ଭଦ୍ରକ: ଧାମରା ରେ ବାତ୍ୟା ଦାନା ଶୁକ୍ରବାର ଲ୍ୟାଣ୍ଡ ଫଲ କରିବା ପୂର୍ବରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଥିଲା। ପବନର ବେଗ ଘଣ୍ଟା କୁ ୭୦ରୁ ୮୦କିମି ଥିଲା। ମଧ୍ୟ ରାତି ୧୨ଟା ସମୟରେ ଏହି ବାତ୍ୟା ର ପ୍ରକୋପ ବଢିବାକୁ ଲାଗିଲା। ବର୍ଷା ଓ ପବନରେ ବଡ଼ ବଡ଼ ଗଛ ସବୁ ରାସ୍ତାରେ ପଡ଼ି ଯାତାୟାତ ବନ୍ଦ କରିଦେଇଥିବା ବେଳେ ଏହାର ପ୍ରକୋପ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ସକାଳ ୬ଟା ପରେ ଧାମରା, ବାଂଶଡା, ଜାଗୁଳା, ଦୋସିଙ୍ଗା, କରଂଜମାଳ, କଇଁଥଖୋଲା, କରଣ ପଲ୍ଲୀ ଏବଂ ପଞ୍ଚୁ ଟିକ୍ରି ପଂଚାୟତ ମାନଙ୍କରେ ପବନର ବେଗ କମିଥିବା ବେଳେ ବର୍ଷା ର ବେଗ କମି ନଥିଲା। ଏହି ବାତ୍ୟା ଦାନା ର ଲ୍ୟାଣ୍ଡ ଫଲ ପରେ ଧାମରା ଅଂଚଳରେ ndrf ର 3ଟି ଟିମ ବାଂଶଡା ଥାନା ଅଧୀନରେ ଥିବା ଓଡ଼ରା଼ ର ୩ଟି ଟିମ ରାସ୍ତା ଘାଟ ଏବଂ ସାଧାରଣ ଲୋକଙ୍କ ଘର ଉପରେ ପଡ଼ିଥିବା ସମସ୍ତ ଗଛ କାଟି ସଫା କରିଥିଲେ। ଏହି କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ବାଂଶଡା ଥାନାଧିକାରୀ ଏବଂ ଧାମରା ଥାନାଧିକାରୀ ଙ୍କ ନିକଟରୁ ପ୍ରକାଶ। ଏହି ବାତ୍ୟା ଦାନା ର ପ୍ରକୋପ ରେ ବାଳିମୁଣ୍ଡା ଗ୍ରୀଡ଼ ରୁ ଆସିଥିବା ୩୩କେଭି ଲାଇନ ଏବଂ ଗ୍ରାମାଞ୍ଚଳ ରେ ଥିବା ୧୧କେଭି ଲାଇନ ରେ ବହୁତ ବିଦ୍ୟୁତ ଖୁଣ୍ଟ ଗଡି ଥିବା ବେଳେ ବିଦ୍ୟୁତ ତାର ମଧ୍ୟ ଛିଡି ଯାଇଛି।
ଏହାର ରକ୍ଷଣା ବେକ୍ଷଣ ପାଇଁ tpnodl ର ୨୦ ଜଣିଆ ଟିମ କାର୍ଯ୍ୟ କରୁଛନ୍ତି। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଧାମରା ବିଦ୍ୟୁତ ଷ୍ଟ୍ର କଚ ର କୁ ବିଦ୍ୟୁତ ସରବରାହ ହୋଇଯିବ ବୋଲି ଆଶା ଅଛି ବୋଲି ଟି ପି ଏନ ଓ ଡ଼ି ଏଲ ର ଅଧିକାରୀ ମତ ରଖିଛନ୍ତି। ଏହି ବାତ୍ୟା ମାଡ ରେ ହଜାର ଏକର ଚାଷ ଜମି ରେ ଧାନ ଗଛ ଗୁଡିକ ମାଟିରେ ମିଶି ଯାଇଛି। ଚାଷୀ ମାନଙ୍କ କୃଷି ଋଣ ଛାଡ଼ କରିବା ପାଇଁ କଂଗ୍ରେସ ର ଚାନ୍ଦବାଲି ନିର୍ଵାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଦାବୀ ରଖିଛନ୍ତି। ଏହି ବାତ୍ୟା ରେ ଧାନ ର ବିପୁଳ କ୍ଷତି ଘଟି ଥିବା ବେଳେ ହାତ ଗଣତି ଅଳ୍ପ କିଛି ଲୋକଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଥିବା ଜଣାଯାଉଛି। ପ୍ରକୃତରେ ବାସ୍ତବ ସଂଖ୍ୟା ରାଜସ୍ବ ନିରୀକ୍ଷକ ତଦନ୍ତ କରିବା ପରେ ଜଣାଯିବ। ଆଜି ମଧ୍ୟ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ବାତ୍ୟା ପାଇଁ ମୁଣ୍ଡ ଗୁଂଜି ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆ ଯାଇଛି। ବିଦ୍ୟୁତ ସର ବରାହ ବନ୍ଦ ଥିବାରୁ ଯୋଗାଯୋଗ ସମ୍ପୃଣ ବନ୍ଦ ହୋଇଯାଇଛି। ପଂଚାୟତ ମାନଙ୍କରେପିଇବା ପାଣି ଯୋଗାଣ କିଛି ମାତ୍ର ରେ ଚାଲିଥିବା ବେଳେ ବହୁ ସ୍ଥାନ ରେ ସମ୍ପୂର୍ଣ ବନ୍ଦ ଅଛି। ଡାକ୍ତର ଖାନା ମାନଙ୍କରେ ସାପ କାମୁଡା ଇଞ୍ଜେକ୍ସନ ଗଛିତ ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଏଭଳି କେହି ରୋଗୀ ଆସି ନଥିବା ଜଣା ଯାଇଛି। ବାତ୍ୟା ର ପରବର୍ତୀ ସମୟ କୁ ପ୍ରଶାସନ ନଜର ରେ ରଖିଛି। ଏଥି ସହ ଧାମରା ଅଂଚଳ ରେ ରୋଷେଇ ଗ୍ୟାସ ର ବ୍ୟାପକ କଳା ବଜାରୀ ଚାଲିଥିବା ବେଳେ ଗ୍ୟାସ ଡିଲର ମାନେ ବାତ୍ୟା କଥା କହି ସାଧାରଣ ଜନତା ଙ୍କୁ ଠକୁଥିବା ଅଭିଯୋଗ ମଧ୍ୟ ହୋଇଛି। ବିଦ୍ୟୁତ ପ୍ରଭାବ ରେ ମୋବାଇଲ ସେବା ମଧ୍ୟ ବାଧା ପ୍ରାପ୍ତ ହୋଇଛି, ତୁରନ୍ତ ଏହି ଅତ୍ୟାବଶକୀୟ ସେବା ଯୋଗାଇଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି।














