କଟକ, 19/7-ରାଜ୍ୟ ପୂର୍ତ୍ତ ବିଭାଗ ର କଟକ ସ୍ଥିତ ଡିଭିଜନ 1 ଓ 2 ର ଅଧୀନରେ ରହିଥିବା ସମସ୍ତ ରାସ୍ତା ଗୁଡିକ ଲଘୁ ଚାପ ଜନିତ ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ର ସମ୍ମୁଖୀନ ହୋଇଛି ! ସହରର ମୁଖ୍ୟରାସ୍ତା ଭାବେ କୁହାଯାଉଥିବା ବାଦାମବାଡ଼ି,- ମଧୁପଟଣା ଠୁ ଆରମ୍ଭ କରି ରିଙ୍ଗ ରୋଡ଼, ଚଣ୍ଡୀମନ୍ଦିର, ନୂଆବଜାର ତୁଳସୀ ପୁର କଲେଜ ଛକ ରାସ୍ତା ର ଅବସ୍ଥା ସଂକଟାପର୍ଣ୍ଣ ହୋଇପଡିଛି ! ରାସ୍ତାର ବିଭିନ୍ନ ସ୍ଥାନରେ ଏକ ଫୁଟ ର ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବର୍ଷା ର ପାଣି ଜମିରହିଥିବା ବେଳେ ଯାନବାହାନ ଚଳାଚଳ ବିପଦ ସଂକୁଳ ହୋଇପଡିଛି !ଏ ସମ୍ପର୍କରେ ଦୁଇ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜରୁରୀ କାଳୀନ ମରାମତି ପାଇଁ ଏଷ୍ଟି ମେଟ କରାଯାଇ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି କୁହାଯାଇଛି ! ହେଲେ ଆର୍ଥିକ ଅନୁଦାନ ଅଭାବରୁ କାର୍ଯ୍ୟ କରାଯାଇ ପାରୁନାହିଁ ବୋଲି ସୂଚନା ମିଳୁଛି !ଏ ସମ୍ପର୍କରେ ସୂଚନା ଦେଇ ଡିଭିଜନ 2 ର ଅଧିକ୍ଷଣ ଯନ୍ତ୍ରୀ ଜ୍ୟାତି ପ୍ରକାଶ ପତି କହିଛନ୍ତି ଯେ କେବଳ ତାଙ୍କ ଅଧୀନରେ ଥିବା ନିଆଳି, ଫୁଲ ନଖରା, ଅଡ଼ସ ପୁର, ଗୋପାଳପୁର, ବାଙ୍କୀ ଅଞ୍ଚଳ ରେ କ୍ଷୟକ୍ଷତି ର ପରିମାଣ ଏକ କୋଟି ରୁ ଉର୍ଦ୍ଧ ହେବ ! ସବୁଦିନିଆ ସ୍ଥାୟୀତ୍ୱ ପାଇଁ କୋଲକତା ରୁ କୋଲ ବିଟୁମିନ ମଗାଯାଇଛି ! ପାଗର ପ୍ରତିକୂଳ ଦେଖି ରାସ୍ତା କାର୍ଯ୍ୟ ଆରମ୍ଭ ହେବ ! ଗୋଟିଏ ପକ୍ଷ ରେ ଖୋଦ ବିଭାଗୀୟ ମନ୍ତୀ କଟକ ସହର ପରିଦର୍ଶନ କରି ଜରୁରୀ କାଳୀନ ଭିତିରେ ରାସ୍ତା ମରାମତି ପାଇଁ ନିର୍ଦେଶ ଦେଇଥିଲେ ! ହେଲେ ଅନୁଦାନ ନ ମିଳିଥିବା ରୁ ରାସ୍ତାକାମ କିଭଳି ହେବ ସେ ନେଇ ସଂନ୍ଦେହ ପ୍ରକାଶ ପାଇଛି !













