ଜଟଣୀ: ଖୋର୍ଦ୍ଧା ଜ଼ିଲ୍ଲା ପିଜନ ( Pigeon ) ଆସ୍ସୋସିଏସନ୍ ତରଫରୁ ଚତୁର୍ଥ ବାର୍ଷିକ – ୨୦୨୪ ପାରା ଉଡାଇବା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗଣେଶ କମ୍ପ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଛି l ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ବରିଷ୍ଠ ପାରା ଉଡାଳି ଅଶୋକ କୁମାର ଶତପଥୀ ଯୋଗ ଦେଇଥିବାବେଳେ , ସମ୍ମାନୀତ ଅତିଥି ପଲେଇ ମହାପାତ୍ର, ରାମଚନ୍ଦ୍ର ଶତପଥୀ, ଦିଗବିଜୟ ଭାଇ, ନାରାୟଣ ମହାରଣା, ସୁରେନ୍ଦ୍ର ମହାରଣା ପ୍ରମୁଖ ମଞ୍ଚାସିନ ଥିବାବେଳେ, କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜ଼ିଲ୍ଲା ପିଜନ ଆଶ୍ସୋସିଏସନ ସଭାପତି ରଜତ ରଞ୍ଜନ ମହାରଣା ମଞ୍ଚ ପରିଚାଳନା କରିଥିଲେ l ଖୋର୍ଦ୍ଧା ପାରା ସଂଗଠନର ଉପସଭାପତି ମନୋଜ କୁମାର ବେହେରା, ସମ୍ପାଦକ ଅଭିନାଶ ମହାପାତ୍ର ଏବଂ ସଂଗଠନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଭାପତିଙ୍କୁ ସହଯୋଗ କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ପିଜନ ଆଶ୍ସୋସିଏସନ କରିଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ମୋଟ 28 ଜଣ ଭାଗନେଇଥିଲେ l ସେମାନଙ୍କ ମଧ୍ୟରୁ ଦୁଇଜଣ ୧) କୁନା ପଣ୍ଡା, ୨) ଟୁଲୁ ମାର୍ଥା ଯୁଗ୍ମ ଭାବରେ ତୃତିୟ ହୋଇଥିବା ବେଳେ, ବାପି ରତି ଦ୍ଵିତୀୟ ଏବଂ ଲିଙ୍ଗରାଜ ରାଉତରାୟ ପ୍ରଥମ ହୋଇଛନ୍ତି l ଲିଙ୍ଗରାଜଙ୍କ ପାଞ୍ଚୋଟି ପାରାରୁ ଚାରୋଟି ପାରା ପାରା 24 ଘଣ୍ଟା 38 ମିନିଟ ଉଡିଥିଲା l ଏହି ପ୍ରତିଯୋଗିତା ପ୍ରାୟ 10 ଦିନଧରି ଚାଲିଥିବା ବେଳେ ଏଥିରେ ପାରା ଉଡାଇବା ସମୟରେ ଦାଇତ୍ୱରେ ଥିବା ଅମ୍ପାୟାର ମୁନା ଭାଈ ଏବଂ ଅଭିନାଶ ମହାପାତ୍ର ସଠିକ ନିର୍ଣ୍ଣୟ ନେଇଥିଲେ । ପାରା ରଖିବା ଠାରୁ ତାଙ୍କୁ ପ୍ରଶିକ୍ଷଣ ଦେବା ବାହୁତ କଷ୍ଠ କାମ ବୋଲି ଲିଙ୍ଗରାଜ ରାଉତରାୟ କହିଛନ୍ତି l ସେହିପରି ପାରାଙ୍କ ସହିତ ସେମାନେ ମଧ୍ୟ ଅଧିକ ପରିଶ୍ରମ କରିଥାନ୍ତି l ସଭାପତି ନିଜ ଵ୍ୟକ୍ତବ୍ୟରେ କହିଲେ, ଆଗମି ଦିନରେ ଏହି ପ୍ରତିଯୋଗିତାକୁ ରାଜ୍ୟ ସ୍ତରୀୟ କରିବାକୁ ଖୋର୍ଦ୍ଧା ପିଜନ ଆଶ୍ସୋସିଏସନ ଲକ୍ଷ ରଖିଛି l କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ୱନାଥ ପଟ୍ଟନାୟକ ଅତି ସୁନ୍ଦର ଭାବରେ ମଞ୍ଚ ଉପସ୍ଥାପନ କରିଥିଲେ । ଶେଷରେ ଅଭିନାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।














