• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଲେ ଭାବ ବିନିମୟ

FNN WEB by FNN WEB
June 12, 2024
in ଓଡ଼ିଶା, ମୁଖ୍ୟ ଖବର
0
ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଲେ ଭାବ ବିନିମୟ
0
SHARES
22
VIEWS

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ୍‌ ମାଝୀଙ୍କ କଥା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଳିଥିବା ନିମନ୍ତ୍ରଣ ଆଧାରରେ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ପଦବିର ଶପଥ ଗ୍ରହଣ ସମାରୋହ ଯୋଗ ଦେଇଛନ୍ତି। ଜନତା ମଇଦାନରେ ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶ୍ରୀ ପଟ୍ଟନାୟକଙ୍କୁ ଦେଖି ମଂଚାସୀନ ଅତିଥି, ମଂଚ ତଳେ ବସିଥିବା ସାଂସଦ, ବିଧାୟକ, ନେତା, କର୍ମୀ ଓ ଜନସାଧାରଣ ଖୁସି ଅନୁଭବ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପ୍ରତି ଭଲପାଇବା ଦେଇଛନ୍ତି।

ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଆସିଲା ପରେ ଓଡ଼ିଶାରେ ଶାସନ ବ୍ୟବସ୍ଥା ବଦଳିଛି। ରାଜ୍ୟରୁ ବିଜେଡି ସରକାର ଯାଇଛି ଏବଂ ବିଜେପି ସରକାର ଆସିଛି। କିନ୍ତୁ ଶାଳିନତା, ସଞ୍ଜମତା ଓ ପରିପକ୍ୱତା ସେମିତି ଅତୁଟ ରହିଛି। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ, ନବୀନଙ୍କ ସମ୍ମାନରେ ସମସ୍ତେ ଛିଡ଼ା ହୋଇଯାଇଥିଲେ। ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ ଅଗେଇ ବଢ଼ୁଥିବା ବେଳେ ଜଣେ ପରେ ଜଣେ ବରିଷ୍ଠ ବିଜେପି ନେତା ଆସି ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଜଣାଉଥିଲେ।

ରାଜନୀତିର ଏ ଥିଲା ଅନ୍ୟତମ ରୋଚକ ଦୃଶ୍ୟ। ବର୍ଷବର୍ଷ ଧରି ପରସ୍ପର ବିରୋଧରେ ରାଜନୈତିକ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ନେତା ଓ ବିଜେଡି ସୁପ୍ରିମୋ, ସବୁ କିଛି ଭୁଲି ନିଜ ନିଜ ଦାୟିତ୍ୱ ତୁଲାଉଥିଲେ। ଜଣେ ନୂଆ ଶାସନ ହାତକୁ ନେବା ଆଗରୁ ଶପଥ ପାଇଁ ସଜବାଜ ହେଉଥିଲେ। ଆଉ ଜଣେ ଜନମତକୁ ସ୍ୱାଗତ କରି ନୂଆ ଶାସକଙ୍କୁ ଆଗକୁ ବାଟ ଛାଡ଼ି ଦେଉଥିଲେ। ଯଦିଓ ରାଜନୀତିରେ ହାର୍-ଜିତ୍ ଅଛି, ଜୟ-ପରାଜୟ ଅଛି, ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କୁ ମଞ୍ଚ ଉପରେ ଦେଖି ସମସ୍ତେ ଏକ ପ୍ରକାର ଭାବବିହ୍ୱଳ ହୋଇଯାଉଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକଙ୍କୁ ବାଟ କଢ଼େଇ ତାଙ୍କ ଆସନ ପାଖକୁ ନେଇ ଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା. ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ମଞ୍ଚ ଉପରେ ଭାବ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ନିମନ୍ତ୍ରଣକୁ ରକ୍ଷା କରି ନବୀନ ପଟ୍ଟନାୟକ, ନୂଆ ସରକାରର ଶପଥ ଗ୍ରହଣରେ ଆସି ଏକ ପରିପକ୍ୱ ରାଜନେତାର ପ୍ରମାଣ ଦେଇଥିଲେ।

Previous Post

ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

Next Post

ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗ୨୦୨୪: ବିଶ୍ୱରେ ୬ ଓ ଭାରତରେ ଏକ ନମ୍ବର ସ୍ଥାନରେ କିଟ୍‍

FNN WEB

FNN WEB

Next Post
ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗ୨୦୨୪: ବିଶ୍ୱରେ ୬ ଓ ଭାରତରେ ଏକ ନମ୍ବର ସ୍ଥାନରେ କିଟ୍‍

ଟାଇମ୍‍ସ ହାୟର ଏଜୁକେସନ୍‍ 'ଇମ୍ପାକ୍ଟ' ରାଙ୍କିଙ୍ଗ୨୦୨୪: ବିଶ୍ୱରେ ୬ ଓ ଭାରତରେ ଏକ ନମ୍ବର ସ୍ଥାନରେ କିଟ୍‍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର: ବାତ୍ୟା ଓ ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ସରକାରଙ୍କ ବଡ଼ ଯୋଜନା

ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର: ବାତ୍ୟା ଓ ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ସରକାରଙ୍କ ବଡ଼ ଯୋଜନା

July 20, 2026
ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ପାଇଁ ପଦକ୍ଷେପ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ପାଇଁ ପଦକ୍ଷେପ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

July 20, 2026
ବିଶିଷ୍ଟ ଗାଳ୍ପିକ ପ୍ରଦୀପ୍ତ କୁମାର ମିଶ୍ରଙ୍କର ପରଲୋକ

ବିଶିଷ୍ଟ ଗାଳ୍ପିକ ପ୍ରଦୀପ୍ତ କୁମାର ମିଶ୍ରଙ୍କର ପରଲୋକ

July 20, 2026
ଜୀବିକା, ସୁରକ୍ଷା ଓ ସୁଲଭ ସହରାଞ୍ଚଳ ପରିବହନ ପାଇଁ ବାଇକ୍ ଟ୍ୟାକ୍ସି ନିୟମରେ ସାମଞ୍ଜସ୍ୟ ଆଣିବାକୁ କଟ୍ସ ଇଣ୍ଟରନ୍ୟାସନାଲ୍‌ର ଆହ୍ୱାନ

ଜୀବିକା, ସୁରକ୍ଷା ଓ ସୁଲଭ ସହରାଞ୍ଚଳ ପରିବହନ ପାଇଁ ବାଇକ୍ ଟ୍ୟାକ୍ସି ନିୟମରେ ସାମଞ୍ଜସ୍ୟ ଆଣିବାକୁ କଟ୍ସ ଇଣ୍ଟରନ୍ୟାସନାଲ୍‌ର ଆହ୍ୱାନ

July 20, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର: ବାତ୍ୟା ଓ ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ସରକାରଙ୍କ ବଡ଼ ଯୋଜନା

ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର: ବାତ୍ୟା ଓ ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ସରକାରଙ୍କ ବଡ଼ ଯୋଜନା

July 20, 2026
ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ପାଇଁ ପଦକ୍ଷେପ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ପାଇଁ ପଦକ୍ଷେପ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

July 20, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.