ଜୀବନରେ ଗଛ ଲଗାଇ ସଂରକ୍ଷଣ କରିବା ଜରୁରୀ।
ପାରାଦୀପ ୦୫-୦୭ ସ୍ଥାନୀୟ ବାଲିଝରା ଠାରେ ଥିବା ଗଣପତି ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରବିବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍କୁଲ ପାଖ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ବିବେଚୀତା ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ମହନ୍ତ କୁମାର ମଲ୍ଲିକ, ପୂର୍ବତନ ଟ୍ରଷ୍ଟି ତଥା କ୍ୟାପଟେନ୍ ପ୍ରେମାନନ୍ଦ ରାଉତ, ଇଫକୋ ମାନବସମ୍ବଳ ଅଧିକାରୀ ବିଜୟ କୁମାର ପରିଡ଼ା ,ପରିବେଶବିତ୍ ଅମ୍ବିକା ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ବନ ମହୋତ୍ସବ କାହିଁକି ଓ କେଉଁ ଉଦେଶ୍ୟରେ ପାଳନ ହେଉଛି ତାହା କ୍ୟାପଟେନ୍ ରାଉତ କହିଥିଲେ।ବନାଞ୍ଚଳ ଅଧିକାରୀ ମଲ୍ଲିକ ପରିବେଶ ମାଟିର ସ୍ଥିତି ଅନୁସାରେ କେଉଁ ଚାରା ରୋପଣ କରାଯିବ ତାହା କହିଥିଲେ।ପ୍ରତି ବର୍ଷ ଚାରା ରୋପଣ ସହ ତାକୁ ସଂରକ୍ଷଣ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ତରାଇ ଓ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ପରିଚାଳନା କରିଥିଲେ।














