କଟକ,ତା 19/7-ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନରେ ରହି ଥିବା କଟକ କ୍ୟାଣ୍ଟେନମେଣ୍ଟ ରୋଡ଼ ସ୍ଥିତ ମହାନଦୀ ସାଉଥ ଡିଭିଜନରେ ସରକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ସୁଧାଂଶୁ ଶେଖର ନାୟକ ଯୋଗଦେଇଛନ୍ତି !ଏଠାରେ ପୂର୍ବରୁ ଥିବା ଯନ୍ତ୍ରୀ ସୃତ କୀର୍ତି ବରାଳ ଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ନେବା ପରେ ସରକାରୀ ନିଯୁକ୍ତି କ୍ରମେ ଇଂ ନାୟକ ଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ! ଦାୟିତ୍ୱ ନେବାପାରେ ସେ ଅଧିକ୍ଷଣ ଯନ୍ତ୍ରୀ ପୁର୍ଣଚନ୍ଦ୍ର ସ୍ୱାଇଁ ଙ୍କୁ ସାକ୍ଷାତ କରିବା ସହିତ ବର୍ତ୍ତମାନ ବନ୍ୟା ପରିସ୍ଥିତି ମୁକାବିଲା ଲଘୁଚାପ ଜନିତ ବର୍ଷାରେ ଜଳ ସମ୍ପଦ ଅଧୀନରେ ଥିବା ରାସ୍ତା ଗୁଡିକର ସୁରକ୍ଷା ଉପରେ ସେ ସହକାରୀ ଯନ୍ତ୍ରୀ ଶ୍ୱାସତୀ ଦାସ, ସୁଜାତା ମହାପାତ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ଶ୍ଵେତାଲିନା ବିଶ୍ୱାଳ ଙ୍କ ସହିତ ଆଲୋଚନା କରିଥିଲେ !














