ଭୁବନେଶ୍ବର ୩।୭: ଜାପାନର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ସହ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ଟିମ ଓଡ଼ିଶା । ଓଡ଼ିଶାରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରୟାସ ହେଉଥିବା ବେଳେ ଏଭଳି ଆଲୋଚନା ଅନେକ ଗୁରୁତ୍ୱ ବହନ କରୁଛି । ଆକମେ ଗ୍ରୁପର ଅଧ୍ୟକ୍ଷ ମନୋଜ ଉପାଧ୍ୟୟ, IHI କର୍ପୋରେସନର ସଭାପତି ହିରୋସି ଇଡେଙ୍କ ସହ ଜାପାନର ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ବୈଠକରେ ସାମିଲ ଅଛନ୍ତି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ବ ନେଉଥିବା ବେଳେ ଶିଳ୍ପ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଅଛନ୍ତି । ଓଡ଼ିଶା-ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଁ ବିଶେଷ କରି ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର ସହ ସି’ଫୁଡ୍ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ଷେତ୍ରରେ ଜାପାନୀ ପୁଞ୍ଜି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି ।














