• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
June 18, 2024
in ଓଡ଼ିଶା, ମୁଖ୍ୟ ଖବର
0
ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ
0
SHARES
3
VIEWS

ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ପାଇଲେ ୬୩୨.୪୮ କୋଟି ଟଙ୍କା

ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ବରଗଡ଼ରେ ଏକ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି କୃଷକମାନଙ୍କର ପ୍ରକୃତ ବନ୍ଧୁ। ଚାଷୀମାନଙ୍କୁ ସବୁ ସହାୟତା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କୃଷକମାନଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି। ସେ କହିଲେ ଯେ ଆଜି ପି.ଏମ.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ଆଜି କୃଷକ ମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପାଇଲେ। ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ। ଏଥିପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ପୁଣି କହିଲେ ଯେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବ୍ରୁଆରି ୨୦୧୯ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

ବରଗଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ହଜାର ହଜାର ଲୋକଙ୍କ ଗହଣରେ ଏକ ‘ରୋଡ ସୋ’ରେ ଯାଇକାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ରାସ୍ତାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାରା ରାସ୍ତାରେ ଲୋକଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ବିପୁଳ ଉତ୍ସାହରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକଙ୍କ ଏହି ଅଭୁତପୂର୍ବ ଉତ୍ସାହ ଓ ସମ୍ବର୍ଦ୍ଧନା ଯୋଗୁ ମୁଖ୍ୟମନ୍ତ୍ରୀ ବରଗଡବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଖୁବଶୀଘ୍ର ପୁଣି ଥରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାରେ ଆମ ସରକାର ଆସିବାର ପ୍ରଥମ ଦିନରେ ହିଁ ମୋ କ୍ୟାବିନେଟ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ପୂର୍ବ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ, ୧୦୦ ଟଙ୍କା ବୋନସ୍‌ ଦେଲେନାହିଁ। ବରଂ କଟନି ଛଟନି ଆରମ୍ଭ କଲେ। ମୋ ସରକାର ଜନତାଙ୍କ ସରକାର। ସାଧାରଣ ଲୋକଙ୍କ ପାଇଁ ଆମର ସବୁ ପ୍ରତିଶୃତି ପୂରଣ ହେବ। ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଆମ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ଅନେକ କୃଷକଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ରାଜ୍ୟରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି। ସେ କହିଥିଲେ ଯେ ମୁଁ ଚାହୁଁଛି ଯେ କୌଣସି ଯୋଗ୍ୟ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ସବୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଆଗାମୀ କିସ୍ତିରେ ଆପଣମାନେ ଏହାର ସୁଫଳ ପାଇବେ।
ସେ କହିଥିଲେ ଯେ କୃଷକମାନେ ଆମର ଅନ୍ନ ଦାତା, ଆମର ବନ୍ଧୁ। ମୋ ରାଜ୍ୟ ଓଡିଶାର ଜନସଂଖ୍ୟାର ୭୦ ଭାଗ ହେଉଛନ୍ତି କୃଷକ ପରିବାରର ଲୋକ। ମୁଁ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛି। ସାଧାରଣ ଲୋକଙ୍କ ସମସ୍ୟା ମୁଁ ଜାଣିଛି ବୋଲି ସେ କହିଥିଲେ। ଆଗାମୀ ବଜେଟରେ ଆମେ ସାଧାରଣ ଲୋକଙ୍କ ମତାମତକୁ ସ୍ଥାନ ଦେବୁ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ଆପଣଙ୍କ ମତ ଅନୁଯାୟୀ ବଜେଟ ପ୍ରସ୍ତୁତ କରାଯିବ। ସେ ପୁଣି କହିଥିଲେ ଯେ ମୋ ସରକାର ଜନତାଙ୍କ ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ଗତ ୨୪ ବର୍ଷ ଧରି ଆପଣ ଆପଣଙ୍କ ସରକାରଙ୍କୁ ପାଖରେ ପାଉ ନ ଥିଲେ ବୋଲି ସେ କହିଥିଲେ।
ମୋ ସରକାର ହେଉଛି ଗରିବ ଓ କୃଷକର ସରକାର। ତେଣୁ ରାଜ୍ୟରେ କୃଷି ଓ କୃଷକର ଭବିଷ୍ୟତ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ। ସମସ୍ତ କୃଷକ ଭାଇ ଓ ଭଉଣୀ ମାନେ ପିଏମ କିଷାନର ଏହି ସହାୟତା ରାଶିକୁ ଖରିଫ ଚାଷ କାମରେ ଉପଯୋଗ କରି ଲାଭବାନ ହୋଇପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ବରଗଡ ବିଧାୟକ ଅଶ୍ବନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Previous Post

ଜୁନ୍‌ ୧୯ରେ ପାଳନ ହେବ ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ

Next Post

୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ

FNN WEB

FNN WEB

Next Post
୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ

୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.