ନାଇଜର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ହାତରୁ ଡିଗ୍ରୀ ନେଲେ ଛାତ୍ରଛାତ୍ରୀ। ଭୁବନେଶ୍ୱର ସ୍ଥିତ ଜଟଣୀ ନାଇଜରର ୧୫ତମ ସ୍ନାତକ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଯୋଗଦେଇ ୨୬୩ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି।
ଉପରାଷ୍ଟ୍ରପତିଙ୍କୁ ନିକଟରେ ଡିଗ୍ରୀ ପାଇବା ପରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। ଉତ୍ସବରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।














