• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟ ସରକାର ବାତ୍ୟା ‘ଦାନା’ର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

FNN WEB by FNN WEB
October 26, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟ ସରକାର ବାତ୍ୟା ‘ଦାନା’ର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି
0
SHARES
3
VIEWS

ଭୁବନେଶ୍ୱର : ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା। ଅତିକମ୍‌ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ। ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି, ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ଦାବି କରୁଥିଲା ବେଳେ ଏହି ତଥ୍ୟର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାତ୍ୟାର ପୂର୍ବ ମୁହୂର୍ତ୍ତ, ଏପରିକି ବାତ୍ୟା ପରେ ମଧ୍ୟ କିଛି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି। ତାଛଡ଼ା ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି।

ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା ଏବଂ ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସୂଚନା ଥିଲେ ମଧ୍ୟ ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଥିଲେ। ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ଦିଆଯାଉଥିଲା, କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା, ଯାହା ବିଶେଷଜ୍ଞଙ୍କ ମତରେ ବହୁତ ଅଧିକ ଓ ଚିନ୍ତାଜନକ ନୁହେଁ। ଏସବୁ ସତ୍ତେ୍ୱ ସରକାର ନିଜ ପିଠି ଥାପୁଡେ଼ଇବାରେ ବ୍ୟସ୍ତ ଅଛନ୍ତି। ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର ଅଛନ୍ତି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ବିଜୁ ଜନତା ଦଳ ଦାବି କରୁଛି ଯେ, ବାତ୍ୟା ଦାନା ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ଯେଉଁଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ କେତେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯାଇଥିଲା ଇତ୍ୟାଦିର ତଥ୍ୟ ପ୍ରଦାନ କରନ୍ତୁ ବୋଲି ଡଃ ସାମନ୍ତସିଂହାର କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ, ରାଜ୍ୟରେ ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହୋଇଥିଲା। ରାଜ୍ୟରେ ଓଡ୍ରାଫ ଗଠନ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ କରାଯାଇଥିଲା । ୨୦୦୦ ମସିହାରେ, ରାଜ୍ୟରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ନଥିଲା। ଏହି ଆଶ୍ରୟସ୍ଥଳ ଗୁଡିକର ପୁନଃରୁଦ୍ଧାର ସହିତ ନୂତନ ଓ ଅତ୍ୟାଧୁନିକ ଆଶ୍ରୟସ୍ଥଳମାନ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଇଥିଲା

୨୦୨୪ ମସିହା ବେଳକୁ ରାଜ୍ୟରେ ୯୦୦ରୁ ଅଧିକ ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅନୂନ୍ୟ ୪୫୦ଟି ଆଶ୍ରୟ ସ୍ଥଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲା। ସେହିପରି, ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ବାତ୍ୟାର ପୂର୍ବାନୁମାନ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା। କରାଯାଇଥିଲା। ତାଛଡା, ବାତ୍ୟା ପରିଚାଳନା ପାଇଁ ଆବଶ୍ୟକ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ସଠିକ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବାତ୍ୟାର ସଠିକ ମୁକାବିଲା ଓ ପରିଚାଳନା ପାଇଁ ଏକ ଏସଓପି ସ୍ଥିର କରାଯାଇଥିଲା। ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟବସ୍ଥା ଯେ କୌଣସି ବଡ଼ ବାତ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ, ଯାହା ଅତୀତରେ ଅନେକ ବାତ୍ୟା ସମୟରେ ପ୍ରମାଣିତ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ସଫଳ ବାତ୍ୟା ପରିଚାଳନା ପାଇଁ ଓଡିଶା ରାଜ୍ୟ ତଥା ଦେଶ ବାହାରେ, ଏପରିକି ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଶଂସିତ ହୋଇଛି । ଏଭଳି ଏକ ସୁଦୃଢ଼ ବ୍ୟବସ୍ଥା ଥିବା ସତ୍ତେ୍ୱ ରାଜ୍ୟ ବିଜେପି ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବାତ୍ୟା ଦାନାର ପରିଚାଳନାରେ ବିଫଳ ହେବା ଦୁଃଖଦାୟକ ବୋଲି ଡଃ ସାମନ୍ତସିଂହାର କହିଥିଲେ।

ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରିଭ୍ୟୁ କରିବା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ, କିନ୍ତୁ ଏହି ରିଭ୍ୟୁ ସମୟରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ ନକରି କେବଳ ଦଳୀୟ ଲୋକଙ୍କୁ ଧରି ରିଭ୍ୟୁ କରୁଥିବା ଦେଖାଯାଇଥିଲା। ବାଲେଶ୍ୱରର ଭୋଗରାଇ ଓ କେନ୍ଦ୍ରାପଡ଼ାରେ ରିଭ୍ୟୁ ସମୟରେ ଏପରି ହୋଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବୋଲି ଡଃ ସାମନ୍ତସିଂହାର କହିଥିଲେ।

Previous Post

ବାତ୍ୟାଜନିତ କୃଷି କ୍ଷୟକ୍ଷତି ସମୀକ୍ଷାର ପ୍ରାଥମିକ ରିପୋର୍ଟ: ‘ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ’

Next Post

ବାତ୍ୟା ‘ଦାନା’ ପରେ କୃତ୍ରିମ ବନ୍ୟା ସୃଷ୍ଟି କଲା ଲଗାଣ ବର୍ଷା

FNN WEB

FNN WEB

Next Post
ବାତ୍ୟା ‘ଦାନା’ ପରେ କୃତ୍ରିମ ବନ୍ୟା ସୃଷ୍ଟି କଲା ଲଗାଣ ବର୍ଷା

ବାତ୍ୟା ‘ଦାନା’ ପରେ କୃତ୍ରିମ ବନ୍ୟା ସୃଷ୍ଟି କଲା ଲଗାଣ ବର୍ଷା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.