସ୍ଥଳ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତିର ବୀରତ୍ୱ ଓ ବିଜୟଗାଥାକୁ ସାରା ବିଶ୍ୱରେ ପ୍ରତିପାଦିତ କରିବ। ଓଡ଼ିଶାର ଅଦମ୍ୟ ସାହସର ମୂକସାକ୍ଷୀ ହୋଇ ରହିବାକୁ ଥିବା ଏହି ପ୍ରକଳ୍ପ ଆଗାମୀ ଦିନରେ ଆମ ଯୁବପିଢ଼ିଙ୍କୁ ନିଜ ସଂସ୍କୃତି ଓ ଦେଶପ୍ରେମରେ ସର୍ବଦା ଅନୁପ୍ରାଣିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସମୀକ୍ଷା ବେଳେ ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ମୁଖ୍ୟ ସଂଯୋଜକ ଇଂ .ଶିଶିର ନାୟକ, ସତ୍ୟବାଦୀ ବଳିୟାରସିଂହ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରାକ୍ତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁରଥ ବିଶ୍ବାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସ୍‌ଆଇ ମେଡିକାଲ କଲେଜ

Next Post

ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

FNN WEB

FNN WEB

Next Post
ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.