• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଲା କାଶ୍ମୀରରୁ ଦିଲ୍ଲୀ; ଭୟରେ ଦୌଡ଼ିଲେ ଲୋକେ

FNN WEB by FNN WEB
June 27, 2026
in ଜାତୀୟ, ମୁଖ୍ୟ ଖବର
0
ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଲା କାଶ୍ମୀରରୁ ଦିଲ୍ଲୀ; ଭୟରେ ଦୌଡ଼ିଲେ ଲୋକେ
0
SHARES
0
VIEWS

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂମିକମ୍ପ, ହେଲେ ଥରିଲା ଭାରତ। ଶନିବାର ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ନୂଆଦିଲ୍ଲୀ, ଜମ୍ମୁ-କାଶ୍ମୀର ଏବଂ ଉତ୍ତର ଭାରତର ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଭାରତ ସରକାରଙ୍କ ଭୂକମ୍ପ ମନିଟରିଂ ସଂସ୍ଥା, ନ୍ୟାସନାଲ ସେଣ୍ଟର ଫର ସେମୋଲୋଜି (NCS) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ରହିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ମପାଯାଇଛି। NCS ଏକ୍ସ ପୋଷ୍ଟ କରି ଲେଖିଛି “ଭୂକମ୍ପର ତୀବ୍ରତା ୬.୨ ଥିଲା, ଯାହା ୨୭/୦୬/୨୦୨୬ ରିଖ ସନ୍ଧ୍ୟା ୭:୦୪ ମିନିଟରେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ୨୧୫ କିମି ଥିଲା।”

ସେହିପରି ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ (USGS) ମୁତାବକ, ଏହି ଭୂକମ୍ପ ଉତ୍ତର-ପୂର୍ବ ଆଫଗାନିସ୍ତାନର ଜୁର୍ମଠାରୁ ୪୩ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିଲା। ଏହି ଶକ୍ତିଶାଳୀ କମ୍ପନ ପରେ ଦିଲ୍ଲୀରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ଭୟଭୀତ ହୋଇ ଘର ଏବଂ କାର୍ଯ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ।

ଭୂମିକମ୍ପରେ ଥରୁଛି ବିଶ୍ୱ, ବିପଦରେ ଭାରତ

ସୂଚନ ଥାଉକି ଏହାର କିଛି ଦିନ ପୂର୍ବରୁ ୨୪ ଜୁନ ୨୦୨୬ରେ ଭେନେଜୁଏଲାରେ ଆସିଥିବା ଦୁଇଟି ଭୟାବହ ଭୂକମ୍ପରେ ୯୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ମାତ୍ର ଏକ ମିନିଟ୍ ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ( ଗୋଟିଏ ୭.୨ ଆଉ ଗୋଟିଏ ୭.୫ ତୀବ୍ରତାର) ଭୂକମ୍ପରେ ବହୁ କୋଠାବାଡ଼ି ଭୁଷୁଡ଼ି ପଡ଼ିଥିଲା। ମିଳିତ ଜାତିସଂଘର ସହାୟତା ମୁଖ୍ୟ ଟମ୍ ଫ୍ଲେଚରଙ୍କ ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ୫୦,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହା ଦେଶର ୧୨୫ ବର୍ଷର ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି କୁହାଯାଉଛି। ଯେଉଁଥିରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି।

ସେହିପରି ଫିଲିପାଇନ୍ସ (Philippines)ରେ ୮ ଜୁନ୍ ୨୦୨୬ ତାରିଖରେ ମିନ୍ଦାନାଓ (Mindanao) ଉପକୂଳରେ ୭.୮ ତୀବ୍ରତାର ଏକ ଅତ୍ୟନ୍ତ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ଯୋଗୁ ସୁନାମି ସତର୍କତା ମଧ୍ୟ ଜାରି କରାଯାଇଥିଲା। ଜୁନ୍ ୭, ୨୦୨୬ ତାରିଖରେ ଭୁଟାନରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଭାବ ଭାରତର ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମ ପରି ପଡ଼ୋଶୀ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ମାସରେ ଜାପାନ, ଋଷିଆ (କାମଚାଟକା ଅଞ୍ଚଳ), ଇଣ୍ଡୋନେସିଆ, ଏବଂ ଚୀନରେ ମଧ୍ୟ ୬.୦ରୁ ଅଧିକ ତୀବ୍ରତର ଭୂକମ୍ପ ରେକର୍ଡ କରାଯାଇଛି।

ଭାରତ କାହିଁକି ଭୂକମ୍ପପ୍ରବଣ?

