• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର

FNN WEB by FNN WEB
November 19, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର
0
SHARES
3
VIEWS

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଫ୍ଲାଟ୍‌। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଛନ୍ତି।ଆଜି ମୋଟ୍‌ ୧୧୬ ହିତାଧିକାରୀ ଆବଣ୍ଟନ ପତ୍ର ବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ଏଏଚପି ପାଇଁ ୪୭, ନୀଳମାଧବ ଆବାସ ଏଏଚପି ପାଇଁ ୩୬ ଓ ସୁବୁଦ୍ଧିପୁର ବରୁଣେଇ ଏନକ୍ଲେଭ ଏଏଚପି ପାଇଁ ୨୮ ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ରାଜଧାନୀରେ ଘର ମାଲିକ ହେବା ଅନେକଙ୍କ ପାଇଁ ସ୍ୱପ୍ନ। ବିଡିଏର ସୁଲଭ ଆବାସ ଯୋଜନା ମାଧ୍ୟମରେ ଆମେ ସହରାଞ୍ଚଳ ଗରିବଙ୍କୁ ଆଶ୍ରୟ ଦେବା ସହ କେବଳ ବାସଗୃହ ନୁହେଁ ବରଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପ୍ରକଳ୍ପଗୁଡ଼ିକ ଉନ୍ନତ ଜୀବନଯାପନ ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ମୌଳିକ ସୁବିଧା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ, ଲଟେରୀ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛ ଭାବରେ ଗୃହ ଆବଣ୍ଟନ କରାଯାଇଥିଲା। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଡିଏର ବରିଷ୍ଠ ଅଧିକାରୀ ଓ ଓଏମ୍‌ସିର ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖରପୁର ମୌଜାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଛି। ସେଥିରୁ ୮୨୦ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିଛି। ଏଠାରେ ଅଦ୍ୟାବଧି ୬୯୦ଟି ଘରର ଆବଣ୍ଟନ ହୋଇସାରିଛି। ଆଜି ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର ଆବଣ୍ଟନ କରାଯାଇଛି। ଅବଶିଷ୍ଟ ୧୮୬୩ ଗୃହ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ। କେୟାର ହସ୍ପିଟାଲ ନିକଟସ୍ଥ ନୀଳମାଧବ ବସ୍ତିରେ ୮.୧୮ ଡେସିମିଲ୍ ଜାଗାରେ ୧୨୦୦ଟି ଗୃହ ନିର୍ମାଣ କରାଯିବ ପାଇଁ ଯୋଜନା ରଖାଯାଇଛି। ଏଥିରୁ ୯୬୦ଟି ଗୃହର କାର୍ଯ୍ୟ ଶେଷ ହୋଇଛି। ୫୦୭ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇଛି। ଆଜି ଏଠାରେ ୩୬ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇପାରିଛି। ଅବଶିଷ୍ଟ ୬୫୭ଟି ପରିବାରକୁ ପର୍ଯ୍ୟାୟ କ୍ରମେ ଘର ଯୋଗାଇ ଦିଆଯିବ।

ସୁବୁଧିପୁରଠାରେ ବରୁଣେଇ ଏନକ୍ଲେଭ୍‌ରେ ମୋଟ ୩୪୨ଟି ଘର ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ସମସ୍ତ ୩୪୨ଟି ଘରର ନିର୍ମାଣ ହୋଇସାରିଛି। ଆଜି ୨୮ଟି ଯୋଗ୍ୟ ପରିବାରକୁ ଏଠାରେ ଗୃହ ଯୋଗାଇ ଦିଆଯିବ। ବଳକା ୧୩୫ଟି ଗୃହକୁ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ।
ସେହିଭଳି ସତ୍ୟନଗରଠାରେ ଥିବା ଶାନ୍ତିପଲ୍ଲୀ ବସ୍ତିକୁ ୧୦ ଏକର ଜାଗାରେ ପୁନଃ ନିର୍ମାଣ କରାଯାଇ ୧୩୦୦ଟି ଗୃହ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅଦ୍ୟାବଧି ଏଠାରେ ୫୬୦ଟି ଗୃହର କାର୍ଯ୍ୟ ଶେଷ ହୋଇସାରିଛି। ୪୫୧ଟି ଯୋଗ୍ୟ ପରିବାରକୁ ଗୃହ ଆବଣ୍ଟନ କରାଯାଇଛି। ଆଜି ୩ଟି ପରିବାରକୁ ଏହି କେଶରୀ ରେସିଡେନ୍ସିରେ ଘର ଆବଣ୍ଟନ କରାଯାଇଛି। ଅବଶିଷ୍ଟ ୮୪୬ ପରିବାରକୁ ପର୍ଯ୍ୟାୟ କ୍ରମେ ଗୃହ ଆବଣ୍ଟନ କରାଯିବ।

Previous Post

ବାଲିଯାତ୍ରାରେ ଭାରତ ମସଲାର ଲକି ଡ୍ର

Next Post

ଆସିଲା ଏକଜିଟ୍‌ ପୋଲ୍: ଝାଡ଼ଖଣ୍ଡରେ କଡ଼ା ଟକ୍କାର, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ପାଇଁ ଖୁସି ଖବର…

FNN WEB

FNN WEB

Next Post
ଆସିଲା ଏକଜିଟ୍‌ ପୋଲ୍: ଝାଡ଼ଖଣ୍ଡରେ କଡ଼ା ଟକ୍କାର, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ପାଇଁ ଖୁସି ଖବର…

ଆସିଲା ଏକଜିଟ୍‌ ପୋଲ୍: ଝାଡ଼ଖଣ୍ଡରେ କଡ଼ା ଟକ୍କାର, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ପାଇଁ ଖୁସି ଖବର…

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.