ଭୁବନେଶ୍ୱର ୦୨।୦୭ : ଗସ୍ତ ବାତିଲ । ଦିନକ ପରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ହେଲେ ତାପୂର୍ବରୁ ଏହି ଗସ୍ତ ବାତିଲ ହୋଇଛି । ଏବେ ଯାଏଁ ଅମିତ ଶାହାଙ୍କ ଗସ୍ତ ବାତିଲର ସଠିକ କାରଣ ଜଣାପଡିନାହିଁ ।
ଖବର ଅନୁଯାୟୀ, ଆସନ୍ତା ୩ ତାରିଖ ମାନେ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏହି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାରେ ଗସ୍ତ ସୂଚୀ ରହିଥିଲା । ଏପିରିକି ବରଗଡ଼, ରାଉରକେଲା ଆଦି ସ୍ଥାନ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ହେଲେ ତାପୂର୍ବରୁ ମାନେ ଗୁରୁବାର ଦିନ ଅପରାହ୍ନ ସମୟରେ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଛି । ଗସ୍ତ ବାତିଲ ହୋଇଥିବା ନେଇ ପ୍ରଦୀପ ପୁରୋହିତଙ୍କ ସୂଚନା ଦେଇଛନ୍ତି ।
ତେବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ବାତିଲ କଣ ପାଇଁ ପାଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ କେବେ ଓଡ଼ିଶା ଗସ୍ତ କରିବେ । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମଧ୍ୟ ସମାନ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । କିଛି ଗୁରୁତ୍ୱପୁର୍ଣ କାମ ଆସିବାରୁ ତାଙ୍କ ଗସ୍ତ ବାତିଲ ହୋଇଛି । ପରବର୍ତୀ ସମୟରେ ଅମିତ ଶାହଙ୍କ ଗସ୍ତ ରି ସିଡ୍ୟୁଲ ହେବ ।














