ରମଣ ହାଉସ ଚାମ୍ପିୟାନ, ଓମପ୍ରକାଶ ଙ୍କୁ ୩ ସ୍ବର୍ଣ୍ଣ ପଦକ
ପାରାଦୀପ: ସ୍ଥାନୀୟ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମରେ ଗୁରୁବାର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାଥମିକ ଓ ମାଧ୍ୟମିକ ବର୍ଗରେ ଛାତ୍ରୀଛାତ୍ର ମାନେ ବିଭିନ୍ନ ପ୍ରକାର ଖେଳରେ ସାମିଲ ହୋଇଥିଲେ।ଏଥିରେ ମାଧ୍ୟମିକ ବର୍ଗରେ ରମଣ ହାଉସ ଛାତ୍ରୀଛାତ୍ର ଚାମ୍ପିୟାନ ହୋଇଥିବା ବେଳେ ରନର୍ସଅପ୍ ହୋଇଥିଲେ ଅଶୋକ ହାଉସ।ସେହିପରି ପ୍ରାଥମିକ ବର୍ଗରେ ଛାତ୍ର ଓମପ୍ରକାଶ ସାହୁ ଏକାକୀ ୩ ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।ଅନ୍ୟ ସଫଳ ଛାତ୍ରୀଛାତ୍ର ହେଲେ ପ୍ରତ୍ୟୁଷ ରଥ, ଓମପ୍ରକାଶ ସେନାପତି, ବିର୍ଷ୍ଣୁପ୍ରିୟା, ଏମ ଚେମ ବିଶ୍ବଜିତ୍, ସ୍ମୃତପ୍ରଜ୍ଞା ନାୟକ, ଅଙ୍ଗଶିକ୍ଷା ରାୟ, ଆଲିଶା ଦାସ ପ୍ରମୁଖ।ଉକ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଗୋପବନ୍ଧୁ କ୍ରୀଡ଼ା ସଂସଦ ସଭାପତି ତଥା ବନ୍ଦର ଅର୍ଥ ପରାମର୍ଶ ଅଧିକାରୀ ଧର୍ମେନ୍ଦ୍ରନାଥ ସୋନ୍ଧି ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ସଞ୍ଜୟ କୁମାର ଦାସ, ସ୍କୁଲ ଅଧ୍ୟକ୍ଷ ପଙ୍କଜ ବାର୍ଷ୍ଣେୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ କ୍ରିର୍ଷ୍ଣ ଯୋଗୀ, ରାଜେଶ ପରିଡା ଅଶ୍ବିନୀ ରାୟ ପ୍ରମୁଖ ପରିଚାଳନା କରିଥିଲେ।