• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ

FNN WEB by FNN WEB
October 21, 2024
in ଓଡ଼ିଶା, ମୁଖ୍ୟ ଖବର
0
ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ
0
SHARES
2
VIEWS

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସଦସ୍ୟ ସମ୍ମାନ
କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି । ଚାରିଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ବହୁ ବୈଜ୍ଞାନିକ,ଗବେଷକ ଓ ଖ୍ୟାତିସମ୍ପନ୍ନ ପ୍ରଫେସର ଅନ୍ତର୍ଭୁକ୍ତ । ପ୍ରଥମଥର ଲାଗି ଏହି ସମ୍ମାନଜନକ କଂଗ୍ରେସ ଭାରତରେ ଅନୁଷ୍ଠିତ ହେଉଛି । ଏହି କଂଗ୍ରେସର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାନାଡ଼ାର ୱାଟର୍‍ଲୁ ବିଶ୍ୱବିଦ୍ୟାଳୟର ହାଇଡ଼୍ରୋଜିଓଲଜି ବିଭାଗ ପ୍ରଫେସର ଇମିରଟସ୍‍ ଜନ୍‍ ଚେରି ଭୂତଳଜଳ ପରିଚାଳନା ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ କହିଲେ, ଭୂତଳଜଳ ହେଉଛି ଆମ ପରିବେଶର ଅନ୍ୟତମ ଜଟିଳ ଉପାଦାନ ଏବଂ ଆର୍ସେନିକ୍‍ ସଙ୍କଟ ହେଉଛି ମାନବତାର ନିଜସ୍ୱ ବିଫଳତାର ପରିଣାମ । ଏହି ଚାଲେଞ୍ଜର ମୁକାବିଲା ପାଇଁ ସତର୍କତା ଓ ସର୍ଜନା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରପ୍ରାପ୍ତ ତଥା ଆଇଆଇଟି ଖଡ଼ଗ୍‍ପୁରର ପ୍ରଫେସର ଅଭିଜିତ୍‍ ମୁଖାର୍ଜୀ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଜଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ସ୍ଥାୟୀ ବିକାଶ ଲକ୍ଷ୍ୟର ମୂଳ ଆଧାର ହେଉଛି ଜଳ । ତେଣୁ ଜଳ ପ୍ରଦୂଷଣର ମୁକାବିଲା ସହ ସ୍ୱଚ୍ଛ ଜଳ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ । କେନ୍ଦ୍ରୀୟ ଭୂତଳଜଳ ବୋର୍ଡ଼ର ପୂର୍ବତନ ସଦସ୍ୟ ପ୍ରଫେସର ଦୀପଙ୍କର ଶାହା କହିଲେ, ସମଗ୍ର ବିଶ୍ୱରେ ଭାରତ ହେଉଛି ସର୍ବାଧିକ ଭୂତଳଜଳ ଉତ୍ତୋଳନକାରୀ ଦେଶ । ଭାରତ ବର୍ଷକୁ ୨୫୦ ଘନ କିଲୋମିଟର ଭୂତଳ ଜଳ ଉତ୍ତୋଳନ କରୁଛି । ତେଣୁ ଆଗକୁ ଦେଶରେ ଭୂତଳଜଳ ଉତ୍ତୋଳନ ଏବଂ ଦୂଷିତ ଜଳ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହେବ ବୋଲି ସେ ସତର୍କ କରାଇ ଦେଇଥିଲେ । ଏହି କଂଗ୍ରେସ ଆୟୋଜନ କମିଟି ଅଧ୍ୟକ୍ଷ ତଥା ସ୍ୱିଡ଼େନ୍‍ର କେଟିଏଚ୍‍ ରୟାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜିର ପ୍ରଫେସର ପ୍ରସୂନ ଭଟ୍ଟାଚାର୍ଯ୍ୟ କହିଲେ, ଏହି କଂଗ୍ରେସ ପରିବେଶ ସମ୍ପର୍କିତ ଜରୁରୀ ଚାଲେଞ୍ଜର ମୁକାବିଲା ପାଇଁ ସହାୟକ ହେବା ସହ ଏନେଇ ବ୍ୟାପକ ଭାବ ବିନିମୟର ସୁଯୋଗ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ବର୍ତ୍ତମାନ ସମୟରେ ଏଭଳି ସମ୍ମିଳନୀ ଆୟୋଜନ କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି । ଦୂଷିତ ଜଳ ଏକ ଗମ୍ଭୀର ପ୍ରସଙ୍ଗ ହୋଇଥବା ବେଳେ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏସବୁ ଭିତରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି। ତେବେ ଭବିଷ୍ୟତ ପିଢ଼ି ପାଇଁ ଏହି ସମସ୍ୟା ଭୟଙ୍କର ହେବ ବୋଲି ସେ କହିଥିଲେ । ପରିବେଶ ସୁରକ୍ଷା ଓ ସବୁଜ ଶକ୍ତି ଦିଗରେ କିଟ୍‍ ଓ କିସ୍‍ ନିରନ୍ତର କାର୍ଯ୍ୟ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

କିଟ୍‍ ଓ କିସ୍‍ର ସମସ୍ତ କ୍ୟାମ୍ପସ୍‍ରେ ସବୁଜ ବଳୟ ସୃଷ୍ଟି କରାଯାଇଥିବା ବେଳେ ସୌରଶକ୍ତି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଏହି ଅବସରରେ ଇଣ୍ଟରନ୍ୟାସନାଲ୍‍ ସୋସାଇଟି ଅଫ ଗ୍ରାଉଣ୍ଡୱାଟର ଫର୍‍ ସସ୍‍ଟେନେବଲ୍‍ ଭଲପ୍‍ମେଣ୍ଟ(ଆଇଏସ୍‍ଜିଏସ୍‍ଡ଼ି) ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଜୀବନବ୍ୟାପୀ ସଦସ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସ୍ଥାୟୀ ବିକାଶରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ସବୁଜ କ୍ୟାମ୍ପସ ପ୍ରୟାସ ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪ରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ଜଳ ଗବେଷଣା ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଉଦ୍‍ଘାଟିତ ହୋଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଂଗ୍ରେସ ଆୟୋଜନ କମିଟି ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ବିଜେଡ଼ିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ

Next Post

ପ୍ରସ୍ତୁତ ରହିବାକୁ ପୌରସଂସ୍ଥାକୁ ନିର୍ଦ୍ଦେଶ

FNN WEB

FNN WEB

Next Post
ପ୍ରସ୍ତୁତ ରହିବାକୁ ପୌରସଂସ୍ଥାକୁ ନିର୍ଦ୍ଦେଶ

ପ୍ରସ୍ତୁତ ରହିବାକୁ ପୌରସଂସ୍ଥାକୁ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.