ପାରାଦୀପ: ସ୍ଥାନୀୟ ଜୟଦେବ ଭବନରେ ଗତ୧୭ ରୁ ଚାଲିଥିବା ଓଡ଼ିଆ ନାଟକ ସମ୍ମେଳନ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଛି।ଶେଷ ସନ୍ଧ୍ୟାରେ କାନମାସ ଦ୍ବାରା ପ୍ରସ୍ତୁତ ନାଟକ ବିତର୍କିତ ଅପରାହ୍ନ ମଞ୍ଚସ୍ଥ ହୋଇଥିଲା।ଏଥିରେ ଜଣେ ବାପା ବୟସର ଅପରାହ୍ନରେ ମନ୍ଦିର ନିର୍ମାଣ କରିବା ପାଇଁ ଉଦ୍ୟମ କରୁଛନ୍ତି।ତାଙ୍କୁ ପୁଅ ଆଧୁନିକତାର ଦ୍ବାହୀ ଦେଇ ବିରୋଧ କରୁଛି।ଏପରି ସାମାଜିକ ଧାର୍ମିକ ଭାବନା ଥିଲା ନାଟକରେ।କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ପାରାଦୀପ ବନ୍ଦର, ଓ କାନମାସ ଦ୍ବାରା ଏହି ଓଡ଼ିଆ ନାଟକ ପରିବେଷଣ କରାଯାଇଥିଲା।ଏଥିରେ କେବଳ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଲିଖିତ ନାଟକ ପରିବେଷଣ କରାଯାଇଥିଲା।ଭୂବନେଶ୍ୱର ର ଦୁଇଟି ଅନୁଷ୍ଠାନ ଓ କାନମାସ ନାଟକ କରିଥିଲେ।ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନ୍ଧ।ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।