• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼

FNN WEB by FNN WEB
November 23, 2024
in ଜାତୀୟ, ମୁଖ୍ୟ ଖବର
0
ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼
0
SHARES
14
VIEWS

ଭୁବନେଶ୍ବର: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଶେଷ ହୋଇଛି। ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା। ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍। ସେହିପରି ମହାରାଷ୍ଟ୍ରରେ ମହାୟୁତିର ମହା ବିଜୟ ହେୋଇଛି। । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କରିଛି।

ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର । ମହାମେଣ୍ଟର ମହାବିଜୟ । ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ଏନଡିଏ ଖାତାରେ ପଡିଛି ୨୪ ଆସନ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ହେମନ୍ତ ସୋରେନ । ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍ ବି ଗାଣ୍ଡେରୁ ଜିତିଛନ୍ତି। ବିଜୟର ଶ୍ରେୟ ପତ୍ନୀ କଳ୍ପନା ଓ ଟିମକୁ ଦେଇଛନ୍ତି ହେମନ୍ତ । ସେପଟେ ଜନମତକୁ ସ୍ୱୀକାର କରିଛି ବିଜେପି । ଇଭିଏମ୍ ପେଡ଼ି ଖୋଲିବା ପରଠୁ ବିଭିନ୍ନ ବିଧାନସଭା ସିଟରେ ଆଗରେ ରହିଥିଲେ ମହାମେଣ୍ଟ ପ୍ରାର୍ଥୀ । ରେଜଲ୍ଟ ଆସିବା ସହ ରାଞ୍ଚି ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍ । ବରହେଟରୁ ହେମନ୍ତ ସୋରେନ, ଗାଣ୍ଡେରୁ ପତ୍ନୀ କଳ୍ପନା ସୋରେନ୍ ଜିତିଛନ୍ତି। ସଢ଼େଇକଳାରୁ ପୁଣି ଥରେ ବିଧାୟକ ହୋଇଛନ୍ତି ଜେଏମଏମ୍ ଛାଡି ବିଜେପି କ୍ୟାମ୍ପ ଆସିଥିବା ଭେଟେରାନ୍ ଚମ୍ପାଇ ସୋରେନ୍ । ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଜାମସେଦରପୁର ଇଷ୍ଟରୁ କଂଗ୍ରେସ ନେତା ଅଜୟ କୁମାରଙ୍କୁ ମାତ ଦେଇଛନ୍ତି । ହେମନ୍ତ ସୋରେନ୍ ବିଜୟର ଶ୍ରେୟ ପତ୍ନୀ କଳ୍ପନା ସୋରେନ ଓ ଟିମକୁ ଦେଇଛନ୍ତି ।କଳ୍ପନା କହିଛନ୍ତି, ଜନତା ବିକାଶର ରାସ୍ତାକୁ ବାଛିଛନ୍ତି । ଝାଡ଼ଖଣ୍ଡରେ ଜନତାଙ୍କ ସରକାର ହେବ। ଚଳିତ ନିର୍ବାଚନରେ ଝାଡ଼ଖଣ୍ଡ ଦେଖିଥିଲା ବିଗ୍ ଫାଇଟ୍। କ୍ଷମତା ବଜାୟ ରଖିବାକୁ ପୂରା ଦମ୍ ଖଟାଇଥିଲେ ହେମନ୍ତ। ସେପଟେ ମହାମେଣ୍ଟ ହାତକୁ ଶାସନ ଡୋରି ଛଡ଼ାଇ ଆଣିବାକୁ ବିଜେପି ବଡ଼ ବ୍ଲୁ ପ୍ରିଣ୍ଟ କରିଥିଲା । ବିଜେପିର ରୋଟି, ବେଟି ଓ ମାଟି ମୁଦ୍ଦା ଝାଡ଼ଖଣ୍ଡ ଦଖଲ ଅଭିଯାନକୁ ଫାଇଦା ଦେଲାନି । ହେମନ୍ତଙ୍କ ବିଜୟରେ ବଡ଼ ଶ୍ରେୟ ମହିଳା ଭୋଟରଙ୍କୁ ଯାଇଥିବା କୁହାଯାଉଛି । ସ୍କୁଲ ଛାତ୍ରୀଙ୍କୁ ସାଇକେଲ୍, ଗୋଟିଏ ସନ୍ତାନର ଜନନୀଙ୍କୁ ଆର୍ଥିକ ସହାୟତା, ବେରୋଜଗାର ମହିଳାକୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଥିଲା ଜେଏମଏମ୍ । ତେବେ ମ୍ୟାଜିକ୍ ଭଳି କାମ କଲା ମୈୟା ସମ୍ମାନ ଯୋଜନା । ଯେଉଁଥିରେ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ ହେମନ୍ତ । ଏହି ସ୍କିମ ଝାଡ଼ଖଣ୍ଡର ଆଦିବାସୀ ବହୁଳ ଭୋଟରଙ୍କୁ ଛୁଇଁଥିବା କୁହାଯାଉଛି। ସେପଟେ ଜନମତକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଚମ୍ପାଇ ସୋରେନ୍ ।

