ଭୁବନେଶ୍ୱର : ମସୁମ୍ ଗ୍ରୁପ୍ର ପ୍ରମୁଖ କମ୍ପାନୀ ଏମ୍.କେ. ଆଗ୍ରୋଟେକ୍ର ଫ୍ଲାଗଶିପ୍ ଖାଦ୍ୟ ତେଲ ବ୍ରାଣ୍ଡ ସନପ୍ୟୁର, ଭାରତୀୟ ପରିବାରମାନଙ୍କ ବିଶ୍ୱାସର ୩୦ ବର୍ଷର ସଫଳ ଯାତ୍ରାକୁ ଉଦ୍ଯାପନ କରିବା ପାଇଁ ଏହାର ନୂତନ ବ୍ରାଣ୍ଡ ଅଭିଯାନର ଉନ୍ମୋଚନ କରିଛି। ଏହି ଅଭିଯାନରେ ସୁପରଷ୍ଟାର କିଚ୍ଚା ସୁଦୀପ ଓ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରିୟାମଣୀ ଅଭିନୟ କରିଛନ୍ତି। ଏହା ଭାରତର ଏକମାତ୍ର ଫିଜିକାଲି ରିଫାଇନ୍ଡ ସନଫ୍ଲାୱର ତେଲ ‘ସନପ୍ୟୁର ରିଫାଇନ୍ଡ ସନଫ୍ଲାୱର ଅଏଲ’କୁ କେନ୍ଦ୍ରବିନ୍ଦୁରେ ରଖିଛି।
ଗତ ତିନି ଦଶନ୍ଧି ଧରି କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଗୋଆ ଏବଂ ଓଡ଼ିଶାର ଲକ୍ଷ ଲକ୍ଷ ପରିବାରର ରୋଷେଇଘରରେ ସନପ୍ୟୁର ଏକ ବିଶ୍ୱସ୍ତ ନାମ ହୋଇଉଠିଛି। ଶୁଦ୍ଧତା, ଉଚ୍ଚ ଗୁଣବତ୍ତା ଓ ନିରନ୍ତର ମାନ ରକ୍ଷା ପ୍ରତି ଏହାର ଅଟୁଟ ପ୍ରତିବଦ୍ଧତା ଗ୍ରାହକଙ୍କ ବିଶ୍ୱାସ ଜିତିଛି। ପରିବାର ସହ ଭୋଜନକୁ କେନ୍ଦ୍ର କରି ଗଢ଼ିଉଠୁଥିବା ସ୍ନେହ, ଏକତା ଓ ଖୁସିର ମୁହୂର୍ତ୍ତଗୁଡ଼ିକୁ ଏହି ନୂଆ ଅଭିଯାନ ଉତ୍ସବମୁଖର କରିଛି।
“Sunpure Ellide, Santhosha Allide” (ଯେଉଁଠାରେ ସନପ୍ୟୁର, ସେଠାରେ ଖୁସି) ଟ୍ୟାଗ୍ଲାଇନ୍କୁ ଆଧାର କରି ପ୍ରସ୍ତୁତ ଏହି ଟେଲିଭିଜନ ବିଜ୍ଞାପନରେ ସୁନ୍ଦର ଜିଙ୍ଗଲ୍, ଆକର୍ଷଣୀୟ କାହାଣୀ ଓ ପାରିବାରିକ ମୁହୂର୍ତ୍ତ ମାଧ୍ୟମରେ ପ୍ରତ୍ୟେକ ଘରର ଆତ୍ମୀୟତାକୁ ଚିତ୍ରଣ କରାଯାଇଛି। ଏହା କେବଳ ଏକ ଉତ୍ପାଦ ବିଜ୍ଞାପନ ନୁହେଁ; ବରଂ ଗତ ୩୦ ବର୍ଷ ଧରି ଗ୍ରାହକଙ୍କ ସହ ସନପ୍ୟୁର ଗଢ଼ିଉଠାଇଥିବା ଭାବନାତ୍ମକ ସମ୍ପର୍କର ଉତ୍ସବ।
