• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମ୍ବଲପୁର, କେନ୍ଦୁଝର ଓ ନୟାଗଡ଼ରେ ଅମିତ ଶାହଙ୍କ ମାରାଥନ ପ୍ରଚାର

FNN WEB by FNN WEB
May 21, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ସମ୍ବଲପୁର, କେନ୍ଦୁଝର ଓ ନୟାଗଡ଼ରେ ଅମିତ ଶାହଙ୍କ ମାରାଥନ ପ୍ରଚାର
0
SHARES
3
VIEWS


ଏଥର ଓଡ଼ିଶାରେ ବିଜେପି ସରକାର: ଶାହ
କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ

ସମ୍ବଲପୁର: ଏଥର ଓଡ଼ିଶାରେ ପରିବର୍ତ୍ତନ ଥୟ, ବିଜେପି ସରକାର ହେବ। ଏଥର ୭୫ରୁ ଅଧିକ ସିଟରେ ବିଜେପିର ବିଧାନସଭା ପ୍ରାର୍ଥୀ ବିଜୟୀ ହେବେ। ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡ଼ି ପଡ଼ିଆରେ ଆୟୋଜିତ ବିଶାଳ ଜନ ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ଅମିତ ଶାହ ଆହୁରି କହିଛନ୍ତି, ଦେଶରେ ପଞ୍ଚମ ପର୍ଯ୍ୟାୟରେ ମୋଦୀଙ୍କୁ ୩୧୦ ଆସନରେ ବିଜୟୀ ହୋଇସାରିଛି। ବାକି ପର୍ଯ୍ୟାୟରେ ୪୦୦ ପାର୍ ହେବା ନିଶ୍ଚିତ। ନବୀନ ବାବୁ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି।ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ୨୫ ବର୍ଷ ପରେ ଓଡ଼ିଶାର ସଂସ୍କୃତି ଉପରେ ବିଜେପି ସରକାର ହେବ। ଓଡ଼ିଶାରେ ସବୁ ଅଛି, କେବଳ ଜଣେ ପରିଶ୍ରମ କରିପାରୁଥିବା ମୁଖ୍ୟମନ୍ତ୍ରୀ ନାହାନ୍ତି। ବିଜେପି ସରକାର କଲେ ପରିଶ୍ରମ କରିପାରୁଥିବା ଜଣେ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ ଓଡ଼ିଆ ଭାଷ‌ାରେ ମେଡିକାଲ୍ ଶିକ୍ଷା ଦିଆଯିବ। ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। ନବୀନ ସରକାର ଖାଲି ବ୍ୟାଗ ଦେଉଛନ୍ତି। ନବୀନ ବାବୁ ମନେ ରଖିବା ଦରକାର, ବ୍ୟାଗରେ ଗରିବର ପେଟ ପୁରେ ନାହିଁ। ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। ମୁଁ କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ। ବିଜେପିକୁ ଉଭୟ ବିଧାନସଭା ଓ ଲୋକସଭାରେ ବିଜୟୀ କରନ୍ତୁ ଓ ସ୍ବାଭିମାନ ଓଡ଼ିଶା ବନାନ୍ତୁ।

ଏହି ବିଶାଳ ଜନ ସମାବେଶରେ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

ସେହିପରି କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦୁଝର ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାରେ ଘୋଷଣା କରିଛନ୍ତି। ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ। ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି। କେନ୍ଦୁଝରକୁ ନବୀନ ସରକାର କିଛି ଦେଇଛନ୍ତି। ଏଠି କୌଣସି ବିକାଶ ହୋଇନାହିଁ। ମୋଦୀ ଚାଉଳ ଦେଉଛନ୍ତି, ନବୀନ ବାବୁ ଖାଲି ଅଖା ଦେଉଛନ୍ତି। ନବୀନ ବାବୁଙ୍କର ବୟସ ବଢ଼ିଗଲାଣି, ଆଉ କାମ କରିପାରୁନାହାନ୍ତି। କୌଣସି ତାମିଲ ଲୋକ ଏଠି ଶାସନ କରିପାରିବନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଆଦିବାସୀ ଭାଇଭଉଣୀମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ କିଛି କରିଛନ୍ତି। ସେ ୭୪୦ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି। ଏଠି ବିଜେପି ସରକାର କରନ୍ତୁ। ଦୁଇ ବର୍ଷ ଭିତରେ ସମସ୍ତଙ୍କୁ ଘର ଓ ପିଇବା ପାଣି ମିଳିବ। ଓଡ଼ିଶାରେ ବିଜେପି ସରକାର ଆସିଲେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ବିଜେପି ସରକାର ହେଲେ ୫ ବର୍ଷ ଭିତରେ ଓଡ଼ିଶାକୁ ନମ୍ବର ୱାନ୍ ରାଜ୍ୟ କରିବୁ। ବିଜେପି ସରକାର ଆସିଲେ, ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ଖ‌ୋଲାଯିବ। ରତ୍ନଭଣ୍ଡାରର ସବୁ ସମ୍ପତ୍ତି ପ୍ରଭୁ ଜଗନ୍ନାଥଙ୍କର, ଚାବି ହଜିଗଲାଣି।ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ବିଜେପି ଆସିଲେ ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନ ହେବ।

ସେହିପରି ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ ଲଗାତର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏଥର ଓଡ଼ିଶାରେ ଭାଜପା ସରକାର ହେବାକୁ ଯାଉଛି। ସାରା ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବର୍ଷିବା ସହ ଶାହା ପାଣ୍ଡିଆନଙ୍କ ନାଁ ନ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ତାମିଲ ବାବୁଙ୍କୁ ଓଡ଼ିଶାର ରାଜ୍ୟ ବନେଇଛନ୍ତି। ଆପଣମାନେ ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ, ଭାଜପା ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ। ଭାଜପାକୁ ସୁଯୋଗ ଦିଅନ୍ତୁ, ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୂରାଇବୁ। ୭୫ ବିଧାନସଭା ସିଟ ଜିତାନ୍ତୁ, ଆମ ସରକାର ବନାନ୍ତୁ । ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ ବୋଲି ଶାହା କହିଛନ୍ତି।

Previous Post

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ୱର, ୧୧୩୨ ବୁଥରେ ହେବ ଭୋଟିଂ

Next Post

କେନ୍ଦୁଝର ଚମ୍ପୁଆ ଓ ପାଟଣାରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

FNN WEB

FNN WEB

Next Post
କେନ୍ଦୁଝର ଚମ୍ପୁଆ ଓ ପାଟଣାରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

କେନ୍ଦୁଝର ଚମ୍ପୁଆ ଓ ପାଟଣାରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.