ଜନଜାତି ଲୋକ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି: ପାଣ୍ଡିଆନ୍
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ୟ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ। ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାମର ତାଲିକା ମନେ ପକାଇ ଦେଇଛନ୍ତି ପାଣ୍ଡିଆନ। ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ, ଲକ୍ଷ୍ମୀ ବସ୍ ରେ ମହିଳାଙ୍କୁ ୫ଟଙ୍କାରେ ଯାତ୍ରା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା, SDC ରେ ଧର୍ମସ୍ଥଳୀର ବିକାଶ ସହିତ ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀଙ୍କ ବଜେଟକୁ କେନ୍ଦ୍ର ସରକାର ହ୍ରାସ କରିଥିବା ବେଳେ ମୁଖ୍ଯମନ୍ତ୍ରୀ ଏହାକୁ ଅଧିକ ବଢ଼ାଇଛନ୍ତି। ସେହିପରି ଜଙ୍ଗଲଜାତ ଦ୍ରବ୍ୟର ଯେମିତି ଉଚିତ ମୂଲ୍ୟ ପାଇବେ ଆଦିବାସୀ ସେଥିପାଇଁ କରାଯାଇଛି ଲାଭ ଦାୟକ ଯୋଜନା। ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜୁଳି ବିଲ୍ ଛାଡ, ମିଶନ ଶକ୍ତି ମାଆଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶୃତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ଦୃଢ଼ତାର ସହିତ କହିଛନ୍ତି ପାଣ୍ଡିଆନ।
ଜନଜାତି ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟରେ ଅଛନ୍ତି। ନବୀନଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ଭଲ ପାଆନ୍ତି। କେତେ ଭଲ ପାଆନ୍ତି, ତାହା ଏହି ସଭାରୁ ପ୍ରମାଣ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ସଭାରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ। ବିଳମ୍ବ ହୋଇଥିଲେ ସୁଦ୍ଧା ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ବିଳମ୍ବରେ ପହଞ୍ଚିଥିବାରୁ କ୍ଷମା ମାଗିବା ସହିତ ଲୋକମାନଙ୍କୁ ଧନ୍ଯବାଦ ଦେଇଥିଲେ ପାଣ୍ଡିଆନ। ଜନଜାତିର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା କାମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶା ଭଳି ଅନ୍ଯ ରାଜ୍ଯରେ ଏସଡିସି ଗଠନ ହୋଇନାହିଁ। ଯାହା ଜନଜାତିଙ୍କ ସଂସ୍କୃତିର ସୁରକ୍ଷା କରୁଛି। ଧର୍ମୀପୀଠର ଉନ୍ନତି, ଲାଭ ଯୋଜନା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆଦି କଥା କହିବା ସହ ଅଞ୍ଚଳର ବିକାଶ କାମ ଓ ସେ ବାବଦରେ ବ୍ୟୟବରାଦର ହିସାବ ଦେଇଥିଲେ ପାଣ୍ଡିଆନ। ଆଦିବାସୀଙ୍କ ମଙ୍ଗଳପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଚେଷ୍ଟିତ । ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେୱାଇ କାର୍ଡ, ମିଶନଶକ୍ତି ମାଆମାନଙ୍କ ପାଇଁ ପେନସନ ସମ୍ପର୍କରେ ମୁଖ୍ଯମନ୍ତ୍ରୀଙ୍କ ପ୍ରତିଶୃତି ମନେପକାଇ ଦେଇଥିଲେ ପାଣ୍ଡିଆନ। ଓଡ଼ିଶା ଭଳି ଅନ୍ଯ କୌଣସି ରାଜ୍ଯରେ ବସରେ ମହିଳାଙ୍କୁ ରିହାତି ମିଳିୁନାହିଁ। ଏସବୁ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବା ପାଇଁ ପାଣ୍ଡିଆନ ଅପିଲ କରିଥିଲେ । ବିଜେପି ନିର୍ବାଚନ ବେଳେ ମିଠାକଥା କହେ, କିନ୍ତୁ ପରେ ବିଜେପି ନେତାଙ୍କ ଦେଖା ମିଳେନାହିଁ। ତେଣୁ ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ପାଣ୍ଡିଆନ।
ପାଣ୍ଡିଆନ୍ ଆହୁରି କହିଛନ୍ତି, ଆଦିବାସୀ ଭାଇ, ଭଉଣୀଙ୍କ ଉପରେ ଥିବା ୫୦ ହଜାର ପୁଲିସ କେସ ରଦ୍ଦ କରିବାକୁ ଆମ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା କୌଣସି ସରକାର, କି ଦଳ କରିବେ ନାହିଁ। ଏହା କେବଳ ଆମ ମୁଖ୍ୟମନ୍ତ୍ରୀ କରିପାରିବେ। ଆପଣଙ୍କ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆମ ମୁଖ୍ୟମନ୍ତ୍ରୀ ହଜାର ହଜାର ହଷ୍ଟେଲ ଖୋଲୁଛନ୍ତି। ଝିଅପିଲାମାନେ ବି ଏହି ହଷ୍ଟେଲରେ ରହି ପଢୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଆଦିବାସୀ ଭାଇ, ଭଉଣୀମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଜଙ୍ଗଲରେ ଯାଇ ଶାଳ ମଞ୍ଜି, ଶାଳ ପତ୍ର, ହରିଡା ମଞ୍ଜି, ମହୁଲି ମଞ୍ଜି ଆଣି ବିକ୍ରି କରନ୍ତି, ହେଲେ ଠିକ ଦାମ ପାଉନଥିଲେ। ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି। ଗରିବ ଆଦିବାସୀମାନେ ଯିଏ ବି ଜଙ୍ଗଲକୁ ଯାଇ ନି।