• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରଥ ଉପରେ ଅନଧିକୃତ ପ୍ରବେଶକୁ କଡ଼ା ରୋକ, ମୋବାଇଲ୍ ବ୍ୟବହାର ମନା

FNN WEB by FNN WEB
July 3, 2026
in ଓଡ଼ିଶା
0
ରଥ ଉପରେ ଅନଧିକୃତ ପ୍ରବେଶକୁ କଡ଼ା ରୋକ, ମୋବାଇଲ୍ ବ୍ୟବହାର ମନା
0
SHARES
1
VIEWS

ପୁରୀ ୩।୭: ଜୁଲାଇ ୧୬ରେ ଅର୍ଥାତ୍ ଆଉ ମାତ୍ର ୧୨ ଦିନ ପରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ଦେଇ କହିଛନ୍ତି ରଥଯାତ୍ରାରେ ଏକ ବଡ କାର୍ଯ୍ୟ ହେଉଛି ରଥ ନିର୍ମାଣ। ଚଳିତ ବର୍ଷ ଯୋଡ଼ା ଜ୍ୟେଷ୍ଠ ଯୋଗୁଁ ରଥ ନିର୍ମାଣ ବେଶ୍ ଆଗୁଆ ରହିଛି। ରଥ ନିର୍ମାଣରେ ନିୟୋଜିତ ମହାରଣା, ରୂପକାର, ଚିତ୍ରକାର, ଭୋଇ, କମାର, ଦରଜୀ ସେବକ ମାନେ ନିଷ୍ଠା, ଭକ୍ତି ଓ ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି।ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥ ନିର୍ମାଣ ଠିକ୍ ସମୟରେ ଶେଷ ହୋଇଯିବ। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୬ ତାରିଖ ସକାଳ ୧୦.୧୫ ମିନିଟରେ ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ କରାଯିବ। ଠାକୁରଙ୍କ ନୀତିକାନ୍ତିରେ ସମନ୍ଵୟ ରକ୍ଷା ପାଇଁ ବିଭିନ୍ନ ନିଯୋଗ ସହ ବିଭିନ୍ନ ସ୍ତରରେ ବୈଠକ କରାଯାଇଛି। ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଏ ନେଇ ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ରଥ ଉପରେ କେହି ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ରଥଯାତ୍ରା ଆଉ ଖୁବ୍ କମ୍ ଦିନ ଥିବାରୁ ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ମହାପ୍ରଭୁଙ୍କ ଜନ୍ମସ୍ଥାନ ହେଉଛି ଗୁଣ୍ଡିଚା ମନ୍ଦିର। ଘୋଷ ଯାତ୍ରାରେ ମହପ୍ରଭୁ ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ। ଗତ ବର୍ଷ ଠାରୁ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିର ବାହ୍ୟ ପାଚେରୀ ଖଣ୍ଡେଲାଇଟ୍ ପଥର ଦ୍ବାରା ଆଛାଦିତ କରାଯାଇଛି।ଉତ୍ତର ପାର୍ଶ୍ୱ ଗୁମୁଟ, ବିଜେ ପଥ, ଭିତର ଚକଡ଼ା, ଜଗମୋହନ ଓ ନାଟମଣ୍ଡପ ଉନ୍ନତିକରଣ, ନବୀକରଣ କାର୍ଯ୍ୟ କରାଯାଇଛି। ଅବଢ଼ା ଯୋଜନାରେ ତୁଣିଆ ମହଲ, ବଲ୍ଲଭ ଘର, ରୋଷ ଘର ନୂତନ ରୂପ ନେଇଛି।ଏଥିସହ ବଗିଚା ଓ ଶରଧାବାଲିର ଉନ୍ନତିକରଣ କରାଯାଇଛି। ଏଏସଆଇ ପକ୍ଷରୁ ରଥଯାତ୍ରା ୯ ଦିନ ଭିତରେ ହିଁ ଶ୍ରୀମନ୍ଦିର ଗର୍ଭଗୃହ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ଏହି ୯ ଦିନ ହିଁ ପ୍ରକୃଷ୍ଟ ସମୟ‌। ଏନେଇ ପୂର୍ବରୁ ଏଏସଆଇ କୁ ଚିଠି ଲେଖାଯିବ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ଏଏସଆଇ ଡିଜିଙ୍କୁ ଭେଟିଥିଲେ।ଏଏସଆଇ ସହ ଶ୍ରୀମନ୍ଦିର ବୈଷୟିକ ପରାମର୍ଶ କମିଟି, ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମାଡ୍ରାସ ଆଇଆଇଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ଭୋଗ ମଣ୍ଡପର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ତେବେ ରଥଯାତ୍ରା ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ରାମ୍ପ ବ୍ୟବସ୍ଥା କରାଯିବ। ଏଥିପାଇଁ ଭୁବନେଶ୍ୱର ଆଇଆଇଟି ବୈଷୟିକ ଅନୁଧ୍ୟାନ କରୁଛି। ରଥଯାତ୍ରା ପାଇଁ ଭିତର ରତ୍ନଭଣ୍ଡାର ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ତେବେ ଚଳନ୍ତି ବା ବାହାର ରତ୍ନଭଣ୍ଡାର ଗଣତି ମଣତି ସମୟରେ ଶ୍ରୀଅଙ୍ଗରେ ଲାଗିଥିବା ବିଭିନ୍ନ ଅଳଙ୍କାର ଗଣତି ମଣତି ହୋଇପାରିନାହିଁ। ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଶ୍ରୀଅଙ୍ଗରୁ ରୂପା ରସିକ ଶୁଆ ଥଣ୍ଟିଆ ଖୋଲାଯାଇଛି। ଆସନ୍ତା ୧୯ ତାରିଖ ଦିନ ଏହାର ଗଣତି କରାଯିବ।ନୀଳାଦ୍ରି ବିଜେ ପରେ ଓ ଚିତାଲାଗି ଅମାବାସ୍ୟା ପୂର୍ବରୁ ମହାପ୍ରଭୁଙ୍କ ରାହୁ ରେଖା ଓ ସୁବର୍ଣ୍ଣ ଖଚିତ ଚିତାର ଗଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସେବାୟତ ନିଯୋଗ ସହିତ ଉତ୍ତମ ସମନ୍ବୟ ରକ୍ଷା ନେଇ ବିଶେଷ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟ ପ୍ରଶାସକ।

Previous Post

ମୌସୁମୀ ବର୍ଷାରେ ବେହାଲ ଜନଜୀବନ; ଗାଁଠୁ ସହର ସବୁଠି ଜଳବନ୍ଦୀ

Next Post

୩୦ ବର୍ଷର ବିଶ୍ୱାସର ସାଥୀ ସନପ୍ୟୁର – କିଚ୍ଚା ସୁଦୀପ ଓ ପ୍ରିୟାମଣୀଙ୍କ ସହ ନୂଆ ମଲ୍ଟିମିଡିଆ ବ୍ରାଣ୍ଡ ଅଭିଯାନର ଉନ୍ମୋଚନ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.