ପାରାଦୀପ : ସାହିତ୍ଯକୁ ବାଦ୍ ଦେଇ ସୁନ୍ଦର ସାମ୍ଯ ସମାଜର ପରିକଳ୍ପନା ଅସମ୍ଭବ। ମଣିଷର ସୁଖ ସମୃଦ୍ଧି କାମନା କରିବା ସହିତ ମୁକ୍ତ ଜୀବନ ଯାପନ ପାଇଁ ସାହିତ୍ଯ ମାର୍ଗ ଦର୍ଶନ କରିଥାଏ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି।
କେନ୍ଦ୍ର ସାହିତ୍ଯ ଏକାଡ଼େମୀ ଓ ପ୍ରିୟବଂଧୁ ସାହିତ୍ଯ ଏକାଡେମୀ କୁଜଙ୍ଗ ର ମିଳିତ ଆନୁକୁଲ୍ଯରେ ପାରାଦ୍ବୀପ ଠାରେ ଆୟୋଜିତ ଓଡିଆ ଲେଖକ ସମ୍ମିଳନକୁ କେନ୍ଦ୍ର ସାହିତ୍ଯ ଏକାଡ଼େମୀ ପୁରସ୍କୃତ ଗାଳ୍ପିକା ପାରମିତା ଶତପଥୀ ଉଦଘାଟନ କରି ମାନବ ସମାଜର ଦୁଃଖ ଶୋକ ଓ ଅସହାୟତାର ଯନ୍ତ୍ରଣାକୁ ଲାଘବ କରି ସତ୍ଯ ସହିତ ଯୋଡିହୋଇ ଭୟଶୂନ୍ଯ ଭାବରେ ବଂଚିବା ପାଇଁ ସାହିତ୍ଯର ସ୍ବର ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।କେନ୍ଦ୍ର ସାହିତ୍ଯ ଏକାଡ଼େମୀର ଓଡିଆ ଉପଦେଷ୍ଟା ପରିଷଦର ଆବାହକ ପ୍ରଖ୍ଯାତ ସୃଜନ ସାଧକ ଡକ୍ଟର ଗୌରହରି ଦାସ ଅଧ୍ଯକ୍ଷତା କରି ଜୀବନ ଓ ଜଗତର ରହସ୍ଯ ଭେଦ କରିବା ପାଇଁ ସାହିତ୍ଯ ହେଉଛି ଶକ୍ତିଶାଳୀ ମନୋରମ ଅସ୍ତ୍ର। ଏହି ସୃଜନ ଅସ୍ତ୍ର ନିର୍ମାଣ କରୁଥିବା ସମକାଳର ସାହିତ୍ଯିକ ମାନେ ସମ୍ବେଦନଶୀଳ ହେବା ଉଚିତ୍ ବୋଲି କହିଥିଲେ।ପ୍ରାରମ୍ଭରେ କବି ସାହିତ୍ଯ ଏକାଡେମୀ ପୂର୍ବାଞ୍ଚଳ ସଚିବ ଡ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ଦେଇଥିବାବଳେ ପ୍ରିୟବଂଧୁ ସାହିତ୍ଯ ଏକାଡେମୀ ସଭାପତି ଡ ରଘୁନାଥ ସାହୁ ଲେଖକ ସମ୍ମିଳନୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।ଓଡିଶା ସାହିତ୍ଯ ଏକାଡ଼େମୀ ପୁରସ୍କୃତ କବି ପୀତାମ୍ବର ତରାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦିକା ଡକ୍ଟର ରୋଜାଲିନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ଅଧିବେଶନ ଗାଳ୍ପିକ ବିଷ୍ଣୁ ସାହୁଙ୍କ ଅଧ୍ଯକ୍ଷତାରେ ଆଦିତେଶ୍ବର ମିଶ୍ର, ଡ. ସନ୍ତୋଷ ସାମଲ,ବିଜୟ ମଲ୍ଲ ସ୍ବରଚିତ ଗଳ୍ପ ପାଠ କରିଥିବାବେଳେ କବି ପୀତାମ୍ବର ତରାଇଙ୍କ ସଭାପତିତ୍ବ ରେ ଏକାଡେମୀ ଦ୍ବାରା ନିମନ୍ତ୍ରିତ କବି ରାଜୀବ ପାଣି,ଅମୀୟ ମହାପାତ୍ର,ସ୍ବପ୍ନା ମିଶ୍ର,ସୁରେଶ ନାୟକ,ଈପସିତା ଷଡଙ୍ଗୀ,ପ୍ରତୀକ୍ଷା ଜେନା,ପ୍ରଭାତୀ ମାଝୀ ,ଶ୍ରୀମନ ମିଶ୍ର ସ୍ବରଚିତ କବିତା ଆବୃତ୍ତି କରିଥିଲେ।ଉତ୍କଳ ସାହିତ୍ଯ ସମାଜର ସଂପାଦକ ରାଜୀବ ଷଡଙ୍ଗୀ,ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ,ଗାଳ୍ପିକ ଅରବିନ୍ଦ ରାୟ,ଡକ୍ଟର କେଶବଚନ୍ଦ୍ର ଦଳାଇ,କବି ସବିତା ମହାପାତ୍ର,ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।














