କଟକ:ଭାରତ ମସଲା କେବଳ ବ୍ୟବସାୟ କରିବା ପାଇଁ ବାଲିଯାତ୍ରାରେ ତାର ଷ୍ଟଲ୍ ଖୋଲି ନାହିଁ ବରଂ ଲାଭ କ୍ଷତି ର ଉପରକୁ ଯାଇ ଗ୍ରାହକ ମାନଙ୍କୁ ଯେଉଁ ମନୋରଞ୍ଜନର ଖୋରାକ ଯୋଗାଇଛି ତାହା ବାସ୍ତବିକ ପୂର୍ବ ଭାରତର ଏହି ମେଳାର ଗୁରୁତ୍ଵ ବଢ଼ାଇଦେଉଛୁ ବୋଲି ବାରବାଟୀ କଟକର ବିଧାୟିକା ଶୋଫିଆ ଫିର୍ଦ୍ଦୋଷ ଷ୍ଟଲ୍ ବୁଲି ଦେଖିବା ଅବସରରେ କହିଛନ୍ତି।ବାଲିଯାତ୍ରାର ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟିକା ଉପରୋକ୍ତ ମତ ରଖିବା ସହ ଲକି ବିଜେତା ମାନଙ୍କୁ ପୁରସ୍କୃତ କରିଛନ୍ତି। ଏଥିରେ ଅନ୍ୟତମ ଅତିଥି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଭାରତ ମସଲା ତାର ମାନର ଗୁଣବତ୍ତା,ପରିମାଣ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବାସହ ଦୀର୍ଘ ୨୫ ବର୍ଷ ଧରି ଆମେ ବାଲିଯାତ୍ରା ପଡିଆକୁ ସମ୍ପର୍କ ଯୋଡ଼ିବାକୁ ଆସିଥାଉ ଯାହା ଭାରତ ମସଲାକୁ ଆଜି ସୁଦୂର ମଫସଲରୁ ଦେଶ ବିଦେଶରେ ପହଞ୍ଚାଇ ପାରିଛି ବୋଲି କହିଥିଲେ।
ଏହି ଅବସରରେ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଆଜି ଶେଷ ଦିବସର ଲକି ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା ।ଭାଗ୍ୟଶାଳୀ ପ୍ରଥମ ବିଜେତା ଭାବେ କଟକ ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ଯିଏକି ପୁରସ୍କାର ସ୍ୱରୂପ ମାଇକ୍ରୋ ଓଭାନ, ଦ୍ଵିତୀୟ ହେଲେ ଭଦ୍ରକ ବାସୁଦେବ ପୁରର ପ୍ରୀୟମ ଜ୍ୟୋତି ଜେନା ଯିଏକି ରେସିଂ ବାଇ ସାଇକେଲ, ତୃତୀୟ ବିଜେତା ହେଲେ ଢେଙ୍କାନାଳ କଡକପ୍ରସାଦ ର ସୌମ୍ୟ ରଞ୍ଜନ ମହାନ୍ତି ଯିଏକି ବାଉଲ୍ ସେଟ୍ , ଚତୁର୍ଥ ବିଜେତା ଭାବେ ଭୁବନେଶ୍ଵରର ପିଙ୍କି ଜେନା ଯିଏକି ଫ୍ରାୟିଂ ପାନ୍ ପାଇ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଆଜିର ଏହି ଲକି ଡ୍ର ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଭାବେ ବିଧାୟିକା ସୋଫିୟା ଲକି ବିଜେତା ପୁରସ୍କାର ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା,ଆଶୁତୋଷ ପଣ୍ଡା, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜୀଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ପିଆରଓ ଏସଏନ ମିଲେନିୟମ ଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।