• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

FNN WEB by FNN WEB
November 29, 2024
in ଓଡ଼ିଶା, ମୁଖ୍ୟ ଖବର
0
୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ
0
SHARES
2
VIEWS

ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଆକ୍ସନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କଡ଼ାସୁରକ୍ଷା ବଳୟ ମଧ୍ୟରେ ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଉଦଘାଟନ କରିଛନ୍ତି । ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ପୁଲିସ ଡିଜି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନେଭନସନ୍ ସେଂଟରଠାରେ ଆଜିଠୁ ୩ଦିନିଆ ପୁଲିସ ଡିଜି ସମ୍ମିଳନୀ ଆରମ୍ଭ ହୋଇଛି । ଆଜି ଏହି ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୁଲିସ ଡିଜି, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି । ଏହାସହିତ ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ଭର୍ଚୁଆଲ ମୋଡରେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଆଜି ଉଦଘାଟନୀ ସମାରୋହ ପରେ ଅନୁଷ୍ଠିତ ଆଲୋଚନା ଶ୍ରୀ ଡୋଭାଲଙ୍କ ସମେତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀମାନେ ଓ କେନ୍ଦ୍ର ଗୃହ ସଚିବ ଉପସ୍ଥିତ ଥିଲେ ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଗୁଇନ୍ଦା ବ୍ୟୁରୋ(ଆଇବି)ର ଦକ୍ଷ ୃଫିସରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ମେଡାଲରେ ସମ୍ମାନିତ କରିଥିଲେ । ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପୁସ୍ତକ ‘ର‌୍ୟାଙ୍କିଙ୍ଗ ଅଫ ପୁଲିସ ଷ୍ଟେସନ-୨୦୨୪’ର ଉନ୍ମୋଚନ କରିବା ସହ ଦେଶର ୩ଟି ଶ୍ରେଷ୍ଠ ପୁଲିସ ଥାନାକୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର ପୁଲିସ ଥାନାକୁ ମଧ୍ୟ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କଠୁ ଆଜି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏହି ସମ୍ମାନଜନକ ଟ୍ରଫି ଓ ସାର୍ଟଫିକେଟ ଗ୍ରହଣ କରିଛନ୍ତି।

ଉଦଘାଟନୀ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଦେଶରେ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବା ଓ ୩ଟି ନୂଆ ଅପରାଧ ଆଇନକୁ କାର୍ଯ୍ୟକାରୀ କରିଥିବାରୁ ପୁଲିସ ବାହିନୀକୁ ପ୍ରଶଂସା କରିଥିଲେ। ଶାହ କହିଥିଲେ ଯେ, ଏହି ୩ଟି ନୂଆ ଅପରାଧ ଆଇନ ଯାହାକି ଭାରତର ଅପରାଧିକ ନ୍ୟାୟ ପ୍ରଣାଳୀ ଭାବେ ପରିଚିତ ଓ ଏହା ପୂର୍ବରୁ ଦଣ୍ଡଆଧାରିତ ଥିବାବେଳେ ଏବେ ନ୍ୟାୟକେନ୍ଦ୍ରିତ ହୋଇଛି । ଏହି ନୂଆ ଆଇନର ମୂଳ ଭାବନା ଭାରତୀୟ ପରମ୍ପରା ଦ୍ୱାରା ପ୍ରେରିତ । ୨୦୪୭ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ତଥା ୨୦୨୭ ସୁଦ୍ଧା ଦେଶର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ସଂସ୍ଥାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ପୂର୍ବାଂଚଳର ସୀମାରେ ସୁରକ୍ଷା ଚ୍ୟାଲେଞ୍ଜ, ଇମିଗ୍ରେସନ୍ ଓ ଅର୍ବାନ ପୁଲିସିଂର ଟେଣ୍ଡ୍ରସ ୍‌ଭଳି ପ୍ରସଙ୍ଗ ଉପରେ ଧ୍ୟାନକେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

ସୂଚନା ଅନୁସାରେ, ସମ୍ମିଳନୀର ଦ୍ୱିତୀୟ ଓ ତୃତୀୟ ଦିନରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱଙ୍କ ସହ ଏବେ ଉଭା ହେଉଥିବା ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ । ଯେଉଁଥିରେ ନକ୍ସଲ ସମସ୍ୟା, ଉପକୂଳ ସୁରକ୍ଷା, ନାରକୋଟିକ୍ସ, ସାଇବର ଅପରାଧ, ଆର୍ଥିକ ସୁରକ୍ଷା ଭଳି ପ୍ରସଙ୍ଗ ସାମିଲ ରହିଛି । ଏହାସହିତ ୩ଟି ନୂଆ ଅପରାଧ ଆଇନର କାର୍ଯ୍ୟକାରିତାର ସ୍ଥିତି ଓ ପୁଲିସ ସହ ଜଡ଼ିତ ବେଷ୍ଟ ପ୍ରାକ୍ଟିସର ମଧ୍ୟ ସମୀକ୍ଷା କରାଯିବ । ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓ ପରଦିନ ଦୁଇଦିନ ଧରି ଏହି ପୁଲିସ ଡିଜି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି ।

Previous Post

ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

Next Post

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର

FNN WEB

FNN WEB

Next Post
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.