ଜଟଣୀ : ସ୍ଥାନୀୟ ଉତ୍ତରାୟଣୀ କ୍ଲବ ପ୍ରେକ୍ଷାଳୟରେ ୧୮/୧୯ ଦୁଇ ଦିନଧରି ନୃତ୍ୟଶ୍ରୀ ଅଷ୍ଟାଦଶତମ କୁମାର ଉତ୍ସବ – ୨୦୨୪ ବହୁ ଆଡମ୍ବରରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ଉଦଘାଟନ ଓ ପ୍ରଦୀପ ପ୍ରଜ୍ବଳନ ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ପୁଷ୍ପ ମାଲ୍ୟାର୍ପଣ ହୋଇଥିଲା । ମୁଖ୍ୟ ଅତିଥି ପୂର୍ବତ୍ତନ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସଂମାନିତ ଅତିଥି ସଞ୍ଜୟ ଜେନା ସମ୍ପାଦକ,ଅର୍ଗସ ଟିଭି, ବିଶିଷ୍ଟ ଓଡିଶୀ ସଂଗୀତ ଶିଳ୍ପୀ ବିଦୁଷୀ ସୁଜାତା ମହାପାତ୍ର, ଡ଼ଃ ନିରଞ୍ଜନ ମହାନ୍ତି ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ସେହି ପରି ଦ୍ଵିତୀୟ ଦିନ ମୁଖ୍ୟ ଅତିଥି ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ସଂମାନିତ ଅତିଥି ଡ଼ଃ ସଂଘମିତ୍ରା ପତି, ନୃତ୍ୟାଚାର୍ଯ୍ୟ ଗୁରୁ ଦୁର୍ଗାଚରଣ ରାଣବୀର, ଗୁରୁ ରୁପଶ୍ରୀ ମହାପାତ୍ର, ମନ୍ନ୍ମଥ ରାଉତରାୟ, ଅନୀଲ କୁମାର ବିଶ୍ବାଳ,ଇତିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ, ଅନୁଷ୍ଠାନର ଉପଦେଷ୍ଟା ସୁରେନ୍ଦ୍ର ସାହୁଙ୍କ ଦ୍ଵାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା । ସଭାପତି ତ୍ରିଲୋଚନ ମହାପାତ୍ର ଦ୍ୱାରା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ । ସହସମ୍ପାଦିକା ସୁଚିସ୍ମିତା ରାଉତରାୟ ସମସ୍ତ ଅତିଥିଙ୍କୁ ବୃକ୍ଷ ଚାରା ପ୍ରଦାନ କରିଥିଲେ।
ସମ୍ପାଦିକା ଚିନ୍ମୟୀ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ। ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ବିଦୁଷୀ ସୁଜାତା ମହାପାତ୍ର, ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ନୃତ୍ୟାଚାର୍ଯ୍ୟ ଦୁର୍ଗାଚରଣ ରାଣବୀର, ବିଶିଷ୍ଟ ମାହାରୀ ନୃତ୍ୟଶିଳ୍ପୀ ରୁପଶ୍ରୀ ମହାପାତ୍ର ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ “ସମ୍ବର୍ଦ୍ଧିତ” କରାଯାଇଥିଲା । ସେହି ପରି ଅନୁଷ୍ଠାନର ଦୁଇଜଣ ନୃତ୍ୟ ଶିକ୍ଷାର୍ଥୀ ମାନିନୀ ବାରିକ ଏବଂ ଅର୍ପିତା ଭୂୟାଁ ଉଭୟଙ୍କୁ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ରୂପେ ବିବେଚିତ କରି ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଦୀର୍ଘ ଅଠର ବର୍ଷ ତଳେ ୪ ଟି ପିଲାଙ୍କୁ ନେଇ ଅନୁଷ୍ଠାନ ଆରମ୍ଭ ହୋଇଥିଲା, ହେଲେ ଆଜି ୧୮୦ ରୁ ଉର୍ଦ୍ଧ ପିଲା ଆସୁଛନ୍ତି । ସେହି କୁନି କୁନି ପିଲାମାନେ ଅତି ସୁନ୍ଦର ଓ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ । ଏପରି ଗୋଟିପୁଅ, ସମ୍ବଲପୁରୀ, ପଞ୍ଜାବୀ, କାଶ୍ମୀର, ମହାରାଷ୍ଟ୍ର, ଆସାମୀ, ବଙ୍ଗାଳୀ ବିଭିନ୍ନ ପ୍ରକାରର ନୃତ୍ୟ , ତତସଙ୍ଗେ ନୃତ୍ୟ ଗୁରୁ ଚିନ୍ମୟୀଙ୍କ ଦ୍ୱାରା ନିଖୁଣ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଦ୍ଵିତୀୟ ଦିନ ପ୍ରବଳ ବର୍ଷାଶ୍ୱତେ ଲୋକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତି ସୁନ୍ଦର ଓ ଚମତ୍କାର ଓଡିଶୀ ନୃତ୍ୟ ପରିବେଷଣ ରେ ପ୍ରେକ୍ଷାଳୟରେ କରତାଳିରେ ପ୍ରକମ୍ପିତ ହୋଇଥିଲା । ପରିଶେଷରେ ସ୍ଵର୍ଣପ୍ରଭା ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।














