କଟକ:ଭାରତ ମସଲା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋଟିଏ ମସଲା କିଣି ଗୋଟିଏ ଫ୍ରି ରେ ପାଇବା ସ୍କିମ ଜାରି ରହିଛି । ଏହା ସହ ମାତ୍ର ୨୫୦ ଟଙ୍କାରେ ମସଲା କିଣି ସୁନିଶ୍ଚିତ ଉପହାର ମଧ୍ଯ ଗ୍ରାହକ ପାଇପାରୁଛନ୍ତି । କେବଳ ସେତିକି ନୁହେଁ ସୁନିଶ୍ଚିତ ଉପହାର ସହ ଗୋଟିଏ ଲକି ଡ୍ର କୁପନ ପାଇବାକୁ ସକ୍ଷମ ହେଉଛି ଜଣେ ଗ୍ରାହକ। ଯାହାକି ଜଣେ ଗ୍ରାହକଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ଦୁଇଦିନ ମଧ୍ଯରେ ବାଲି ଯାତ୍ରାରୁ ମସଲା କ୍ରୟ କରି କୁପନ ହାସଲ କରିଥିବା ଭାଗ୍ୟଶାଳୀ ବିଜେତା ମାନଙ୍କୁ ନେଇ ଆଜି ଭାରତ ମସଲା ପକ୍ଷରୁ ତଳ ପଡିଆରେ ଥିବା ନିଜସ୍ବ ଷ୍ଟଲରେ ଏକ ଲକି ଡ୍ର କାର୍ଯ୍ୟକ୍ରମକୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଉଦଘାଟନ କରିଥିଲେ । ଉପସ୍ଥିତ କୁପନ ଧାରୀ ମାନେ ଲକି ଡ୍ର ବାକ୍ସ ମଧ୍ଯରୁ କୁପନ ଟିଏ କାଢ଼ି ଭାଗ୍ୟଶାଳୀ ବିଜେତା ମାନଙ୍କ ନାମ, କ୍ରମିକ ନମ୍ବର ଓ ମୋବାଇଲ ନମ୍ବରକୁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ । ୧୭ ତାରିଖରେ ଲକି ଡ୍ରର ଭାଗ୍ୟଶାଳୀ ପ୍ରଥମ ବିଜେତା ଭୁବନେଶ୍ଵର ପଟିଆର ଅଜିତ କୁମାର ବେହେରାଙ୍କୁ ମାଇକ୍ରୋ ଓଭାନ୍, ୨ୟ ବିଜେତା ପାରାଦ୍ଵୀପ କୁଜଙ୍ଗ ର ଜ୍ୟୋତ୍ସ୍ନା ନାଥ ଙ୍କୁ ରେସିଙ୍ଗ ବାଇ ସାଇକେଲ,| ୩ୟ ବିଜେତା ଯାଯପୁର ସୁଜନ ପୁରର ରଶ୍ମିରେଖା ମହାନ୍ତି ଙ୍କୁ ନନ୍ ଷ୍ଟିକ୍ ୟୁଟେନ୍ସିଲ୍ ସେଟ୍, ୪ର୍ଥ ବିଜେତା କଟକ ସୈନ୍ଧା ବାଲିସାହିର ରାଜ କିଶୋର ସାହୁଙ୍କୁ ନନ୍ ଷ୍ଟିକ୍ ପାନ୍ କୁ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଣ୍ଡା ପ୍ରଦାନ କରିଥଲେ। ସେହିପରି ୧୬ ତାରିଖର ଭାଗ୍ୟଶାଳୀ ପ୍ରଥମ ବିଜେତା ଭାବେ କଳ୍ପନା ଛକର ସୁନୀଲ କୁମାର ବେହେରା ମାକ୍ରୋ ଓଭାନ, ୨ୟ ବିଜେତା ଭୁବନେଶ୍ଵର ନୟାପଲ୍ଲୀ ର ମାନସ ଭୋଇ ରେସୀଙ୍ଗ ବାଇ ସାଇକେଲ,୩ ୟ ବିଜେତା ଖୋର୍ଦ୍ଧା ବେଜପୁର ର ପ୍ରମୋଦ ସାମନ୍ତରାୟ ନନ୍ ଷ୍ଟିକ୍ ୟୁଟେଂଶିଲ ସେଟ୍, ୪ର୍ଥ ବିଜେତା ବଡମ୍ବା ନରସିଂହ ପୁର ର ଚିତ୍ତ ରଞ୍ଜନ ସାହୁ ନନ୍ ଷ୍ଟିକ୍ ପାନ୍ ଜିତି ପ୍ରାଇଜ୍ ଜିତି ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜୀଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ପି ଆର ଓ ଏସଏନ ମିଲେନିୟମ ଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।