• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର

FNN WEB by FNN WEB
November 29, 2024
in ଓଡ଼ିଶା, ମୁଖ୍ୟ ଖବର
0
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର
0
SHARES
0
VIEWS

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ବିଧାୟକ, ସାଂସଦ,ମନ୍ତ୍ରୀ ଓ ପଦାଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଲେ,ଆଉ ସମସ୍ତଙ୍କ ସହ ମିଶି ଡିନର (ରାତ୍ରିଭୋଜନ) ବି କଲେ । ବେଶ୍ ହାଲକା ଓ ସହଜ ଢଙ୍ଗରେ ଦଳୀୟ ନେତାମାନଙ୍କ ସହ କଥା ହେଲେ । ସମସ୍ତଙ୍କ ସୁଖଦୁଃଖ ପଚାରି ବୁଝିଲେ । ଆଉ ସାର୍ବଜନୀନ ଜୀବନରେ ରହିବା ପାଇଁ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମୟ ବିତାଇବାପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ବିଜେପି ନେତା-ମନ୍ତ୍ରୀମାନେ ।

ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ଦଳର ବିଧାୟକ,ସାଂସଦ,ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହ ସମୟ ବିତାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାତ୍ରିଭୋଜନ କରି ରାଜଭବନ ଫେରିଯାଇଛନ୍ତି । ପୁଲିସ ଡିଜି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ପଦାଧିକାରୀ,ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି । କର୍ମକର୍ତ୍ତାଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ । ନିଜ ମନକଥା କହିବା ସହ ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ବିଜେପିର ସରକାର ଆସିଥିବାରୁ ଦଳୀୟ ପଦାଧିକାରୀ ଓ ନେତାମାନଙ୍କ ସହ ସମୟ ବିତାଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉତ୍ସାହିତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

ମୋଦିଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ସୁଖଦୁଃଖ ପଚାରି ବୁଝିଲେ । ଆମ ନିମନ୍ତ୍ରଣ ରକ୍ଷା କରି ଆମମାନଙ୍କ ସହ ରାତ୍ରିଭୋଜନ କରିବାକୁ ଆସିଥିଲେ । କୌଣସି ସେଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇନି ।

ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅତ୍ୟନ୍ତ ସାଧାରଣ ଭାବେ କଥାବାର୍ତ୍ତା ହୋଇଥିଲୁ । ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ସହ ପଦେକଥା ହେଲେ ଆତ୍ମସନ୍ତୋଷ ମିଳେ । ଅନେକ କଥା ଜାଣିବାକୁ ମିଳେ,ଶିଖିବାକୁ ମିଳିଲା । ଲୋକଙ୍କ ବିଶ୍ୱାସଭାଜନ ହେଲେ ଦୀର୍ଘବର୍ଷ ଧରି ସରକାରରେ ରହିହେବ ଓ ସେଥିପାଇଁ କ’ଣ କରିବା ଦରକାର ତାହା ଉପରେ ଚର୍ଚ୍ଚା ହେଲା । ରିଲାକ୍ସ ମୁଡରେ କଥାବାର୍ତ୍ତା ହେଲେ । ସାର୍ବଜନୀନ ଜୀବନରେ ଆଚରଣ-ଉଚ୍ଚାରଣ କିଭଳି ହେବା ଦରକାର ସେସମ୍ପର୍କରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି ।

କଂଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଥିଲେ ଯେ, ଲୋକଙ୍କ ପାଇଁ କିଭଳି କାମ କରିବାକୁ ହୁଏ ସେବିଷୟରେ ପ୍ରଧାନମନ୍ତ୍ରୀ କହିଲେ । ଜଣେ ଦଳୀୟ କର୍ମକର୍ତ୍ତା ଭଳି ଆମମାନଙ୍କ ସହ ମିଶିଲେ । ସୁଖଦୁଃଖ ପଚାରିଲେ । ନିଜ କଥା କହିଲେ । ଯେଭଳି ମନକିବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଥା ହୁଅନ୍ତି ସେପରି ଆଜି କଥା ହେଲେ । ପ୍ରଧାନମନ୍ତ୍ରୀଙ୍କ ଏହି କଥାବାର୍ତ୍ତା ଆମକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ ନିଶ୍ଚୟ ।

ସେହିପରି ବିଜେପି ବିଧାୟିକା ସୀମାରାଣୀ ନାୟକ କହିଥିଲେ ଯେ, ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖରେ ଦେଖିବାର ସୁଯୋଗ ପାଇଲି । ଫିଲଡରେ କିଭଳି ସାଧାରଣ ଲୋକଙ୍କ ସହ ମିଶି କାମ କରିପାରିବୁ ସେନେଇ ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଥିଲେ। ଆଜିର ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା ।

Previous Post

୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

Next Post

ପକ୍ଷାଘାତର ଶିକାର ହୋଇଛି କଂଗ୍ରେସ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

FNN WEB

FNN WEB

Next Post
ପକ୍ଷାଘାତର ଶିକାର ହୋଇଛି କଂଗ୍ରେସ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପକ୍ଷାଘାତର ଶିକାର ହୋଇଛି କଂଗ୍ରେସ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.