ସେହିପରି ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୨୯ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୩ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ବାଜିମାତ୍ ପରେ, ଚାରିଆଡ଼େ ଜୋରଦାର ସେଲିବ୍ରେସନ୍ । କର୍ମୀଙ୍କ ଠୁ ଟପ୍ ନେତା, ସମସ୍ତେ ଉତ୍ସାହିତ, ଉଲ୍ଲସିତ । ମହାବିଜୟ ପରେ ପରସ୍ପରକୁ ମିଠା ଖୁଆଇଛନ୍ତି ମହାୟୁତି ମେଣ୍ଟର ୩ ଟପ୍ ନେତା ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡ଼ନାଭିସ୍ ଓ ଅଜିତ ପାୱାର । ତେବେ ବିଜେପି ଶିବିରରେ ଖୁସି କାହିଁରେ କେତେ । କାରଣ ଏଥର ମହାରାଷ୍ଟ୍ରରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି ପଦ୍ମ । ସେଇ ଖୁସିରେ ଫଡ଼ନାଭିସ୍ ନିଜେ କେଉଁଠି ଗଦା ଉଞ୍ଚାଇଲେ, କେଉଁଠି ଜିଲାପି ଛାଣିଲେ। ଏଥିସହ ସୋସିଆଲ ମିଡିଆରେ ଲେଖିଛନ୍ତି- ‘ଏକ୍ ହୈ ତୋ ସେଫ୍ ହୈ’… ‘ମୋଦି ହୈ ତୋ ମୁମକିନ୍ ହୈ’ । ଆଜିର ଐତିହାସିକ ସଫଳତା ସହ, ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ୍ ଦଳ ଭାବେ କ୍ଷମତା ଜାହିର କରିଛି ବିଜେପି । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ।

ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା । କିଏ ହେବ ‘ମହା’ ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । ସେ ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଦାବି କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ହୋର୍ଡିଂ ଲଗାଇଲେଣି ତାଙ୍କ ସମର୍ଥକ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ। ତେବେ ପ୍ରତିକ୍ରିୟାରେ ଫଡ଼ନାଭିସ୍ କହିଛନ୍ତି- ମୁଁ ଆଜିର ଅଭିମନ୍ୟୁ। କେମିତି ଚକ୍ରବ୍ୟୁହ ଭଙ୍ଗାଯାଏ, ମୋତେ ଜଣା । ଆଜିର ବିଜୟ ଟିମର ବିଜୟ । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଦ୍ବନ୍ଦ୍ବ ନାହିଁ । ୩ ଦଳର ନେତା ଏହି ନିଷ୍ପତ୍ତି ନେବେ ଏବଂ ତାହା ସର୍ବମାନ୍ୟ ହେବ ।

Previous Post

ଭାରତ ମସଲା ଷ୍ଟଲ୍ ରେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ

Next Post

ମହାରାଷ୍ଟ୍ରରେ ବିଶ୍ବାସଘାତକତାର ପରାଜୟ ହୋଇଛି : ମୋଦୀ

FNN WEB

FNN WEB

Next Post
ମହାରାଷ୍ଟ୍ରରେ ବିଶ୍ବାସଘାତକତାର ପରାଜୟ ହୋଇଛି : ମୋଦୀ

ମହାରାଷ୍ଟ୍ରରେ ବିଶ୍ବାସଘାତକତାର ପରାଜୟ ହୋଇଛି : ମୋଦୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.