ନୂଆଦିଲ୍ଲୀ/କଟକ: ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ। ଗତକାଲି ବିଜେଡିରୁ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ।। ଆଜି ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ସିଂହ ତୋମରଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ। ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ନିତିନ ନବୀନଙ୍କୁ ଭେଟିଥିଲେ।
ଏହି ଅବସରରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ନେତୃତ୍ବରେ ପ୍ରେରିତ ହୋଇ ମୁଁ ବିଜେପିରେ ଯୋଗ ଦେଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଓଡ଼ିଶା ବିକାଶ’ କାର୍ଯ୍ୟକ୍ରମରେ ମୁଁ ସାମିଲ ହେବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବି , କାରଣ ସେ ମୋତେ ବିଜେପିରେ ସାମିଲ କରିଛନ୍ତି। ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଓଡ଼ିଶାରେ ବିଜେପି ପାଇଁ ବହୁତ କାମ କରିବି ଓ ଦଳକୁ ଆହୁରି ସୁଦୃଢ଼ କରିବି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।














