• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ

FNN WEB by FNN WEB
June 18, 2024
in ଓଡ଼ିଶା, ମୁଖ୍ୟ ଖବର
0
୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ
0
SHARES
5
VIEWS

ଭୁବନେଶ୍ବର: ମୁଣ୍ଡିଆ ମାରିଲେ, ଗୃହ ପ୍ରବେଶ କଲେ, ଶପଥ ନେଲେ। ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ। ଏହି ଅବସରରେ ଆଜି ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ। ଦିନେ ଯିଏ ମୁଖ୍ୟମନ୍ତ୍ରୀ ସାଜି ଗୃହକୁ ଆସୁଥିଲେ, ସେ ଆଜି କେବଳ ନିରୋଳା ବିଧାୟକ ଭାବେ ଶପଥ ନେଇଥିଲେ। ଅନ୍ୟପକ୍ଷରେ ଦିନେ ଯିଏ କେବଳ ବିଧାୟକ ଥିଲେ, ସିଏ ଆଜି ମୁଖ୍ୟମନ୍ତ୍ରୀ ସାଜି ଗୃହ ପ୍ରବେଶ କରିଥିଲେ। ଏହା ଭିତରେ ନବୀନ ଓ ତାଙ୍କୁ କଣ୍ଟାବାଞ୍ଜିରେ ହରାଇଥିବା ଲକ୍ଷ୍ମଣ ବାଗଙ୍କ ସାକ୍ଷାତ ଥିଲା ବେଶ୍ ରୋଚକ।

ବିଧାନସଭାରେ ଶପଥ ନେବା ପାଇଁ ଆଜି ଜଣେ ପରେ ଜଣେ ବିଧାୟକ ପହଞ୍ଚି ଥିଲେ। ହେଲେ ସମସ୍ତଙ୍କ ନଜର ରହିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ। କିଛି ବିଧାୟକ ପହଞ୍ଚିିବା ପରେ ବିଧାନସଭାରେ ପହଞ୍ଚିିଥିଲେ ନବୀନ। ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ। ଦୀର୍ଘ ୨୪ ବର୍ଷ ଭିତରେ ନବୀନ ବିଧାନସଭାକୁ ଆସିବା ଓ ଆଜିର ଆସିବା ଭିତରେ ଅଲଗା ଥିଲା। ପୂର୍ବରୁ ସେ ସବୁବେଳେ ମୁଖ୍ୟମନ୍ତ୍ରୀ ଭାବେ ଗୃହ ଭିତରକୁ ଯାଇଥିଲେ। ହେଲେ ପ୍ରଥମ ଥର ନବୀନ ବିରୋଧୀ ଭାବେ ବିଧାନସଭାର ପ୍ରବେଶ କରିଥିଲେ।

୨୪ ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ। ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ। ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ। କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ। ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ। ‘ୟୁ ଡିଫିଟେଡ୍ ମି’? ଆଜି ବିଧାନସଭାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଲକ୍ଷ୍ମଣ ବାଗ୍‌ ଯେତେବେଳେ ନିଜର ପରିଚୟ ଦେଇଥିଲେ, ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇଂରାଜୀରେ ଏହା ପଚାରିଥିଲେ। ନବୀନ ଏଥି ସହିତ ଲକ୍ଷ୍ମଣ ବାଗଙ୍କୁ ବିଧାୟକ ଭାବେ ଜିତିଥିବାରୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଲକ୍ଷ୍ମଣ ବାଗଙ୍କ ସହ ସ୍ବଳ୍ପ ସମୟ ପାଇଁ କଥା ହୋଇ ନବୀନ ଯେତେବେଳେ ଆଗକୁ ବଢିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବିଜେପିର ସବୁ ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ନବୀନଙ୍କୁ ସମ୍ମାନ ଜଣାଇଥିଲେ।

ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚିତ ବିଧାୟକମାନେ ମଙ୍ଗଳବାର ଗୃହରେ ଶପଥ ଗ୍ରହଣ କରିଛନ୍ତି। ଏହି କ୍ରମରେ ସେଠାରେ ହିଞ୍ଚିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ପାଇଁ ନବୀନ ପଟ୍ଟନାୟକ ହସହସ ମୁହଁରେ ବିଧାନସଭାରେ ପହଞ୍ଚିଥିଲେ। ଓଡିଶା ବିଧାନସଭାର ଏହି ଦୃଶ୍ୟରୁ ନବୀନ ବିରୋଧୀ ଦଳ ଆସନରେ ଥିଲେ ବି ସରକାରୀ ଦଳର ସବୁ ସଦସ୍ୟଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ସ୍ପଷ୍ଟ ବାରି ହେଉଥିଲା।

ଆଜି ପ୍ରଥମ ଦିନରେ ମୋଟ୍ ୧୦୨ ଜଣ ବିଧାୟକ ଶପଥ ନେଇଛନ୍ତି, ଯାହାଙ୍କ ଭିତରେ ଅଛନ୍ତି ୮୦ ନୂ୍ଆ ମୁହଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ।

Previous Post

ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ

Next Post

କ୍ୟାବିନେଟର ବଡ଼ ନିଷ୍ପତ୍ତି: ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

FNN WEB

FNN WEB

Next Post
କ୍ୟାବିନେଟର ବଡ଼ ନିଷ୍ପତ୍ତି: ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

କ୍ୟାବିନେଟର ବଡ଼ ନିଷ୍ପତ୍ତି: ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.