ଓଡ଼ିଶାରେ ବଢ଼ିଲା ଇଲେକ୍ଟ୍ରିକ୍ ବାହନ ନୀତିର ଅବଧି, ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମିଳିବ ସବସିଡି ସୁବିଧା । ସବୁଠି ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବୈଦ୍ୟୁତିକ ଯାନକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧’ ର ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି ।
ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ନୀତିର ବୈଧତା ଆସନ୍ତା ୨୦୨୬ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟ ପରିବହନ ବିଭାଗର ଏହି ନିଷ୍ପତ୍ତି ଫଳରେ ଇଭି ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ ।