ଭୂତତ୍ତ୍ୱବିତଙ୍କ ଅନୁଯାୟୀ ଭାରତର ପ୍ରାୟ ୫୯% ଭୂମି ଭୂକମ୍ପପ୍ରବଣ ରାଷ୍ଟ୍ର। ତେଣୁ ସେ ଦୃଷ୍ଟିରୁ ଆମ ଦେଶ ଅତ୍ୟନ୍ତ ସମ୍ବେଦନଶୀଳ। ଭାରତକୁ ଭୂକମ୍ପ ସମ୍ବେଦନଶୀଳତା ଆଧାରରେ ୪ଟି ଜୋନରେ ବିଭକ୍ତ କରାଯାଇଛି – ଜୋନ୍-୨, ଜୋନ୍-୩, ଜୋନ୍-୪ ଏବଂ ଜୋନ୍-୫। ଏଥିମଧ୍ୟରୁ ଜୋନ୍-୫ ସବୁଠାରୁ ବିପଜ୍ଜନକ ହୋଇଥିବାବେଳେ ଜୋନ୍-୨ ସବୁଠାରୁ କମ୍ ବିପଦ ରହିଛି। ଦିଲ୍ଲୀ ଜୋନ୍-୪ ଅନ୍ତର୍ଗତ ଆସୁଥିବାରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଠାରେ ଅଧିକ ତୀବ୍ରତାର ଭୂକମ୍ପ ହେବାର ସମ୍ଭାବନା ରହିଛି । ବିଶେଷଜ୍ଞଙ୍କ ମତରେ, ହିମାଳୟ ଅଞ୍ଚଳ, କଚ୍ଛ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତ ପରି ସକ୍ରିୟ ଫଲ୍ଟ ଲାଇନ୍ (fault lines) ନିକଟରେ ଅବସ୍ଥିତ ଥିବାରୁ ଭାରତ ସର୍ବଦା ଭୂକମ୍ପର ଆଶଙ୍କାରେ ରହିଥାଏ।

ଓଡ଼ିଶାର ସ୍ଥିତି କଣ ?

ଭାରତକୁ ଭୂକମ୍ପ ସମ୍ବେଦନଶୀଳତା ଆଧାରରେ ଯେଉଁ ୪ଟି ଜୋନରେ ବିଭକ୍ତ କରାଯାଇଛି ସେଥିରେ ମୁଖ୍ୟତଃ ଜୋନ୍-୨ ଓ ଜୋନ୍-୩ରେ ଓଡ଼ିଶା ଆସିଥାଏ। ଓଡ଼ିଶାର ଅଧିକାଂଶ ଅଞ୍ଚଳ ଭୂକମ୍ପ ଦୃଷ୍ଟିରୁ ଜୋନ୍-୨(ସର୍ବନିମ୍ନ ଆଶଙ୍କା) ଏବଂ ଜୋନ୍-୩ (ମଧ୍ୟମ ଆଶଙ୍କା) ଅନ୍ତର୍ଗତ ଆସେ। ଏହାର ଅର୍ଥ ହେଉଛି, ଏଠାରେ ଭୂକମ୍ପ ହେବାର ସମ୍ଭାବନା ଦେଶର ହିମାଳୟ ଅଞ୍ଚଳ ବା କଚ୍ଛ ଅଞ୍ଚଳ ତୁଳନାରେ ବହୁତ କମ୍ ।

ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଅଞ୍ଚଳ (ଯେପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରର କିଛି ଭାଗ) ଜୋନ୍-୩ ଅନ୍ତର୍ଗତ ଆସୁଥିବାରୁ ଏଠାରେ ମଧ୍ୟମ ଧରଣର ଭୂକମ୍ପ ହେବାର ସାମାନ୍ୟ ଆଶଙ୍କା ରହିଛି। ପୂର୍ବରୁ ଓଡ଼ିଶାକୁ ବହୁତ ସୁରକ୍ଷିତ ବୋଲି ମନେ କରାଯାଉଥିଲା, କିନ୍ତୁ କିଛି ବର୍ଷ ଧରି ମହାନଦୀ ଅବବାହିକା ଏବଂ ଉପକୂଳ ଅଞ୍ଚଳରେ ଛୋଟ ଛୋଟ କମ୍ପନ ଅନୁଭୂତ ହେବା ପରେ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ।

ଭୂକମ୍ପ କିପରି ମାପ କରାଯାଏ?

ଭୂକମ୍ପର ତୀବ୍ରତା ଏବଂ ପ୍ରଭାବ ମାପିବା ପାଇଁ ‘ରିକ୍ଟର ସ୍କେଲ’ (Richter scale) ବ୍ୟବହାର କରାଯାଏ:

  • ୪.୦ –୪.୯:ଆଲମାରୀ ବା ସେଲ୍ଫରୁ ଜିନିଷପତ୍ର ତଳକୁ ଖସିପାରେ ।
  • ୫.୦ –୫.୯:ଆସବାବପତ୍ର ଏବଂ ଭାରୀ ଜିନିଷ ହଲିପାରେ ।
  • ୬.୦ –୬.୯:କୋଠାବାଡ଼ିରେ ଫାଟ ସୃଷ୍ଟି ହୋଇପାରେ ।
  • ୭.୦ –୭.୯:କୋଠା ଭୁଷୁଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଥାଏ ।
  • ୮.୦ –୮.୯:ଭୀଷଣ ବିନାଶ ଏବଂ ସୁନାମିର ଭୟ ରହିଥାଏ ।
  • ୯.୦ +:ସର୍ବବ୍ୟାପୀ ଭୟଙ୍କର କ୍ଷୟକ୍ଷତି (Catastrophic) ।
Previous Post

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

Next Post

ଜୁଲାଇ ୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୧ରୁ ୫ ପ୍ରବଳ ବର୍ଷିବ

FNN WEB

FNN WEB

Next Post
ଜୁଲାଇ ୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୧ରୁ ୫ ପ୍ରବଳ ବର୍ଷିବ

ଜୁଲାଇ ୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୧ରୁ ୫ ପ୍ରବଳ ବର୍ଷିବ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

June 27, 2026
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

June 27, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.