ଏହି ଅଭିଯାନର ଅନ୍ୟତମ ବିଶେଷତା ହେଉଛି ସନପ୍ୟୁରର ୩୦ ବର୍ଷର ଯାତ୍ରା ସହ କିଚ୍ଚା ସୁଦୀପଙ୍କ ୩୦ ବର୍ଷର ସଫଳ ଚଳଚ୍ଚିତ୍ର ଜୀବନର ସମ୍ମିଳନ। ବିଶ୍ୱାସ ଓ ନିରନ୍ତରତାର ପ୍ରତୀକ ଭାବେ ଏହି ଦୁଇଟି ସଫଳ ଯାତ୍ରା ସ୍ୱାଭାବିକ ଭାବରେ ଏକାଠି ହୋଇଛି। ଆଧୁନିକ ଭାରତୀୟ ଗୃହିଣୀଙ୍କ ସ୍ନେହ, ସରଳତା ଓ ଆତ୍ମୀୟତାର ପ୍ରତିଛବି ଭାବେ ପ୍ରିୟାମଣୀ ଏହି ଅଭିଯାନକୁ ଆହୁରି ସଶକ୍ତ କରିଛନ୍ତି।
୩୦ ବର୍ଷ ପୂର୍ତ୍ତି ଅବସରରେ ସନପ୍ୟୁର ଏହାର ଉତ୍ପାଦ ଶ୍ରେଣୀକୁ ବିସ୍ତାର କରି ‘ସନପ୍ୟୁର ଚାମ୍ପିଅନ୍ ରିଫାଇନ୍ଡ କାନୋଲା ଅଏଲ’ର ଶୁଭାରମ୍ଭ କରିଛି। MUFA (ମୋନୋ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍) ଓ ଓମେଗା-୩ରେ ସମୃଦ୍ଧ ଏହି ପ୍ରିମିୟମ୍ ତେଲ ସ୍ୱାସ୍ଥ୍ୟ ସଚେତନ ଗ୍ରାହକଙ୍କ ପାଇଁ ଉପଯୁକ୍ତ। ଏହାର ସ୍ୱାଭାବିକ ସ୍ୱାଦ ଓ ସୁଗନ୍ଧ ସମସ୍ତ ପ୍ରକାର ଭାରତୀୟ ରୋଷେଇ ପାଇଁ ଉପଯୁକ୍ତ।
ଏହି ଅବସରରେ ମସୁମ୍ ଗ୍ରୁପ୍ର ନିର୍ଦ୍ଦେଶକ ମନ୍ନାନ୍ ଖାନ୍ କହିଛନ୍ତି, “ସନପ୍ୟୁରର ୩୦ ବର୍ଷର ଯାତ୍ରା ଆମ ପାଇଁ ଗର୍ବର ବିଷୟ। ଏହି ନୂଆ ଅଭିଯାନ ଆମ ଉପରେ ବିଶ୍ୱାସ ରଖିଥିବା ଲକ୍ଷ ଲକ୍ଷ ପରିବାରଙ୍କ ପ୍ରତି ଆମର କୃତଜ୍ଞତା। ଶୁଦ୍ଧତା, ଗୁଣବତ୍ତା, ଯତ୍ନ ଓ ପାରିବାରିକ ମୂଲ୍ୟବୋଧ ହେଉଛି ସନପ୍ୟୁରର ମୂଳ ଭିତ୍ତି। କିଚ୍ଚା ସୁଦୀପ ଓ ପ୍ରିୟାମଣୀ ଆମର ପ୍ରମୁଖ ବଜାରରେ ଦର୍ଶକଙ୍କ ସହ ଦୃଢ଼ ଭାବନାତ୍ମକ ସମ୍ପର୍କ ଓ ବିଶ୍ୱାସ ହାସଲ କରିଛନ୍ତି। ସେଥିପାଇଁ ସେମାନେ ସନପ୍ୟୁରର ସର୍ବୋତ୍ତମ ବ୍ରାଣ୍ଡ ଆମ୍ବାସାଡର।”














