ସୂଚନା ଅନୁଯାୟୀ, ଇରାକରୁ ଅଶୋଧିତ ତୈଳ ବୋଝେଇ କରିବା ପରେ ଜାହାଜଟି ମଧ୍ୟପ୍ରାଚ୍ୟରେ ହଠାତ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ଭାରତୀୟ ନୌସେନା ସହ ନିରନ୍ତର ଯୋଗାଯୋଗରେ ରହି ଜାହାଜର କ୍ରୁ ମେମ୍ବର ମାନେ ଯାତ୍ରା ଜାରି ରଖିଥିଲା ।
ଏହି ସମୟରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଶତ୍ରୁପକ୍ଷର ଆକ୍ରମଣ ଯୋଗୁଁ ଜାହାଜର ବ୍ରିଜ୍ ଅଂଶ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ଭୟାବହ ପରିସ୍ଥିତିରେ ମଧ୍ୟ ଜାହାଜର ମାଷ୍ଟର ଏବଂ କ୍ରୁ ମେମ୍ବରମାନେ ଅସୀମ ଧୈର୍ଯ୍ୟ ଏବଂ ବୃତ୍ତିଗତ ଦକ୍ଷତାର ପରିଚୟ ଦେଇ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ହର୍ମୁଜ୍ ପ୍ରଣାଳୀ ପୁନଃ ମୁକ୍ତ ହେବା ପରେ ଜାହାଜଟି ନିଜର ଅସମ୍ପୂର୍ଣ୍ଣ ଯାତ୍ରା ଆରମ୍ଭ କରି ସୁରକ୍ଷିତ ଭାବେ ପାରାଦୀପରେ ପହଞ୍ଚିଛି । ଆଶ୍ୱସ୍ତିର ବିଷୟ, ସାରା ସଂଘର୍ଷମୟ ମିଶନରେ ସମସ୍ତ ଅଫିସର ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।














