• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

FNN WEB by FNN WEB
July 9, 2026
in ଓଡ଼ିଶା
0
ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ
0
SHARES
0
VIEWS

ଆଉ କେବଳ ପାଂପ୍ଲେଟ୍ କି ପାଣି ଆଖିଆ ନୁହେଁ, ଏଣିକି ଆମ ରାଜ୍ୟର ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ଧରିବେ ଟୁନା ଭଳି ଦାମିକିଆ ମାଛ। ଏଥିପାଇଁ ସୁଯୋଗ ଆଣିଛି ଡିପ୍ ସି’ ଫିସିଂ ମିଶନ୍। ଫଳରେ ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳସୀମାରେ ମାଛ ମାରିବାର ସୁଯୋଗ ପାଇବେ। ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ରାଜ୍ୟର ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବ। ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର ବା (LoA)’ର ହୋଇଛି ଶୁଭାରମ୍ଭ। ଯା ଫଳରେ ଓଡ଼ିଶାର ମତ୍ସ୍ୟଜୀବୀମାନେ ଏଣିକି ୨ଶହ ନଟିକାଲ ମାଇଲସ୍ ବା ୩୭୦ କିଲୋମିଟର ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ଯାଇ ମାଛ ଧରିପାରିବେ। ଅର୍ଥାତ୍ ଅନ୍ତର୍ଜାତୀୟ ସମୁଦ୍ର ସୀମା ପର୍ଯ୍ୟନ୍ତ ଯାଇପାରିବେ।

ପୂର୍ବରୁ ୧୨ ନଟିକାଲ ମାଇଲସ୍ ବା ୨୩ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବାକୁ ଅନୁମତି ଥିଲା। ଏହାର ବଡ଼ ଫାଇଦା ହେବ ଗଭୀର ସମୁଦ୍ରରେ ମିଳୁଥିବା ଟୁନା, ବିଲ୍ ଫିସ୍ ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଆମ ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ମିଳିବ ବଡ଼ ସୁଯୋଗ। ଏହାଛଡ଼ା ସାମୁଦ୍ରିକ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରରେ ଭାରତର ବ୍ଲୁ ଇକୋନମୀ ଅଧିକ ସୁଦୃଢ଼ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଭୁବନେଶ୍ୱରସ୍ଥିତ OUAT ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଗଭୀର ସମୁଦ୍ରରେ ମାଛ ଧରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ଉନ୍ନତ ମାଛଧରା ଉପକରଣ, ପରିଚାଳନା ଓ ବଜାର ସଂଯୋଗ ପାଇଁ ସହଯୋଗ ଯୋଗାଇଦେବେ ସରକାର। ସେହିପରି ମାଛ ଧରିବା ପାଇଁ ବ୍ୟବହୃତ ବଡ଼ ଟ୍ରଲର ବା ଭିଜେଲସ୍ ପାଇଁ ସରକାର ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇଦେବେ। ଏହାଦ୍ବାର ନିଯୁକ୍ତି, ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧି ସହିତ ସାମୁଦ୍ରିକ ରପ୍ତାନୀ ବୃଦ୍ଧି ହୋଇପାରିବ। ଖାଲି ସେତିକି ନୁହେଁ, ଏହି ପଦକ୍ଷେପ ଦ୍ବାରା ବ୍ଳୁ ଇକୋନମୀ ବା ନୀଳ ଅର୍ଥନୀତି ଅଧିକ ମଜଭୁତ ହେବ।

ଓଡ଼ିଶାରେ ୫୭୫ କିଲୋମିଟର ଦୀର୍ଘ ଉପକୂଳ ରହିଛି। ସମୁଦ୍ର ଉପରେ ପ୍ରାୟ ୫ ଲକ୍ଷ ମତ୍ସ୍ୟଜୀବୀ ନିର୍ଭର କରନ୍ତି। ୨୦୨୫-୨୬ରେ ଭାରତ ପ୍ରାୟ ୭୩ ହଜାର ୮୯୦ କୋଟି ମୂଲ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଥିଲା। ସେହିପରି ୨୦୨୪-୨୫ ବର୍ଷରେ ଓଡିଶା ୨.୪ ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କରିଥିଲା।

Previous Post

ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଉପରାଷ୍ଟ୍ରପତି

Next Post

RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

FNN WEB

FNN WEB

Next Post
RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

July 9, 2026
ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

July 9, 2026
ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଉପରାଷ୍ଟ୍ରପତି

ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026
ନିର୍ବାଚନ ପ୍ରସ୍ତୁତିକୁ ନେଇ ସକ୍ରିୟ ରାଜ୍ୟ ନିର୍ବାଚନ କମିସନ, ୨୧ରେ ଜିଲ୍ଲାପାଳମାନଙ୍କ ସହ ହେବ ବଡ଼ ବୈଠକ

ନିର୍ବାଚନ ପ୍ରସ୍ତୁତିକୁ ନେଇ ସକ୍ରିୟ ରାଜ୍ୟ ନିର୍ବାଚନ କମିସନ, ୨୧ରେ ଜିଲ୍ଲାପାଳମାନଙ୍କ ସହ ହେବ ବଡ଼ ବୈଠକ

July 9, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

July 9, 2026
ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

July 9, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.