• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ – ମୁଖ୍ୟମନ୍ତ୍ରୀ

FNN WEB by FNN WEB
October 25, 2024
in ଓଡ଼ିଶା, ମୁଖ୍ୟ ଖବର
0
ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ – ମୁଖ୍ୟମନ୍ତ୍ରୀ
0
SHARES
6
VIEWS

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗ ପାଇଁ ଆମେ ବାତ୍ୟା ମୁକାବିଲାରେ ସଫଳ ହୋଇଛୁ। ଆମେ ଆମର zero casualty ଲକ୍ଷ୍ୟ ହାସଲ କରି ପାରିଛୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଣ ମାଧ୍ୟମ ମଧ୍ୟ ପ୍ରତି ମୁହୂର୍ତ୍ତରେ ଖବର ଦେଇ ଜନ ସାଧାରଣଙ୍କୁ ସତର୍କ ଓ ସରକାରଙ୍କୁ ପଦକ୍ଷେପ ନେବାକୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମକୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ। କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ କଠିନ ପରିଶ୍ରମ କରି ମୁକାବିଲା କାର୍ଯ୍ୟକୁ ସଫଳ କରିଛନ୍ତି। ଆଉ ୨୪ ରୁ ୪୮ ଘଣ୍ଟା ପରିଶ୍ରମ କଲେ ଆମର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ସଫଳ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କାଲି ସନ୍ଧ୍ୟା ସୁଦ୍ଧା ଆମର ଆଶ୍ରୟ ସ୍ଥଳୀଗୁଡିକୁ ପ୍ରାୟ 8 ଲକ୍ଷ ଲୋକ ଆସି ସୁରକ୍ଷିତ ଭାବରେ ରହିଥିଲେ ।

ପୁନରୁଦ୍ଧାର କାର୍ଯ୍ୟ ଉପରେ ସୂଚନା ଦେଇ ସେ କହିଲେ ଯେ ତଥ୍ୟ ଅନୁଯାୟୀ ସବୁ ପ୍ରମୁଖ ରାସ୍ତା ଗୁଡିକ ଅବରୋଧ ହଟାଯାଇ ଗମନାଗମନ ଉପଯୋଗୀ କରାଯାଇଅଛି । ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପ୍ରକ୍ରିୟା ଜାରି ରହିଛି । ସମୁଦାୟ ୨୨.୪୩ ଲକ୍ଷ ଘରେ ବିଜୁଳି ବାଧାପ୍ରାପାପ୍ତ ହୋଇଥିଲା । ତନ୍ମଧ୍ୟରୁ ୧୪.୮୦ ଲକ୍ଷ ଘରକୁ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ବିଜୁଳି ଯୋଗାଣ କରାଯାଇସାରିଛି । ଏବେ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥା ପୁନକ୍ଷମ କାର୍ଯ୍ୟ ଚାଲୁରହିଛି । ଯେଉଁ ଅଞ୍ଚଳରେ ବର୍ଷା ଲାଗି ରହିଛି ସେଠାରେ restoration କରିବା ପାଇଁ ଆଉ କିଛି ସମୟ ଲାଗିବ । ଶକ୍ତି ବିଭାଗ ପ୍ରମୁଖ ସଚିବ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଉପସ୍ଥିତ ରହି restoration କାମ ତଦାରଖ କରି କାମ ତ୍ୱରାନ୍ୱିତ କରୁଛନ୍ତି ବୋଲି ସେ କହିଥିଲେ। ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେଇଯିବ ବୋଲି ସେ କହିଥିଲେ।

କୃଷି କ୍ଷେତ୍ରରେ ପ୍ରାରମ୍ଭିକ ଆକଳନରୁ (Eye estimate) ଜଣାଯାଇଛି ଯେ ୧.୭୫ ଲକ୍ଷ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି । ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ମଧ୍ୟ ଦିଆଯିବ । ଘରଭଙ୍ଗା ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ଆସିଯିବ । ଫସଲ କ୍ଷତି ଏବଂ ଘରଭଙ୍ଗା ପାଇଁ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଗୁଡିକ ଠିକ୍ ଚାଲିଛି ସବୁ ଆଶ୍ରୟସ୍ଥଳରେ ମେଡିକାଲ୍ ଟିମ୍ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଡାକ୍ତରଖାନା ଓ ମା ଗୃହ ଗୁଡିକରେ ପ୍ରାୟ ୨୨୦୦ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଟି ହେଉଛନ୍ତି ଜାଆଁଳା ଶିଶୁ । ସବୁ ସ୍ଥାନରେ ମା ଓ ଶିଶୁମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ଯେଉଁ ଜାଗାରେ ପାଣି ଜମି ରହିଛି, ଲୋକଙ୍କ ଘର ଭାଙ୍ଗିଛି, ସେଠାରେ ଲୋକମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି ବୋଲି ସେ କହିଥିଲେ।

ପୋଲିସ୍ ଫୋର୍ସ ମଧ୍ୟ ସବୁ ଜାଗାରେ ମୁତୟନ ଅଛନ୍ତି । ସମୁଦାୟ ୧୫୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି । ଲୋକଙ୍କୁ ନେବା ଆଣିବାରେ ପୋଲିସ୍ ସହାୟତା ଯୋଗାଇଦେଉଛି । ଆଶ୍ରୟସ୍ଥଳୀ ଗୁଡିକୁ ସୁରକ୍ଷା ଯୋଗାଇଦେଉଛନ୍ତି। ପୋଲିସ ବାହିନୀର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ଭଲ କାମ କରିଛନ୍ତି। ସହାନୁଭୂତିଶିଳ ହୋଇ କାମ କରୁଛନ୍ତି। ଲୋକ ମାନେ ପୋଲିସର ମାନବୀୟ ରୂପ ଦେଖିବାକୁ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Previous Post

ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ରାଜ୍ୟର ଚାରି ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

Next Post

‘ଦାନା’ ଦେଇଗଲା ଅସୁମାରୀ ଦୁଃଖ:ଉଡ଼ାଇଲା ଛପର, ବୁଡ଼ାଇଲା ଦାନା

FNN WEB

FNN WEB

Next Post
‘ଦାନା’ ଦେଇଗଲା ଅସୁମାରୀ ଦୁଃଖ:ଉଡ଼ାଇଲା ଛପର, ବୁଡ଼ାଇଲା ଦାନା

‘ଦାନା’ ଦେଇଗଲା ଅସୁମାରୀ ଦୁଃଖ:ଉଡ଼ାଇଲା ଛପର, ବୁଡ଼ାଇଲା ଦାନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.