ପାରାଦୀପ ୧୬-୦୭: ପାରାଦୀପର ମୁଖ୍ୟ ମଧୁବନ ଜଗନ୍ନାଥ ମନ୍ଦିର ରଥଯାତ୍ରା ସମୟରେ ଗୁରୁବାର ଅଘଟଣ ଘଟିଛି।ରଥ ଟଣା ବେଳେ ଏକ ଗଛ ଡାଳରେ ଉପରିଭାଗ ବାଜିବାରୁ ରଥର ଦଧିନଉତି ତଳକୁ ଖସି ପଡିଥିଲା।ରଥ ପଛରେ ଚାଲୁଥିବା ଦୁଇ ଜଣ ଭକ୍ତଙ୍କ ଉପରେ ପଡିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି।ଆହତ ଭକ୍ତ ହେଲେ ଏରସମା ଥାନା ଅନ୍ତର୍ଗତ ଗଡବିସୁନପୁର ଗ୍ରାମର ବିଦ୍ୟାଧର ପ୍ରଧାନ (୪୫)ଓ ପାରାଦୀପ ଜଗନ୍ନାଥ ମନ୍ଦିର ପାଖ ବଙ୍ଗାଳିପଡାର ଯୁବତୀ ଜ୍ୟୋତ୍ସ୍ନାମୟୀ ମଣ୍ଡଳ (୧୯) ।ରଥ ମାଉସୀ ମା ମନ୍ଦିର ନିକଟରେ ପ୍ରାୟ ୫୦ ମିଟର ପୂର୍ବରୁ ଏପରି ଘଟିଥିଲା।ଆହତ ଦୁଇଜଣଙ୍କୁ ପାଖରେ ଥିବା ଆମ୍ବୁଲାନ୍ସ ଜରିଆରେ ଅଠରବାଙ୍କି ବିଜୁ ମେମୋରିଆଲ ହସପିଟାଲରେ ଭର୍ତ୍ତି କରାଯାଇଛି।ରିପୋର୍ଟ ଲେଖା ହେବା ସୁଦ୍ଧା ଯୁବତୀଙ୍କ ଚେତା ଫେରିନାହିଁ। ବିଦ୍ୟାଧର ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ରକ୍ତସ୍ରାବ ହୋଇଛି।ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଛି।













