• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ଦାନା’ ଦେଇଗଲା ଅସୁମାରୀ ଦୁଃଖ:ଉଡ଼ାଇଲା ଛପର, ବୁଡ଼ାଇଲା ଦାନା

FNN WEB by FNN WEB
October 26, 2024
in ଓଡ଼ିଶା, ମୁଖ୍ୟ ଖବର
0
‘ଦାନା’ ଦେଇଗଲା ଅସୁମାରୀ ଦୁଃଖ:ଉଡ଼ାଇଲା ଛପର, ବୁଡ଼ାଇଲା ଦାନା
0
SHARES
2
VIEWS

ଭୁବନେଶ୍ବର: ଦାନା ବୁଡାଇଲା ବର୍ଷକର ଦାନାପାଣି । ଏବେ ଅସୁମାରୀ ଦୁଃଖରେ ଚାଷୀ । ବାଲେଶ୍ବରରୁ ଭଦ୍ରକ, କେନ୍ଦ୍ରାପଡାରୁ କେନ୍ଦୁଝର ସବୁଠି ବାତ୍ୟା ଜନିତ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ସେପଟେ କାଂଶବାଂଶ ନଦୀରେ ଜଳସ୍ତର ବଢ଼ି ଗାଁକୁ ପାଣି ପଶୁଛି । ବୁଢ଼ାବଳଙ୍ଗ ନଦୀରେ ବି ସମାନ ସ୍ଥିତି । ବାରିପଦା ସହରବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବାତ୍ୟା ଦାନା ଦେଇଯାଇଛି ଅସୁମାରୀ ଦୁଃଖ । ମୁଣ୍ଡରୁ ଉଡାଇ ନେଇଛି ଛପର । ବର୍ଷକର ଦାନାରେ ଭରିଦେଇଛି ପାଣି । ବାଲେଶ୍ବର ରେମୁଣା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲୋଟିଛି ସୁନାର ଫସଲ । ପରିବା କ୍ଷେତରେ ୬ ଫୁଟ ଉଚ୍ଚର ପାଣି । ହଳଦିଆ ପଡ଼ିଗଲାଣି ପତ୍ର । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଭୋଗରାଇ, ଜଳେଶ୍ବର ଓ ନୀଳଗିରି ବ୍ଲକରେ ବି ସମାନ ପରିସ୍ଥିତି । ସେପଟେ କାଂଶବାଂଶ ନଦୀର ଜଳସ୍ତର ବଢ଼ି ଅନେକ ଗାଁକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଗଣ୍ଡିବେଡ଼ ମାର୍କୋଣା ଆନନ୍ଦପୁର ନିକଟରେ ରାସ୍ତା ଉପରେ ଚାଲିଛି ପାଣି । ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ଖଇରା ଓ ଔପଦା ବ୍ଲକର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି l ବାଉରିପଦାର ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ବାତ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡ଼ି, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଆଦି ଅଞ୍ଚଳରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ଭାଙ୍ଗିଯାଇଛି ଘର, ଉଜୁଡି ଯାଇଛି ସୁନାର ଫସଲ । ବର୍ଷକ ଯାକର ପେଟପାଟଣା ଚିନ୍ତାରେ ଏବେ ଚାଷୀ । ସେପଟେ ଆରଡିରେ ଲଗାଣ ବର୍ଷା ଯୋଗୁଁ ଆଖଣ୍ଡଳମଣିଙ୍କ ରୋଷଶାଳା ଛାତରୁ ଖସିଛି ପ୍ଲାଷ୍ଟର ଖଣ୍ଡ । ଯାଜପୁର ବିଞ୍ଝାରପୁରରେ ବି ସୀମା ଲଂଘିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସମ୍ପୂର୍ଣ୍ଣ ଧାନ ଫସଲ । ହେଲେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନଥିବା ହୋଇଛି ଅଭିଯୋଗ । ବଡ଼ଚଣା ବ୍ଲକରେ ବି ଏକର ଏକର ବିରି ଫସଲ ସହ ପନିପରିବା ଚାଷ ହୋଇଛି ପ୍ରଭାବିତ ।

ବର୍ଷା ଓ ପବନ ଯୋଗୁଁ କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି ଭାଙ୍ଗି ଯାଇଛି । ହାଟଡ଼ିହି ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଓ ଶିମିଳିପାଳ ଜଙ୍ଗଲରେ ବର୍ଷା ଲାଗି ରହିଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତରକୁ ଲକ୍ଷ କରି ବାରିପଦା ସହରର ତଳି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପରିଷଦ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ ହୋଇଛି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହିତ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭିତରକନିକା ହବାଳିଖଟିରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ ଗୁଡ଼ିକ ଭାଙ୍ଗି ଛାରଖାର ହୋଇଯାଇଛି । ୪ଦିନ ହେବ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ରାଜନଗର ଅନ୍ଧାରରେ ରହିଛି । ସାତଭାୟାର ବଗପାଟିଆ, ଚାରିଘରିଆର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭାରତୀୟ ନୌସେନା ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ବଗପାଟିଆ ଓ ଚାରିଘରିଆ ଗାଁରେ ପହଁଞ୍ଚି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଥିବା ବେଳେ ବାତ୍ୟା ପରିଚାଳନାରେ ସରକାର ଫେଲ୍ ମାରିଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି । ତୁରନ୍ତ ବାତ୍ୟା ବିପନ୍ନଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଯେଉଁ କର୍ମଚାରୀମାନେ ଦିନରାତି ଏକ କରି ବାତ୍ୟା ସମୟରେ ଲୋକମାନଙ୍କ ପାଇଁ କାମ କରୁଥିଲେ ସେଇମାନଙ୍କୁ ନିଲମ୍ବିତ କରି ସରକାର କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Previous Post

ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ – ମୁଖ୍ୟମନ୍ତ୍ରୀ

Next Post

ବାତ୍ୟାଜନିତ କୃଷି କ୍ଷୟକ୍ଷତି ସମୀକ୍ଷାର ପ୍ରାଥମିକ ରିପୋର୍ଟ: ‘ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ’

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.