• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ

FNN WEB by FNN WEB
December 5, 2024
in ଓଡ଼ିଶା, ମୁଖ୍ୟ ଖବର
0
ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ
0
SHARES
0
VIEWS

ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ: ରାଷ୍ଟ୍ରପତି

ଭୁବନେଶ୍ୱର: ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍‌ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା। ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଉପସ୍ଥିତିରେ ଏହି କଂପ୍ଳେକ୍ସର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ପରେ ଅଭିଭାଷଣ ରଖି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି କହିଛନ୍ତି, ଶୁଣାଣି ବେଳେ ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଛେଦ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରୁଛି। ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ଲୋକଙ୍କ ଭାଷାରେ ନ୍ୟାୟପାଳିକାର କାର୍ଯ୍ୟ ସଂପାଦିତ ହେବା ଆବଶ୍ୟକ। ସାଧାରଣ ଲୋକ ଜାଣିପାରନ୍ତି ନାହିଁ ଯେ, କୋର୍ଟରେ ଓକିଲ କିଭଳି ଯୁକ୍ତି କରୁଛନ୍ତି ଏବଂ ବିଚାରପତି କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଚାର ଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ। ଭାଷା ଯୋଗୁ ନ୍ୟାୟପାଳିକାଠାରୁ ସାଧାରଣ ଲୋକଟିଏ ଦୂରେଇ ଯାଉଛି। ବ୍ଲାକ କୋଟ୍‌ ସିଣ୍ଡ୍ରୋମ୍‌ ପ୍ରସଙ୍ଗ ଉଠାଇ ରାଷ୍ଟ୍ରପତି କହିଛନ୍ତି, କୋର୍ଟ କଚେରୀକୁ ଯାଇ ସାଧାରଣ ଲୋକଟି ଶଙ୍କି ଯାଇଥାଏ। ସ୍ୱାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ। କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ରହିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି।

ଓଡ଼ିଶା ସରକାରଙ୍କ ଦ୍ବାରା ଆଇନ୍ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ କରାଯାଉଥିବା ଜାଣି ଖୁସି ହେଲି। ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରାଯାଉଛି। ଏହା ପ୍ରଶଂସନୀୟ ପଦକ୍ଷେପ। ଏହାକୁ ଆାହୁରି ବ୍ୟାପକ କରାଯିବ ବୋଲି ଆଶା କରୁଛି। ଆମ ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ସଫଳତା ହାସଲ କରୁଛନ୍ତି। ଆଇନ୍ କ୍ଷେତ୍ରରେ ମହିଳାଙ୍କୁ ଅଧିକ ଆସିବାର ଆବଶ୍ୟକତା ରହିଛି। ମଧୁବାବୁ ମହିଳାମାନଙ୍କୁ ଓକିଲାତି କରିବା ପାଇଁ ପାଟଣା ହାଇକୋର୍ଟ ସମେତ ବିଭିନ୍ନ ସଂସ୍ଥାର ଦ୍ବାରସ୍ଥ ହୋଇଥିଲେ। ଭାରତର ମହିଳାମାନେ ଓକିଲାତି କରିବାର ସୁଯୋଗ ପାଇଛନ୍ତି। ମଧୁବାବୁଙ୍କ ଭଳି ଆମ ଝିଅମାନେ ମଧ୍ୟ ଆଇନ କ୍ଷେତ୍ରରେ କାମ କରୁଛନ୍ତି।

ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଆତ୍ମପ୍ରକାଶ କରିଛି ନ୍ୟାୟିକ ପରିସର। ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଜୁଡିସିଆଲ୍‌ କୋର୍ଟ କଂପ୍ଲେକ୍ସ ଭାବେ ଖୋର୍ଦ୍ଧା ଜିଲ୍ଲା ନ୍ୟାୟିକ ପରିସର ନିର୍ମିତ ହୋଇଛି ୪୬ ହଜାର ବର୍ଗ ମିଟର ପରିଧିରେ। ଖର୍ଚ୍ଚ ହୋଇଛି ପ୍ରାୟ ୨୫୦ କୋଟି ଟଙ୍କା। ଏଥିରେ ରହିଛି ୪ଟି କରିଡର, ୫୫ଟି କୋର୍ଟ ରୁମ୍‌। ତା’ସହ ରହିଛି ରେକର୍ଡ ରୁମ, ଲାଇବ୍ରେରୀ, କନ୍‌ଫରେନ୍ସ ହଲ୍‌ ସାଙ୍ଗକୁ ବ୍ୟାଙ୍କ, ପୋଷ୍ଟ ଅଫିସ, ନୋଟାରୀ ରୁମ୍‌। କେବଳ ଏତିକି ନୁହେଁ, ଡିସ୍ପେନସାରୀ ସହ ଶିଶୁଙ୍କ ପାଇଁ ସ୍ତନ୍ୟପାନ କକ୍ଷ ଓ ବେବି କ୍ରେଚ ଭଳି ସୁବିଧା ରହିଛି ଏଠାରେ। ପୁରୁଣା କୋର୍ଟରେ ବାର ଆସୋସିଏସନ ଚାଲିବ।

ପୁରୁଣାରୁ ନୂଆ କୋଠାକୁ ସଂଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କୋଠାରେ ଚାଲିପାରିବ ଏକାସଙ୍ଗେ ୫୬ଟି କୋର୍ଟ। ପୂର୍ବରୁ ବାହାରେ ଥିବା ଏଜୁକେସନ, ଇଣ୍ଡଷ୍ଟ୍ରିଆଲ, ଲେବର ଏବଂ କୋଅପରେଟିଭ୍‌ ଭଳି ଟ୍ରିବ୍ୟୁନାଲ ଏହି ବିଲଡିଂରେ ରହିବ। ବିଲ୍ଡିଂରେ ମୋଟ୍‌ ୯ଟି ଲିଫ୍ଟ ରହିଛି। ୫ଟି ସାଧାରଣ ଲୋକଙ୍କ ପାଇଁ, ୪ଟି ବିଚାରପତିଙ୍କ ପାଇଁ। ଏହାବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ବିଶ୍ରାମାଗାର ସହ ସୂଚନା ନିମନ୍ତେ ବଡ଼ ବଡ଼ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି।

୬ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ନାଲି କୋଠା ଦ୍ୱାରା କେବଳ ଯେ ଓକିଲ ମହକିଲ ସୁବିଧା ପାଇବେ ତା’ନୁହେଁ। ଗ୍ରାଉଣ୍ଡ ଫ୍ଲୋର ସହ ଅଣ୍ଡରଗ୍ରାଉଣ୍ଡ ଡବଲ ଷ୍ଟୋରେଜ ପାର୍କିଂ ବ୍ୟବସ୍ଥା ଯୋଗୁ, ଦୂର ହେବ ପାର୍କିଂ ସମସ୍ୟା। ଏଠାରେ ୪୫୦ଟି କାର ଓ ୧ ହଜାର ଟୁ-ହ୍ୱିଲର ରହିପାରିବ। କୋର୍ଟ କଂପ୍ଲେକ୍ସଟି ସଂପୂର୍ଣ୍ଣ ସିସିଟିଭି ଘେରରେ ରହିଛି।

୧୯୮୦ରୁ ୨୦୨୪। ୪ ଦଶନ୍ଧିରୁ ଅଧିକ ସମୟ ଧରି ଏହି କୋଠାରେ ଚାଲିଆସୁଥିଲା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ। ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଗଢ଼ି ଉଠିଥିବା ନ୍ୟାୟିକ ପରିସର, ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି।

Previous Post

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

Next Post

ତିହିଡିରେ ସରକାରୀ ଧାନ ମଣ୍ଡି ଖୋଲିବା ବିଳମ୍ବ ନେଇ ଅସନ୍ତୋଷ

FNN WEB

FNN WEB

Next Post
ତିହିଡିରେ ସରକାରୀ ଧାନ ମଣ୍ଡି ଖୋଲିବା ବିଳମ୍ବ ନେଇ ଅସନ୍ତୋଷ

ତିହିଡିରେ ସରକାରୀ ଧାନ ମଣ୍ଡି ଖୋଲିବା ବିଳମ୍ବ ନେଇ ଅସନ୍ତୋଷ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.