• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓରମାସ୍‌ ତରଫରୁ ରପ୍ତାନୀ ଏବଂ ଇ-କମର୍ସ ସମ୍ପର୍କିତ କର୍ମଶାଳା

FNN WEB by FNN WEB
October 4, 2024
in ଓଡ଼ିଶା, ମୁଖ୍ୟ ଖବର
0
ଓରମାସ୍‌ ତରଫରୁ ରପ୍ତାନୀ ଏବଂ ଇ-କମର୍ସ ସମ୍ପର୍କିତ କର୍ମଶାଳା
0
SHARES
3
VIEWS

ବିଭିନ୍ନ ସଂସ୍ଥା ସହିତ ୪ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ ଦ୍ୱାରା ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ-କମର୍ସ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସ୍ଥାନୀୟ କୃଷି ଭବନ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହନୀ, ଓର୍‌ମାସ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, ନାବାର୍ଡର ସିଜିଏମ୍‌ ଓ ଡିଜି-ଇଡିଆଇଆଇଙ୍କ ଉପସ୍ଥିତିରେ ଓର୍‌ମାସ୍‌ ପକ୍ଷରୁ ଚାରିଗୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତା ଏବଂ ମାନ ଆଦି ବଜାରରେ ମିଳୁଥିବା ଅନ୍ୟ ସାମଗ୍ରୀମାନଙ୍କୁଠାରୁ ଢେର ଉନ୍ନତ । ଏହାର ବିପଣନ ଦିଗରେ ଓର୍‌ମାସ୍‌ର ଭୂମିକା ମଧ୍ୟ ଅତୁଳନୀୟ । ତେଣୁ ଆଗାମୀ ଦିନରେ ଏହିସବୁ ସାମଗ୍ରୀର ରପ୍ତାନୀ ଏବଂ ଅନ୍‌-ଲାଇନ ମାର୍କେଟିଂ ଉପରେ ଆମ୍ଭମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଫଳରେ ଆମ ରାଜ୍ୟର ଗ୍ରାମୀଣ ଉତ୍ପାଦର ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢ଼ିବା ସହ ଗ୍ରାମୀଣ କାରିଗରମାନେ ଲାଭାନ୍ୱିତ ହୋଇପାରିବେ ।

ଏହା ସହ ପ୍ରତିଯୋଗିତାମୂଳକ ବଜାରରେ ଏଣିକି ଗ୍ରାମୀଣ ଉତ୍ପାଦଗୁଡ଼ିକୁ ମୁକାବିଲା କରିବାକୁ ପଡ଼ିବ । ରାଜ୍ୟ ଓ ଜାତୀୟ ବଜାର ସହ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ାଇବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ । ଜାତୀୟସ୍ତରରେ ଏହି ସାମଗ୍ରୀଗୁଡ଼ିକୁ ଅନ୍‌-ଲାଇନ ବଜାରରେ ଉପଲବଧ କରାଇବା ଜରୁରୀ ହୋଇପଡ଼ିଛି । ଏ ଦିଗରେ, ଉତ୍ପାଦଗୁଡ଼ିକର ଗୁଣବତ୍ତା, ପ୍ୟାକେଜିଂ, ବ୍ରାଣ୍ଡିଂ ଆଦିକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଥିଲେ ।

ଏହି ଅବସରରେ ଓରମାସ ଦ୍ୱାରା ୪ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ଗୋଷ୍ଠୀସ୍ତରୀୟ ସଂଗଠନଗୁଡ଼ିକୁ ଧୂପକାଠି ପ୍ରସ୍ତୁତି ଏବଂ ବିକ୍ରୟରେ ସହଯୋଗ ପାଇଁ ଆଇ.ଟି.ସି କମ୍ପାନି ସହିତ, କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ କମ୍ପାନି ଏବଂ ଉତ୍ପାଦକ ଉଦ୍ୟୋଗ ଆଦିକୁ ଖାଦ୍ୟ ସାମଗ୍ରୀ, ଫଳ, ପରିବା, ଡାଲି ଜାତୀୟ ଶସ୍ୟ ଆଦି ବିକ୍ରୟ ପାଇଁ ଭାରତ ମସଲା କମ୍ପାନି ସହିତ, ଗୋଷ୍ଠୀସ୍ତରୀୟ ସଂଗଠନ ସଦସ୍ୟମାନଙ୍କର ଦକ୍ଷତା ବିକାଶ ଏବଂ ଆନୁଷଙ୍ଗିକ ସହାୟତା ପ୍ରଦାନ ଦିଗରେ ଅହମଦାବାଦ ସ୍ଥିତ ଇ.ଡି.ଆଇ.ଆଇ ସଂସ୍ଥା ଏବଂ କର୍ଣ୍ଣାଟକ ରାଜ୍ୟ ମହୀଶୁର ସ୍ଥିତ ସି.ଏଫ.ଟି.ଆର.ଆଇ ସଂସ୍ଥା ସହିତ ଫଳ ଅମଳର ପରବର୍ତ୍ତୀ ପ୍ରକ୍ରିୟା କାର୍ଯ୍ୟକ୍ରମ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ତାଲିମ୍‌ ଓ ବୈଷୟିକ ଜ୍ଞାନକୌଶଳ ଦିଗରେ ଦକ୍ଷତା ବିକାଶ ତାଲିମ୍‌ ପ୍ରଦାନ କରିବା ନିମନ୍ତେ ଏହି ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ନାଏକ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀଙ୍କ ଉପସ୍ଥିତିରେ ଓରମାସ ତରଫରୁ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଓର୍‌ମାସ୍‌ ଦ୍ୱାରା ପରିଚାଳିତ କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ ଓ ଉତ୍ପାଦକ ଉଦ୍ୟୋଗ ଆଦି ଦ୍ୱାରା ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକର ଏକ କ୍ଷୁଦ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହି ଦୁଇଦିନିଆ କର୍ମଶାଳାର ବିଭିନ୍ନ ପର୍ଯ୍ୟାୟରେ ଗ୍ରାମୀଣ ଉତ୍ପାଦର ରପ୍ତାନୀ ଏବଂ ଇ-କମର୍ସ କାରବାକୁ ନେଇ ବୈଷୟିକ ଆଲୋଚନାଚକ୍ର ଆୟୋଜନ ହୋଇଥିଲା । ଏଥିରେ ନାବାର୍ଡ, ଓ.ଏନ.ଡି.ସି, ଜେମ୍‌, ସ୍ପାଇସେସ୍‌ ବୋର୍ଡ, ଆପେଡ଼ା, ଇ.ପି.ସି.ଏଚ୍‌ ଏବଂ ଏଚ.ଏଚ.ଇ.ଡବ୍ଲୁ.ଏ ଆଦି ଦେଶର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ବିଶେଷଜ୍ଞ, ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ରିସୋର୍ସ ପର୍ସନମାନେ ଯୋଗଦେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲ । କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନିର ସଦସ୍ୟ, ବୋର୍ଡ ଅଫ୍‌ ଡାଇରେକଫର୍ସ, କର୍ମକର୍ତ୍ତା, ଓର୍‌ମାସ୍‌ର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଜନେସ ମ୍ୟାନେଜର ପ୍ରମୁଖ ଯୋଗଦେଇଥିଲେ ।

Previous Post

କିସରେ ଐତିହାସିକ ଭଲିବଲ୍‍ ମହୋତ୍ସବ ଉଦ୍‍ଘାଟିତ: ଯୋଗଦେଲେ ୫ହଜାର ଖେଳାଳି

Next Post

ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

FNN WEB

FNN WEB

Next Post
ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.