ଜଟଣୀ : ରାଜା ବଜ଼ାର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୪” କାର୍ଯ୍ୟକ୍ରମ ଜଟଣୀ ମ୍ୟୁନିସି ପାଲଟି ଅନ୍ତର୍ଗତ ସରକାରୀ ହିନ୍ଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜା ବଜ଼ାର କ୍ଳଷ୍ଟର ଅନ୍ତର୍ଗତ ୧୨ ଗୋଟି ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୬୦ ରୁ ଉର୍ଦ୍ଧ୍ବ ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶିଶୁ ମହୋତ୍ସବ “ସୁରଭି ୨୦୨୪” କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜିକା ( ସି.ଆର.ସି.ସି ) ଶ୍ରୀମତୀ ରଶ୍ମିତା ନାୟକଙ୍କ ସଂଯୋଜନାରେ ପରିଚାଳିତ ହେବାସହ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା । ମୁଖ୍ୟ ଅତିଥି ଭାବରେ ହିନ୍ଦୀ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା ବବିତା କୁଣ୍ଡୁ ଓ ମୁଖ୍ୟ ବକ୍ତା ବିଦ୍ୟାଳୟ ପରିଚାଳନା କମିଟିର ଉପାଅଧ୍ୟକ୍ଷ ଶ୍ରୀ କାହ୍ନୁ ଚରଣ ମହାରଣା ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗିତାରେ ଶ୍ରେଷ୍ଠ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ବିତରଣ କରଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।