• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର

FNN WEB by FNN WEB
July 14, 2024
in ଓଡ଼ିଶା, ମୁଖ୍ୟ ଖବର
0
ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର
0
SHARES
2
VIEWS

ପୁରୀ : ପ୍ରତୀକ୍ଷାର ଅନ୍ତ ହୋଇଛି ପାଞ୍ଚ ଦଶନ୍ଧିର, ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ୧୧ଜଣିଆ ହାଇଲେବଲ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଆଜି ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି, ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ।

ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ଆଜି ପ୍ରଥମ ଦିନରେ ୧୧ ଜଣ ସଦସ୍ୟ ରତ୍ନଭଣ୍ଡାର ଏସଓପି ମୁ୍ତାବକ ସମସ୍ତ କାର୍ଯ୍ୟ କରି ଫେରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କହିବା ମୁତାବକ ବାହାର ରତ୍ନଭଣ୍ଡାରରୁ ଯାହା ବାହାରକୁ ବାହାର କରିବା କଥା ସମସ୍ତ ଜିନିଷ ବାହାର କରାଯାଇ ତାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଚାଙ୍ଗଡ଼ା ଘରେ ରଖାଯାଇଛି । ଜଷ୍ଟିସ ରଥ ଓ ମେକାପ ସଦସ୍ୟଙ୍କ ସାମ୍ନାରେ ସବୁ ଜିନିଷ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସ୍ଥାନାନ୍ତର ହୋଇଥିବା ସମସ୍ତ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି । ଏବେ ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଛି।

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ରତ୍ନଭଣ୍ଡାରକୁ ଅଧିକୃତ ସଦସ୍ୟମାନେ ଯିବା ପାଇଁ ଜିଲ୍ଲାପାଳ ଦେଇଥିବା ୩ଟି ଚାବିରେ ୩ ତାଲା ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ଚାବିରେ ତାଲା ନଖୋଲିବାରୁ ୩ ଟି ଯାକ ତାଲା କଟାଯାଇଥିଲା। ଏହାପରେ ସଦସ୍ୟମାନେ ଭିତରକୁ ଯାଇଥିଲେ। ଶ୍ରୀ ପାଢୀଙ୍କ କହିବା ମୁତାବକ ଭିତର ଭଣ୍ଡାରରେ ସିନ୍ଦୁକ ଓ ଆଲମୀରା ରହିଛି । ତା ଭିତରେ କିଛି ଅଳଙ୍କାର ମଧ୍ୟ ରହିଛି । ହେଲେ ଆଜି ଏସଓପି ମୁତାବକ ସମୟ ସରିଥିବାରୁ ଭିତର ରତ୍ନଭଣ୍ଡାରର କୌଣସି ସାମଗ୍ରୀ ସ୍ଥାନାନ୍ତର କରାଯାଇ ନାହିଁ । ଗତକାଲି ମହାପ୍ରଭୁଙ୍କ ବାହୁଡା ଏବଂ ତା ପରଦିନ ସୁନାବେଶ ପାଇଁ ଯାଞ୍ଚ କାର୍ଯ୍ୟ ବନ୍ଦ ରଖାଯାଇଛି। ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଦିନ ଧାର୍ଯ୍ୟ କରାଯାଇ ଭିତର ରତ୍ନଭଣ୍ଡାରରେ ଥିବା ସାମଗ୍ରୀଙ୍କୁ ସ୍ଥାନାନ୍ତର କରି ଖଟଶେଜ ଘରେ ରଖାଯିବ । ଏହାପରେ ଏଏସଆଇ ଭିତର ରତ୍ନଭଣ୍ଡାରର ରକ୍ଷଣା ବେକ୍ଷଣ କରିବ । ଏସବୁ ପକ୍ରିୟା ସରିବା ପରେ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହୋଇଥିବା ସାମଗ୍ରୀର ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ଯାଇଥିବା ୧୧ଜଣିଆ ଟିମରେ ସାମିଲ ହୋଇଥିଲେ-ନିଜେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ପ୍ରମୁଖ ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏଏସ୍ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ ନାରାୟଣ ମେକାପ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ତଢ଼ଉ କରଣ ଓ ଦେଉଳ କରଣ। ସମସ୍ତେ ପ୍ରଥମେ ଶୁଦ୍ଧପୂତ ହୋଇଥିଲେ, ପାରମ୍ପରିକ ବସ୍ତ୍ର ପିନ୍ଧି ବେହରଣ ଦ୍ବାର ଦେଇ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥିଲେ।

