• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଚାକିରି ବିକ୍ରି ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି

FNN WEB by FNN WEB
December 7, 2024
in ଓଡ଼ିଶା, ମୁଖ୍ୟ ଖବର
0
ମୁଖ୍ୟମନ୍ତ୍ରୀଙ୍କ ଚାକିରି ବିକ୍ରି ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି
0
SHARES
2
VIEWS

ମିଥ୍ୟା ଅଭିଯୋଗ ଆଣି ରାଜ୍ୟବାସୀଙ୍କୁ ଭ୍ରମିତ କରିବା, ବିଜେପିର ଚିରାଚରିତ ଅଭ୍ୟାସ
ଭୁବନେଶ୍ୱର : ଗତ ସରକାରଙ୍କ ଅମଳରେ ଚାକିରି ବିକ୍ରି ହେଉଥିଲା ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କାଲି ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଅଭିଶନ୍ଧି ପ୍ରଣୋଦିତ ହୋଇଥିବା ସହିତ ମୁଖ୍ୟମନ୍ତ୍ରୀ ହତାଶ ଭାବକୁ ପଦାରେ ପକାଉଛି ବୋଲି ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟ ଶାସନ ଭାରର ମୁଖ୍ୟ ଭାବେ ତାଙ୍କର କ୍ଷମତା ରହିଛି ଯଦି ଏପରି କିଛି ଅନିୟମିତତା ହୋଇଥିବା ତାଙ୍କ ପାଖରେ ସୂଚନା ଅଛି, ତାହେଲେ ସେ ତାର ସତ୍ୟାସତ୍ୟ ତଦନ୍ତ ମାଧ୍ୟମରେ ପଦାକୁ ଆଣିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ବ୍ୟବସ୍ଥା କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ, ତା ନକରି, କେବଳ ଏକ ଉଦ୍ଭଟ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିବା, କେବଳ ତାଙ୍କର ହତାଶ ଭାବକୁ ଦର୍ଶାଉଛି। ଏଥିରୁ, ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କର ରାଜ୍ୟର ଶାସନ ଭାର ଉପରେ ନିୟନ୍ତ୍ରଣ ନାହିଁ।

ଡ଼ଃ ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବାର ଗତ ଛଅ ମାସ ଭିତରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଫଳତା ତାଲିକା ଦିନକୁ ଦିନ ଲମ୍ବା ହୋଇ ଚାଲିଛି। ସରକାର ଦାୟିତ୍ୱ ନେବାର ପ୍ରଥମ ଦିନ ହିଁ ଓଡ଼ିଆ ଅସ୍ମିତା ଉପରେ ପ୍ରହାର ସଦୃଶ୍ୟ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମରାଯିବା ସହ ଜୋତା ଚାଟିବା ଭଳି ଅମାନବୀୟ ଘଟଣା ଘଟିଥିଲା। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ସରକାର ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ରଥଯାତ୍ରା ବେଳେ ପହଣ୍ଡି ସମୟରେ ବଡ଼ ଠାକୁର ପଡିଗଲେ, ସରକାର ତଦନ୍ତ କରିବେ କହି ଭୁଲିଗଲେ।

ଚିକିଟିରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଓ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ତିନି ଜଣଙ୍କ ମୃତ୍ୟୁ, ଚାରିଟି ପିଲାବିକ୍ରି ଭଳି ଅଭାବନୀୟ ଘଟଣା ସରକାରଙ୍କ ବିଫଳତାର କାହାଣୀ ବର୍ଣ୍ଣନା କରୁଛି। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ପାଞ୍ଚ ମାସ ଭିତରେ ୧୨୫୬ ଜଣ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ବୋଲି ପୋଲିସ ବିଭାଗର ତଥ୍ୟ କହୁଛି। ଏକାଧିକ ବଳାତ୍କାର ଗଣ ବଳାତ୍କାର ଘଟଣାରେ ବିଜେପି କର୍ମୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି ଓ ସେମାନଙ୍କୁ ଖସାଇ ଦେବା ପାଇଁ ସରକାର ଉଦ୍ୟମ କରିଛନ୍ତି। ଅପରପକ୍ଷରେ, ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ଦରବୃଦ୍ଧି ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ରାଜ୍ୟବାସୀ ଅନୁଭବ କଲେଣି। ବିଜେପି ସରକାର ସବୁଆଡୁ ବିଫଳତାର ସମ୍ମୁଖୀନ ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଏଭଳି ଗୋଟିଏ ଉଦ୍ଭଟ ଅଭିଯୋଗ ଆଣି ତାଙ୍କ ବିଫଳତା ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବାର ବିଫଳ ପ୍ରୟାସ କରୁଛନ୍ତି ବୋଲି ଡ଼ଃ ମହାନ୍ତି କହିଛନ୍ତି।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଗତ ସରକାରଙ୍କ ବିରୋଧରେ ଅନେକ ଉଦ୍ଭଟ ଅଭିଯୋଗ ଆଣିଥିଲା। କ୍ଷମତାକୁ ଆସିବା ପରେ, ସେମାନେ ଆଣିଥିବା ଗୋଟିଏ ବି ଅଭିଯୋଗର ତଦନ୍ତ ମାଧ୍ୟମରେ ପ୍ରମାଣ ଯୋଗାଡ଼ କରିନାହିଁ କି କରିବାର ପ୍ରଚେଷ୍ଟା ମଧ୍ୟ କରିନାହିଁ। କାରଣ, ବିଜେପିର ନେତୃବୃନ୍ଦ ଭଲଭାବେ ଜାଣନ୍ତି, ସେମାନେ ଆଣୁଥିବା ଅଭିଯୋଗ ଗୁଡିକ କଞ୍ଚା ମିଛ, ତାହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦିଷ୍ଟ। ଡ଼ଃ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଣିଥିବା ଅଭିଯୋଗର ଯଦି ପ୍ରମାଣ ଅଛି, ତାହେଲେ ତୁରନ୍ତ ସେ ଦୋଷୀକୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରନ୍ତୁ। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ, ତେଣୁ ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ନଚେତ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

Previous Post

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

Next Post

ଶ୍ରମିକମାନଙ୍କ ହକ୍‌ ପାଇଁ ବିଜେଡି ସବୁବେଳେ ଲଢେଇ କରି ଆସିଛି : ନବୀନ ପଟ୍ଟନାୟକ

FNN WEB

FNN WEB

Next Post
ଶ୍ରମିକମାନଙ୍କ ହକ୍‌ ପାଇଁ ବିଜେଡି ସବୁବେଳେ ଲଢେଇ କରି ଆସିଛି : ନବୀନ ପଟ୍ଟନାୟକ

ଶ୍ରମିକମାନଙ୍କ ହକ୍‌ ପାଇଁ ବିଜେଡି ସବୁବେଳେ ଲଢେଇ କରି ଆସିଛି : ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.