• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

FNN WEB by FNN WEB
August 22, 2026
in ଓଡ଼ିଶା
0
ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର
0
SHARES
1
VIEWS

ଖୋଲା ବଜାରରେ ଆଉ ମିଳୁନି ପନିର କି ଛେନା। ନା ରାସ୍ତା କଡ଼ରେ ନା ଦୋକାନ ଷ୍ଟଲରେ। ରାଜ୍ୟ ବ୍ୟାପୀ ଅପମିଶ୍ରିତ ପନିର୍ ବିକ୍ରିର ପ୍ରମାଣ ସହ ଧରପଗଡ଼ ପରେ ଏବେ ପନିର୍ ଶୂନ୍ୟ ହୋଇଗଲାଣି ଦୋକାନ୍ ବଜାର। ଏ ହେଉଛି କଟକ ବାଦାମବାଡ଼ି ଛକରେ ଥିବା ଏକ ପନିର ଏବଂ ଛେନା ଦୋକାନ। ଦେଖନ୍ତୁ ପୂରା ଖାଲି। ୨ ଦିନ ହେଲାଣି ନା ପନିର ଆସୁଛି ନା ଛେନା। କଟକ ସହରରେ ଏଭଳି ଏକାଧିକ ମିଠା ଓ ସୁଇଟ୍ ଷ୍ଟଲରେ ଛେନା ଓ ପନିର ଗାୟବ। ଯେଉଁ ବ୍ୟବସାୟୀ ଦିନକୁ ୧୫ରୁ ୨୦ କିଲୋ ପନିର ବିକୁଥିଲେ, ତାଙ୍କ ପାଖରେ ଏବେ ଅଛି ମାତ୍ର କେଜିଏ ଦୁଇ କେଜି। କେବଳ କଟକ ନୁହେଁ, ଶତପ୍ରତିଶତ ଅସଲି କହି ଖୋଲାମେଲାରେ ବିକ୍ରି ହେଉଥିବା ପନିର ନକଲି ଏବଂ ସ୍ବାସ୍ଥ୍ୟପ୍ରତି ହାନୀକାରକ ବୋଲି ପ୍ରମାଣିତ ହେବା ପରେ ରାଜ୍ୟର ଅନେକ ସହରରେ ଏବେ ଏଭଳି ସ୍ଥିତି। କିନ୍ତୁ ଦୁର୍ଭାଗ୍ୟ, ଏହି ମଉକାରେ ଦର ଉଚ୍ଚା କରି କିଛି ମୁନାଫାଖୋର୍ ବ୍ୟବସାୟୀ ପନିର୍ ଆଉ ଛେନା ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ଅପରପକ୍ଷେ, ପନିର୍ ନାଁରେ ପଏଜନ୍ ବିକ୍ରି ନେଇ ଓଟିଭିର ଖବର ପ୍ରସାରଣ ପରେ ଖୋଲାମେଲାରେ ବିକ୍ରି ହେଉଥିବା ପନିରର ତ ପ୍ରାୟ ଆଉ ଦର୍ଶନ ନାହିଁ। ତାହାରି ଭିତରେ ସୁଇଟ୍ ଷ୍ଟଲ୍ ମାଲିକ ଏବଂ ବ୍ୟବସାୟୀ ବି ତରକି ଗଲେଣି। ତାଙ୍କ ପାଖକୁ ବିକ୍ରି ପାଇଁ ପହଞ୍ଚୁଥିବା ପନିର୍ କିମ୍ବା ଛେନା ଆସିଲା ମାତ୍ରେ ବଜାରରେ ମିଳୁଥିବା ଆଣ୍ଟି ରାପିଡ୍ କିଟ୍ ଦ୍ୱାରା ପରୀକ୍ଷା କରି ପନିରର ଶୁଦ୍ଧତା ଜାଣୁଛନ୍ତି ଏବଂ ବେପାରୀଙ୍କଠାରୁ ଛେନା ପନିର୍ ରଖୁଛନ୍ତି। କାରଣ ସିନ୍ଥେଟିକ୍ କିମ୍ବା ଅପମିଶ୍ରିତ ପନିର୍ ହୋଇଥିଲେ ଆଣ୍ଟି ରାପିଡ୍ କିଟ୍ ଦ୍ବାରା ପରୀକ୍ଷା କଲେ ହଳଦିଆ ବଦଳରେ କଳା ପଡ଼ିଯିବ। ଏଭଳି ସ୍ଥିତିରେ ଦୁଗ୍ଧ ବ୍ୟବସାୟୀ ସଂଘ କହିଛି, ସରକାର ଦୁଗ୍ଧ ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ମଣ୍ଡି ବ୍ୟବସ୍ଥା କରନ୍ତୁ। ଫଳରେ ଏଭଳି ଅସାଧୁ କାରବାର ଉପରେ ରୋକ୍ ଲାଗିପାରିବ।

ପନିରର ଗୁଣବତ୍ତା ନେଇ ସନ୍ଦେହ ଉଠିବା ପରେ ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ। ସବୁଠି ଜାରି ରହିଛି ବିଷ ପନିର ବିରୋଧରେ ଧରପଗଡ଼। ସବୁଠି ଛାପା ମାରୁଛନ୍ତି ଫୁଡ୍ ସେଫଟି ଟିମ୍। ଅପମିଶ୍ରିତ ପନିରକୁ ନେଇ ଯୋଗାଣ ମନ୍ତ୍ରୀ ବି କହିଛନ୍ତି, ସରକାର ଆକ୍ସନ ନେଉଛନ୍ତି। ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଓ ବେପାରୀଙ୍କ ବିରୋଧରେ କଡ଼ା ନଜର ରଖାଯାଇଛି। ସେମାନଙ୍କୁ ଫାଇନ ଆଦାୟ ସହ ଦରକାର ପଡ଼ିଲେ ଗିରଫ କରାଯିବ।

ଆଗକୁ ରାକ୍ଷୀ, ତା’ପରେ ପରେ ଗଣେଶ ପୂଜା ସହ ଆରମ୍ଭ ହୋଇଯିବ ପାର୍ବଣ ୠତୁ। ଆଉ ପାର୍ବଣର ମଉଜ ଭିତରେ ଜମିବ ପିଠା ମିଠାର ଆସର। ଏଭଳି ସ୍ଥିତିରେ ମୁନାଫାଖୋର୍ ବ୍ୟବସାୟୀ, ହାଟ ବଜାରରେ ଛେନା ଆଉ ପନିରର କୃତ୍ରିମ ଅଭାବ ସୃଷ୍ଟି କରି ଗ୍ରାହକଙ୍କ ମୁଣ୍ଡରେ ଲଦି ଦେବେନି ତ ଦରବୃଦ୍ଧିର ଟେନସନ୍ ? ଏବେ ଏଭଳି ଆଶଙ୍କା ଉପୁଜିଛି।

Previous Post

MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

Next Post

ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ, ୭ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ

FNN WEB

FNN WEB

Next Post
ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ, ୭ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ, ୭ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.