୫ କି ୧୦ ନୁହେଁ ଦୀର୍ଘ ୪୬ବର୍ଷ ପରେ ଅଳଙ୍କାର ପ୍ରିୟ ଠାକୁର ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହାଇଲେବଲ କମିଟିର ମେମ୍ବରମାନେ ଆଗେ କରିଥିଲେ ବୈଠକ। କଣ କରିବାକୁ ହେବ ? କଣ ରହିଛି ଏସଓପି ? ସେ ନେଇ ବିସ୍ତୃତ ଆଲୋଚନା ପରେ ସମସ୍ତେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ରଖିଥିଲେ। ତେଣେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଘରର ରକ୍ଷକ ଦେବ ଦେବ ମହାଦେବ ଲୋକନାଥଙ୍କ ପାଖରୁ ପାଟ, ଛତ୍ରୀ ସହ ଶ୍ରୀମନ୍ଦିରକୁ ଆସିଥିଲା ଆଜ୍ଞାମାଳ।

ତେଣେ ପରମ୍ପରା ମୁତାବକ ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବି କରାଯାଇଥିଲା ପୂଜାର୍ଚ୍ଚନା। ଜିଲ୍ଲା ପ୍ରଶାସନ ପାଖରେ ରହୁଥିବା ଭଣ୍ଡାର ଘରର ଚାବି ଧରି ଜିଲ୍ଲାପାଳ ବି ସଠିକ୍ ସମୟରେ କମିଟି ମୁଖ୍ୟଙ୍କୁ ହସ୍ତାନ୍ତର କରିଥିଲେ। ପୂର୍ବରୁ ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଥିଲେ। ଏପଟେ ଅଳଙ୍କାରର ସୁରକ୍ଷା ଓ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଥିଲା ସ୍ବତନ୍ତ୍ର ବରାଦରେ ତିଆରି ହୋଇଥିବା ୬ଟି ନୂଆ ସିନ୍ଦୁକ। ଶାଗୁଆନ କାଠରେ ତିଆରି ଏସବୁ ସିନ୍ଦୁକରେ ପିତଳ ଛାଉଣୀ ହୋଇଛି। ଗୋଟିଏ ଗୋଟିଏ ସିନ୍ଦୁକର ଲମ୍ବ ୫୪ ଇଞ୍ଚ, ଚଉଡ଼ା ୩୬ ଇଞ୍ଚ ଓ ଗଭୀରତା ୩୦ ଇଞ୍ଚ ରହିଛି । ଭୁବନେଶ୍ବରରୁ ଆଗରୁ ଆହୁରି ୯ଟି ସିନ୍ଦୁକ ପଠାଇବାକୁ ବରାଦ ବି ଦିଆଯାଇଛି । ରତ୍ନଭଣ୍ଡାର ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟୁଇଟ୍ କରି ଲେଖିଛନ୍ତି- ଏ ମହାନ କାର୍ଯ୍ୟ ସଫଳ ହେଉ, ଏତିକି କାମନା।

Previous Post

ଏକ୍ସରେ ରେକର୍ଡ କଲେ ମୋଦୀ

Next Post

ଶ୍ରୀମନ୍ଦିରକୁ ବାହୁଡ଼ିବେ ନୀଳାଦ୍ରିନାଥ :ଜନ୍ମବେଦୀରେ ସରିଲା ଲୀଳାଖେଳା

FNN WEB

FNN WEB

Next Post
ଶ୍ରୀମନ୍ଦିରକୁ ବାହୁଡ଼ିବେ ନୀଳାଦ୍ରିନାଥ :ଜନ୍ମବେଦୀରେ ସରିଲା ଲୀଳାଖେଳା

ଶ୍ରୀମନ୍ଦିରକୁ ବାହୁଡ଼ିବେ ନୀଳାଦ୍ରିନାଥ :ଜନ୍ମବେଦୀରେ ସରିଲା ଲୀଳାଖେଳା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.