• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗ୨୦୨୪: ବିଶ୍ୱରେ ୬ ଓ ଭାରତରେ ଏକ ନମ୍ବର ସ୍ଥାନରେ କିଟ୍‍

FNN WEB by FNN WEB
June 13, 2024
in ଓଡ଼ିଶା, ମୁଖ୍ୟ ଖବର
0
ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ ରାଙ୍କିଙ୍ଗ୨୦୨୪: ବିଶ୍ୱରେ ୬ ଓ ଭାରତରେ ଏକ ନମ୍ବର ସ୍ଥାନରେ କିଟ୍‍
0
SHARES
11
VIEWS

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଦାନ ଓ ଗବେଷଣା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍‍ ପ୍ରତିବର୍ଷ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ କରିଥାଏ। ଜାତିସଂଘର ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ରାଙ୍କିଙ୍ଗ କରାଯାଇଥାଏ। ବିଭିନ୍ନ ମାନଦଣ୍ଡକୁ ଭିତ୍ତି କରି ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ରାଙ୍କ ପ୍ରଦାନ କରାଯାଇଥାଏ। ଖୁସିର କଥା ଚଳିତ ବର୍ଷ ରାଙ୍କିଙ୍ଗରେ ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟ ରିଡ଼୍ୟୁସିଂ ଇନ୍‍ଇକ୍ୱାଲିଟି (ଅସମାନତା ଦୂର) କ୍ଷେତ୍ରରେ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ଏହାଛଡ଼ା ସମଗ୍ର ବିଶ୍ୱରେ ଶାନ୍ତି ଓ ନ୍ୟାୟରେ କିଟ୍‍ର ସାମାଗ୍ରିକ ran ର‌୍ୟାଙ୍କ ୭୧ରେ ଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ବିଶ୍ୱରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ୫୫ତମ ସ୍ଥାନରେ ରହିଥିବା ବେଳେ ଭାରତରେ ୫ମ ସ୍ଥାନରେ ରହିଛି। ସହଭାଗିତା କ୍ଷେତ୍ରରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ୫ମ ସ୍ଥାନରେ ରହିଛି।

କିଟ୍‍ ବିଶ୍ୱବିଦ୍ୟାଳୟର ଓଭରାଲ୍‍ ସ୍କୋର ୭୯.୩-୮୩.୯ ରହିଥିବା ବେଳେ କିଟ୍‍ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ୨୦୧-୩୦୦ ସ୍ଥାନରେ ରହିଛି। କିଟ୍‍ ପୂର୍ବ ବର୍ଷଗୁଡ଼ିକ ଭଳି ଏବର୍ଷ ମଧ୍ୟ ନିଜର ବିଶ୍ୱ ରାଙ୍କରେ ଉନ୍ନତି ଆଣିଥିବା ବେଳେ ଜାତିସଂଘର ସମସ୍ତ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ସମଗ୍ର ଭାରତରେ କିଟ୍‍ ବିଶ୍ୱ ରାଙ୍କରେ ଉନ୍ନତି ଆଣିଛି । ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ କିଟ୍‍ ଆଗକୁ ନେଇଥିବାରୁ ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ମଜୁଭୂତ ଅନୁଷ୍ଠାନ, ଅସମାନତା ହ୍ରାସ ତଥା ଲକ୍ଷ୍ୟ ହାସଲ ପାଇଁ ସହଭାଗିତା ଆଦି ମାନଦଣ୍ଡରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ସ୍ଥାନୀତ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି। ଦଶନ୍ଧି ଦଶନ୍ଧି ଧରି ସମାଜ ପ୍ରତି କିଟ୍‍ର ଯୋଗଦାନର ଏହା ଏକ ପ୍ରତିଫଳନ ମାତ୍ର। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା କିଟ୍‍ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିପାରିଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । କିଟ୍‍ ଏକ କମ୍ୟୁନିଟି-ଭିତ୍ତିକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଶିକ୍ଷା ଜରିଆରେ ଦାରିଦ୍ର‌୍ୟ ଦୂରୀକରଣ, ଗ୍ରାମାଞ୍ଚଳ ବିକାଶ, ଜନଜାତି ବିକାଶ, କଳା, ସଂସ୍କୃତି ଓ ସାହିତ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Previous Post

ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଲେ ଭାବ ବିନିମୟ

Next Post

ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌

FNN WEB

FNN WEB

Next Post
ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌

ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.